ନୂଆଦିଲ୍ଲୀ:(୧-୩-୨୬)
ନୂଆଦିଲ୍ଲୀ ର ଅଶୋକ ନଗର ହକି ଷ୍ଟାଡିୟମ୍ ରେ ଭାରତୀୟ ସିଭିଲ ସର୍ଭିସ୍ ପୁରୁଷ ଓ ମହିଳା ହକି ଚମ୍ପିୟାନ ସିପ ଆୟୋଜିତ ହୋଇ ଯାଇଛି।
ନୂଆଦିଲ୍ଲୀ ରେ ଫେବୃୟାରୀ ୧୭ ରୁ ୨୮ ତାରିଖ ପର୍ଯ୍ୟନ୍ତ ସିଭିଲ ସର୍ଭିସ୍ ହକି ପ୍ରତିଯୋଗୀତା ସମାପ୍ତ ହୋଇ ଯାଇଛି। ଏହି ପ୍ରତିଯୋଗୀତାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଉଭୟ ପୁରୁଷ ଓ ମହିଳା ହକି ଦଳ ଭାଗ ନେଇଥିଲେ । ୨୮ ତାରିଖ ଖେଳା ଯାଇଥିବା ମହିଳା ଫାଇନାଲ ଖେଳରେ ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହୋଇଥିଲା ।

ଏଥିରେ ଓଡ଼ିଶାର ନେହା ଲାକ୍ରା ଏକାକୀ ୨,୧୦,୩୮ଓ ୪୬ ମିନିଟ ରେ ୪ ଟି ଗୋଲ ମାରିଥିଲେ ସେହିଭଳି ଓଡ଼ିଶା ଦଳର ଅଧିନାୟିକା ଜାନଭି ପ୍ରଧାନ ୨୫ ମିନିଟ ରେ ୧ ଟି ଗୋଲ ସ୍କୋର କରିଥିଲେ। ଏହା ଦ୍ବାରା ଓଡ଼ିଶା ମହିଳା ଦଳ ୫-୩ ଗୋଲରେ ଦିଲ୍ଲୀ ସେଣ୍ଟ୍ରାଲ ସେକ୍ରେଟାରୀ ୟଟ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଓଡ଼ିଶାର ନେହା ଲାକ୍ରା ଙ୍କୁ ଶ୍ରେଷ୍ଟ ଗୋଲ ସ୍କୋର ର ଓ ରୋଜିତା କୁଜୁର୍ ଙ୍କୁ ଶ୍ରେଷ୍ଟ ମଧ୍ୟ ଭାଗ ଖେଳାଳି ବିବେଚିତ କରାଯାଇଛି।ଦଳର କୋଚ ପ୍ରୀତି ତିର୍କୀ ଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଚମ୍ପିୟାନ ହୋଇଛନ୍ତି । ସେହିପରି ପୁରୁଷ ରେ ଦିଲ୍ଲୀ ସେଣ୍ଟ୍ରାଲ ସ୍କ୍ରେଟରୀୟଟ ଚମ୍ପିୟାନ ହୋଇଛି । ଉଭୟ ଚମ୍ପିୟାନ ଦଳକୁ ବିଜୟ ଟ୍ରଫି ପ୍ରଦାନ କରାଯାଇଛି।
