କେ ଡି ସିଂହ ବାବୁ ଚମ୍ପିୟାନ ହେଲା: ଓଡ଼ିଶା ଏଚ ପି ସି


ରାଉରକେଲା(୧୬-୨-୨୬)
ଉତ୍ତର ପ୍ରଦେଶ ର ଲକ୍ଷ୍ନୌ ସହରରେ ହୋଇଥିବା କେ ଡି ସିଂହ ବାବୁ ଗ୍ରାସ ରୁଟ ହକି ଚମ୍ପିୟାନ ସିପ ହା ଓଡ଼ିଶା ଗ୍ରାସ ରୁଟ ଏଚ୍ ପି ସି ସେଣ୍ଟର୍।
ଚଳିତ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ର ଲକ୍ଷ୍ନୌ ସହରରେ କେ ଡି ସିଂହ ବାବୁ ଗ୍ରାସ ରୁଟ ହକି ପ୍ରତିଯୋଗୀତା ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ପ୍ରତିଯୋଗୀତାରେ ପ୍ରତେକ୍ ରାଜ୍ୟର ର ଗ୍ରାସ ରୁଟ ହକି ଏକାଡେ଼ମୀ ଭାଗ ନେଇଥିଲେ । ଓଡ଼ିଶାର ଭୁବନେଶ୍ଵର ରେ ଥିବା ଏଚ ପି ସି ଗ୍ରାସ ରୁଟ ଏକାଡେମୀ ଏଥିରେ ଭାଗ ନେଇ ଚମତ୍କାର ଖେଳ ପ୍ରଦର୍ଶନ କରି ନିଜ ଗ୍ରୁପ ରେ ଶ୍ରେଷ୍ଟ ଦଳ ହୋଇ ସେମି ଫାଇନାଲ ଓ ପରେ ଫାଇନାଲ ରେ ପ୍ରବେଶ କରିଥିଲା ସେମି ରେ ପଞ୍ଜାବ ଏକ ତରଫା କୁ ୫-୦ ଗୋଲରେ ପରାସ୍ତ ଓ ପରେ ଫାଇନାଲରେ ଆୟୋଜକ ଉତ୍ତର ପ୍ରଦେଶ କୁ ୨-୦ ଗୋଲରେ ପରାସ୍ତ କରି ଚଳିତ ୨୦୨୬ ର ଚମ୍ପିୟାନ ଆଖ୍ୟ ଅର୍ଜନ କରିଛି । ୨୦୨୫ ରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଚମ୍ପିୟାନ ହୋଇଥିଲା । ଏହି ଚମ୍ପିୟାନ ଦଳ ଆର୍ଥିକ ଟ ୨ ଲକ୍ଷ ସହିତ ଟ୍ରଫି ମଧ୍ୟ ହାସଲ କରିଛନ୍ତି । ଦଳ ଚମ୍ପିୟାନ ହୋଇ ସିଧା ସଳଖ ରାଉରକେଲା ଆସି ପହଞ୍ଚିଥିଲେ । ଏଠାରେ ଦଳ ର ସମସ୍ତ ଖେଳାଳି ଓ କୋଚ୍ ଙ୍କୁ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ହକି ଆସୋସିଏସନ୍ ଅଫ ଓଡ଼ିଶା ଓ ରାଜ୍ୟ କ୍ରୀଡା ବିଭାଗ ପଖ୍ୟରୁ ସମ୍ବର୍ଦ୍ଧନା କରାଯାଇଥିଲା ଓ ସନ୍ଧ୍ୟାରେ ଏଫ୍ ଆଇ ଏଚ ପ୍ରୋ ଲିଗ୍ ମ୍ୟାଚ୍ ଦେଖିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଓଡ଼ିଶା ଦଳର କୋଚ ସୁମନ କୁମାର ଚୌଧୁରୀ ,ସହ କୋଚ୍ ଚନ୍ଦ୍ରକାନ୍ତ ବାରିକ ,ମ୍ୟାନେଜର ଅମିତ୍ ଲୁଗୁନ୍ ଓ ସୁମନ କେରକେଟା ମଧ୍ୟ ଦଳ ସହିତ ରାଉରକେଲା ରେ ପ୍ରୋ ଲିଗ୍ କୁ ଦେଖି ଗ୍ରାସ ରୁଟ ଖେଳାଳି ଙ୍କୁ କିଛି ଟିପ୍ସ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *