ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ମର୍ଡନ୍ ଫିଜିକାଲ୍ ଏଜୁକେସନ୍ ଏଣ୍ଡ୍ ଫ୍ଯୁଚର୍ ପ୍ରସପ୍କେଟିଭସ୍” ଅନୁଷ୍ଠିତ ହୋଇଯାଇଛି।ଏହି ସେମିନାରରେ ଓୟୁଏଟି ଏନିମଲ୍ ବ୍ରିଡିଙ୍ଗ୍ ଏଣ୍ଡ୍ ଜେନେଟିକ୍ସ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ଦାଶ,ପୂର୍ବତନ ପ୍ରିନ୍ସିପାଲ୍ ଡ଼ଃ ଅଶୋକ କୁମାର ନାୟକ,ସିନିୟର୍ ସ୍ପୋର୍ଟ ସାଇନ୍ସ ଏକ୍ସପର୍ଟ (ଖେଲୋ ଇଣ୍ଡିଆ) ଡ଼ଃ ସୌମିତ୍ର ମଣ୍ଡଲ୍, ସ୍କୁଲ ଅଫ ସ୍ପୋର୍ଟ ଆଣ୍ଡ ୟୋଗିକ୍ ସାଇନ୍ସ,କିଟ୍ ପ୍ରଫେସର ମନମୋହନ ରାଉତ,ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ,କୁଲୁଣ୍ଡି ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅଂଶୁମାନ ମିଶ୍ର ଏବଂ ସିନିୟର୍ ଲେକ୍ଚର୍ ଡ଼ଃ ସୁରେଶ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ୍ ଭାବରେ ଯୋଗଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ କ୍ରୀଡ଼ା ଓ ଯୁବସେବା ବିଭାଗର ଓ.ଏସ୍.ଡି ଶ୍ରୀମତୀ ସୋନାଲି ଚାନ୍ଦ ଯୋଗଦାନ କରିଥିଲେ। ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତାରାଣୀ ଟୋପ୍ପ କାର୍ଯ୍ୟକ୍ରମର ପୌରୋହିତ୍ଯ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଷ୍ଟର ଡିଗ୍ରୀ ପ୍ରଥମ ଓ ଦ୍ଵିତୀୟ ବର୍ଷର ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କଲେଜର ସିନିୟର୍ ଲେକ୍ଚର ଶ୍ରୀମତୀ ମଞ୍ଜୁଲତା ନାୟକ,ଡ଼ଃ ଶକ୍ତିରଞ୍ଜନ ମିଶ୍ର, ଶୁଭାରାଣୀ ଡୋରା, ମହାବୀର ନାଥ,ପତ୍ରପୁଷ୍ପା ମହାନ୍ତି,ସୁମନ୍ତ ପଣ୍ଡା ଓ ସ୍ବପ୍ନଜିତ୍ ଭୂୟାଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

One thought on “ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

Leave a Reply

Your email address will not be published. Required fields are marked *