ରାଉରକେଲା: ୧୨-୫-୨୬
ରାଉରକେଲା ରେ ଅଛି ଅନେକ ବେସରକାରୀ ଓ ସରକାରୀ ବିଦ୍ୟାଳୟ ଯେଉଁ ଥିରେ ବିଭିନ୍ନ ସମୟରେ ଚେସ ଖେଳକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆୟୋଜିତ ହୋଇଥାଏ । ବିଶେଷ କରି ସେକ୍ଟର -୧୯, ସେକ୍ଟର -୫, ସେକ୍ଟର – ୧୪ ଓ ନୟାବଜାର ଅଞ୍ଚଳ ରେ ଥିବା ଇଂରାଜୀ ବିଦ୍ୟାଳୟ ସମେତ କିଛି କ୍ଲବ୍ ଓ କମ୍ୟୁନିଟି ସେଣ୍ଟର ରେ ମଧ୍ୟ ବିଭିନ୍ନ ବର୍ଗ ର ଖେଳାଳୀଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ସେହି ପ୍ରତିଯୋଗୀତାରେ ଭାଗ ନେଉଥିବା ଖେଳାଳି ଙ୍କୁ ମେଡାଲ,ଟ୍ରଫି ,ସାର୍ଟିଫିକେଟ ଓ କିଛି କିଛି ଆର୍ଥିକ ମଧ୍ୟ ଦିଆ ଯାଏ । ଯେଉଁ ସାର୍ଟିଫିକେଟ ମାନ ଦିଆଯାଏ ତାର ମୂଲ୍ୟ ରଦି କାଗଜ ସହିତ ସମାନ । ଭାଗ ନେଉଥିବା ଖେଳାଳି ଙ୍କ ପାଖରୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭଲ ଅଙ୍କର ଆର୍ଥିକ ରାଶି ମଧ୍ୟ ପଞ୍ଜୀକରଣ ଆଳରେ ନିଆ ଯାଇଥାଏ । ସେହଭଳି ସହରର ବିଭିନ୍ନ ବେସରକାରୀ ସ୍କୁଲ ସମେତ ଅନେକ ବେସରକାରୀ କ୍ଲବ୍ ଓ ବିଭିନ୍ନ ଅନୁଷ୍ଠାନ ରେ ମଧ୍ୟ ଚେସ ର ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କ ପାଖରୁ ସମୟ ଅନୁସାରେ ଆର୍ଥିକ ଆଦାୟ କରାଯାଇଥାଏ ଯାହା ବେଆଇନ ଅଟେ । ସରକାରୀ ସ୍ତରରେ ଖେଳାଳି ଙ୍କୁ ପ୍ରଶିକ୍ଷଣ ପାଇଁ କୌଣସି ଆର୍ଥିକ ରାଶି ପ୍ରାଧାନ୍ୟ ନଥିବା ବେଳେ ରାଉରକେଲା ରେ କିପରି ପ୍ରଶିକ୍ଷଣ ନାମରେ ଆର୍ଥିକ ଆଦାୟ ହେଉଛି ତାହା ଆଲୋଚନାର ବିଷୟ । ସେହିପରି ପ୍ରଶିକ୍ଷଣ ଦେଉଥିବା ନିର୍ଦ୍ଧିଷ୍ଟ ବ୍ୟକ୍ତି ଯେଉଁ ମାନେ ନିଜେ କେବେ ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି ନା କୌଣସି ପ୍ରଶିକ୍ଷଣ ପାଠ୍ୟକ୍ରମ କରିଛନ୍ତି କେବଳ ପ୍ୟାକେଟ ଗରମ ପାଇଁ ପ୍ରଶିକ୍ଷକ, ଯୋଗ୍ୟତା ନ ଥାଇ ପ୍ରଶିକ୍ଷକ ମାଳ ମାଳ ଓ ପ୍ରଶିକ୍ଷଣ ସେଣ୍ଟର ମଧ୍ୟ ମାଳ ମାଳ କିଏ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଚାକିରୀ କରି ନିଜର କିଛି ଆର୍ଥିକ ସ୍ଥିତି କୁ ମଜବୁତ କରିବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି ତ କିଏ ଘର ଘର ବା ଶିକ୍ଷାନୁଷ୍ଠାନ ବୁଲି ବୁଲି ପ୍ରଶିକ୍ଷଣ ଦେଉଛନ୍ତି । ରାଉରକେଲା ରେ ପାଖା ପାଖି ୭୦୦ ରୁ ୮୦୦ ପୁଅ ଓ ଝିଅ ବିଭିନ୍ନ ସମୟରେ ବିଭିନ୍ନ ବର୍ଗ ରେ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ନେଉଛନ୍ତି । ସବୁଠାରୁ ମଜ୍ଜା ଦାର କଥା ହେଉଛି ବର୍ଷ ବର୍ଷ ଧରି ପ୍ରଶିକ୍ଷଣ ନେଇ ସୁଦ୍ଧା ଖେଳାଳି ରାଜ୍ୟ ବା ଜାତୀୟ ସ୍ତରରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇ ପାରନ୍ତି ନାହିଁ। ଏଭଳି କି ରାଜ୍ୟ ଖେଳ ସମର୍କିତ ସୂଚୀ ବିଷୟରେ ଅବଗତ ମଧ୍ୟ ଅଭିଭାବକ ଓ ଖେଳାଳି ହୁଅନ୍ତି ନାହିଁ । କାରଣ ପ୍ରଶିକ୍ଷକ କେବଳ ନିଜ ପ୍ୟାକେଟ ଗରମ କରିବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏ କଥା ମଧ୍ୟ ନଜର କୁ ଆସିଛି କିଛି ନିର୍ଦ୍ଧିଷ୍ଟ ବେସରକାରୀ ସ୍କୁଲ ପ୍ରଶିକ୍ଷକ ଙ୍କ ପାଖରୁ ଖେଳାଳି ପ୍ରଶିକ୍ଷଣ କୁ ନେଇ କମିଶନ ମଧ୍ୟ ନେଉଛନ୍ତି । ଏସବୁ ସ୍ଥିତି କୁ ଅନୁଧ୍ୟାନ କଲେ ଲାଗୁଛି ରାଉରକେଲାରୁ ଆଉ କେବେ ଟାଇଟଲ ଖେଳାଳି ବାହାରି ପାରିବେ ନାହିଁ । ଅଭିଭାବକ ସବୁ ଜାଣି ମଧ୍ୟ ନୀରବ କାରଣ ସେମାନଙ୍କ ର ଚେସ ପ୍ରତି ସେଭଳି କୌଣସି ଅଭିଜ୍ଞତା ନାହିଁ । ଏଠି ପ୍ରଶ୍ନ ଉଠୁଛି ପ୍ରଶିକ୍ଷକ ମାନେ ଏକ ପ୍ରକାର ଲୁଟ୍ ଚଳାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏ ବାବଦରେ ରାଜ୍ୟ ସଙ୍ଘ କୁ ପଚାରିବାରୁ ରାଜ୍ୟ ସଙ୍ଘ କହୁଛନ୍ତି ଚଳିତ ମଇ ୧ ରୁ ୩ ଓ ମଇ ୫ ରୁ ୭ ଯଥାକ୍ରମେ ୯ ବର୍ଷ ରୁ କମ୍ ଓ ୭ ବର୍ଷ ରୁ କମ୍ ବାଳକ ଓ ବାଳିକା ରାଜ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଜାତୀୟ ପ୍ରତିଯୋଗୀତା ପାଇଁ ଖେଳାଳି ଚୟନ ମଧ୍ୟ ସରି ଯାଇଛି। ଏହି ଦୁଇ ପ୍ରତିଯୋଗିତାରେ ରାଉରକେଲା ର କୌଣସି ପ୍ରତିଯୋଗୀ ଭାଗ ନେଇ ନଥିଲେ ଯଦି ଭାଗ ନେବେ ନାହିଁ ତାହାଲେ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦିତ କରି ସଫଳତା କିପରି ପାଇବେ । ଏସବୁ ପ୍ରତି ଯେଉଁ ପ୍ରଶିକ୍ଷଣ ଖେଳାଳି ଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସେମାନେ ଯତ୍ନବାନ ହେବା ଦରକାର ଓ ସେହିଭଳି ଅଭିଭାବକ ମଧ୍ୟ ସଚେତନ ରହିବା ଦରକାର ବୋଲି ରାଜ୍ୟସଙ୍ଘ କର୍ମକର୍ତ୍ତା କହିଛନ୍ତି । ଏଭଳି ପରିସ୍ଥିତି ରେ ଅଭିଭାବକ ମାନେ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ଯତ୍ନ ବାନ ହେବା ସହିତ ଚେସ ସମ୍ପର୍କିତ ସୂଚନା ପାଇଁ ଜିଲ୍ଲା ସଂଘ ଙ୍କ ସହିତ ଯୋଗା ଯୋଗ କରି ସମସ୍ୟା ର ସମାଧାନ କରିବା ଦରକାର।
