ବହୁଚର୍ଚ୍ଚିତ ହକି ଇଣ୍ଡିଆ ଲିଗ୍‌ର ପୁରୁଷ ଓ ମହିଳା ଚମ୍ପିୟାନସିପ୍‌ରେ ବିଜେତା ଦଳ ପାଇନାହାଁନ୍ତି ସେମାନଙ୍କର ପ୍ରାପ୍ୟ ।

ବହୁ ଚର୍ଚ୍ଚିତ ହକି ଇଣ୍ଡିଆ ଲିଗର ଏକ ନକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି୤ ୨୦୨୪-୨୦୨୫ ବର୍ଷ ପାଇଁ ହୋଇଥିବା ହକି ଇଣ୍ଡିଆ ଲିଗ୍ର ଦୁଇ ଚାମ୍ପିଅନ – ପୁରୁଷ ବର୍ଗର ବିଜେତା ଶ୍ରାଚି ରାର୍ତ୍ ବେଙ୍ଗଲ ଟାଇଗର୍ସ ଏବଂ ମହିଳା ବର୍ଗର ବିଜେତା ଓଡ଼ିଶା ୱାରିୟର୍ସ ଦଳର ଖେଳାଳୀମାନେ ସେମାନଙ୍କର ଖେଳ ସମ୍ପର୍କୀତ ପ୍ରାପ୍ୟ ପାଇଅ ନଥିବା ଜଣାପଡ଼ିଛି୤ କେବଳ ଏତିକି ନୁହେଁ ଏହି ଦୁଇ ଦଳର ସପୋର୍ଟ ଷ୍ଟାଫ୍ ବା ସହଯୋଗୀ କର୍ମଚାରୀ ଏବଂ ଅନ୍ୟ କିଛି ସହଯୋଗୀ ସଂସ୍ଥାଙ୍କ ପ୍ରାପ୍ୟ ମଧ୍ୟ ବକେୟା ରହିଥିବା ସ୍ବୀକାର କରିଛନ୍ତି ଲିଗ୍ର ଆୟୋଜକ ହକି ଇଣ୍ଡିଆର ମହା ସଚିବ ଭୋଳାନାଥ ସିଂହ୤ ଲିଗ୍ର ନିୟମ ମୁତାବକ ସମସ୍ତ ଖେଳ ଶେଷ ହେବାର ୪୫ ଦିନ ମଧ୍ୟରେ ସମସ୍ତ ବକେୟା ପ୍ରାପ୍ୟ ଫ୍ରାଞ୍ଚା ଇଜି ବା ପ୍ରାୟୋଜକ ସଂସ୍ଥା ପ୍ରଦାନ କରିବା କଥା୤ କିନ୍ତୁ ଲିଗ୍ ସମାପ୍ତ ହେବାର ପ୍ରାୟ ୬୨ଦିନ ପରେ ମଧ୍ୟ ଏହି ପ୍ରାପ୍ୟ ପ୍ରଦାନ ଅସମ୍ପୂର୍ଣ୍ଣ ରହିଛି୤ ସବୁଠାରୁ ବଡ଼ କଥା ହେଉଛି ବେଙ୍କ୍ଗଙ୍ଗଳ ଟାଇଗର ଦଳ ଓ ଓଡିଶା ୱାରିୟର୍ସ ଦଳର ପ୍ରାୟୋଜକମାନଙ୍କୁ ହକି ଇଣ୍ଡିଆ ପକ୍ଷରୁ ପ୍ରାପ୍ୟ ପ୍ରଦାନ ପାଇଁ ଦିଆଯାଇଥିବା ରିମାଇଣ୍ଡର ଚିଠି ବା ତାଗିଦ୍ପତ୍ର ସମୟ ଅପ୍ରେଲ ୧୫ ତାରିଖ ବିତିବା ଇତି ମଧ୍ୟରେ ୨୦ଦିନ ହୋଇସାରିଛି୤ ଏଭଳି ସ୍ଥିତିରେ ହକି ଇଣ୍ଡିଆ ଦ୍ବାରା ଆୟୋଜିତ ହକି ଇଣ୍ଡିଆ ଲିଗ୍ରେ ଭାଗନେଇ ପ୍ରାପ୍ୟ ପାଇ ନଥିବା ଖେଳାଳୀ ଓ ଅନ୍ୟମାନେ ଚିନ୍ତାରେ ଥିବା ଜଣାପଡ଼ିଛି୤

ସେହିଭଳି ଅନ୍ୟ ଏକ ଘଟଣାକ୍ରମରେ ଲିଗ୍ ଆରମ୍ଭ ହେବାର ମାତ୍ର କିଛିଦିନ ପୂର୍ବରୁ ଲିଗ୍ ଖେଳରେ ସାମିଲ ହୋଇଥିବା ଟିମ୍‌ ଗୋନାସିକା ଇତି ମଧ୍ୟରେ ଲିଗ୍ରୁ ଓହରିଯାଇଥିବା ସୂଚନା ଦେଇଛି୤ ଅନେକ ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ଲିଗ୍ରେ ଅଷ୍ଟମ ଦଳଭାବେ ସ୍ଥାନ ପାଇଥିବା ଟିମ୍ ଗୋନାସିକା ଦଳର ଲିଗ୍ ପ୍ରବେଶକୁ ନେଇ ଖୋଦ୍ ହକି ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ୤ କିନ୍ତୁ କେଉଁ କାରଣରୁ ଏହି ଦଳର ପ୍ରାୟୋଜକ ଲିଗ୍ ଓହରିଗଲେ ସେ ନେଇ ସୂଚନା ମିଳି ପାରିନାହିଁ୤ ଏଠାରେ ପ୍ରଶ୍ନ ଉଠୁଛି ଯେ ଆସନ୍ତା ପ୍ରାୟ ୮ ବର୍ଷ ପାଇଁ ହକି ଇଣ୍ଡିଆର ପ୍ରାୟୋଜକ ଥିବା ଓଡ଼ିଶା ସରକାର ହକି ଖେଳର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ଉଦ୍ୟମ କରୁଥିଲାବେଳେ ହକି ଇଣ୍ଡିଆ ଲିଗ୍ରୁ ଟିମ୍ ଗୋନାସିକାର ପ୍ରାୟୋଜକ ଥିବା ଜଣେ ଓଡ଼ିଆ ବ୍ୟବସାୟୀ କେଉଁ କାରଣରୁ ଓହରି ଗଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି୤ ଏଭଳି ସ୍ଥିତିରେ ଆସନ୍ତା ଦିନରେ ହକି ଇଣ୍ଡିଆ ଲିଗ୍ର ଭବିଷ୍ୟତ ଏବଂ ହକି ଇଣ୍ଡିଆ ସଙ୍ଗଠନର ନିୟମ ଓ ଶୃଙ୍ଖଳା ଆଦିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି୤

Leave a Reply

Your email address will not be published. Required fields are marked *