ରାଉରକେଲା:(୧୪.୨.୨୬) ସ୍ମାର୍ଟ ସିଟି ରାଉରକେଲାର ଉଦିତ ନଗର ପ୍ୟାରେଡ ପଡ଼ିଆରେ ଥିବା ଚେଞ୍ଜିଙ୍ଗ ରୁମ୍ ଚାବି କାହା ପାଖରେ ଥିବାକୁ ନେଇ ଆଲୋଚନା ଚାଲିଛି ସୂଚନା ମୁତାବକ ଉଦିତ ନଗର ପ୍ୟାରେଡ ପଡ଼ିଆରେ ରହିଛି ଦୁଇଟି ଚେଞ୍ଜିଂ ରୁମ୍ ବା ଖେଳାଳୀମାନଙ୍କ ପ୍ରସାଧନ ଗୃହ ଏହା ମଧ୍ୟରୁ ଗୋଟିଏ ପୁରୁଷ ଓ ଅନ୍ୟଟି ମହିଳାଙ୍କ ପାଇଁ । ସେହିଭଳି ଏହି ଗୃହ ନିକଟରେ ରହିଛି ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶୌଚାଳୟ ରହିଛି ଶୌଚାଳୟ ଜନ ସାଧାରଣଙ୍କ କାର୍ଯ୍ୟରେ ଆସୁଥିବା ବେଳେ ପ୍ରଶାଧନ ଗୃହ କିନ୍ତୁ କୌଣସି କାର୍ଯ୍ୟରେ ଆସୁ ନଥିବା ଦେଖିବାକୁ ମିଳିଛି। ଏହାଦ୍ଵାରା ବିଭିନ୍ନ ସମୟରେ ପଡିଆକୁ ଖେଳିବାକୁ ଆସୁଥିବା ଖେଳାଳି ଓ ପ୍ୟାରେଡ ସମୟରେ ଆସୁଥିବା ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଓ ଛାତ୍ରୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହାର କାରଣ ହେଉଛି ସେମାନେ ନିଜର ପୋଷାକ ପରିବର୍ତ୍ତନ କରିବା ପାଇଁ ନିକଟରେ ଥିବା ସରକାରୀ ବିଦ୍ୟାଳୟ କୁ ଯିବାକୁ ପଡ଼ିଥାଏ ଏଠାରେ ପ୍ରଶ୍ନ ଉଠୁଛି ପଡ଼ିଆରେ ରାଉରକେଲା ସ୍ମାର୍ଟ ସିଟି ଓ ମହାନଗର ନିଗମ ଦ୍ଵାରା ନିର୍ମାଣ ହୋଇଥିବା ପ୍ରଶାଧନ ଗୃହ ଥାଇ ସୁଦ୍ଧା ଖେଳାଳି ବା ଛାତ୍ର ଛାତ୍ରୀ ଅନ୍ୟତ୍ର ଯିବାର କାରଣ କ’ଣ ଏ ନେଇ କରାଯାଇଥିବା ଅନୁସନ୍ଧାନ ମୁତାବକ ଜଣେ ବିଧାୟକଙ୍କ ପାଖ ଲୋକ ତଥା ବରିଷ୍ଠ ଖେଳାଳୀ ଓ ପ୍ରଶିକ୍ଷକ ବୋଲାଉଥିବା ଜଣେ ବ୍ୟକ୍ତି ଏହି ଦୁଇଟି ଗୃହକୁ ଦୀର୍ଘ ୩ ବର୍ଷ ହେଲାଣି ନିଜ ଅକ୍ତିଆରରେ ରଖିଛନ୍ତି ଏହି ବ୍ୟକ୍ତିଜଣକ କୌଣସି ସରକାରୀ ଅଧିକାରୀ ବା କର୍ମଚାରୀ ନ ହୋଇ ମଧ୍ୟ ସରକାରୀ ଗୃହକୁ ନିଜ ଅକ୍ତିଆରରେ ରଖିବାଉ ନେଇ ଆଲୋଚନା ଚାଲିଛି ଏ ନେଇ ଆବଶ୍ୟକ ତଦନ୍ତ କରି ଏହା ଉପରେ କାର୍ଯୟାନୁଷ୍ଠାନ ନେବାକୁ ଖେଳାଳି ଓ ଅଭିଭାବକ ଦାବି କରିଛନ୍ତି। ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚରା ଯିବାରୁ ସେ କହିଲେ ମୁଁ ଏ ବିଷୟରେ ଜାଣି ନ ଥିଲି ଏ ନେଇ ଜାଣିବା ପରେ ଶୀଘ୍ର ଏ ବିଷୟରେ ବୁଝାବୁଝି କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବି। ଏଠାରେ ପ୍ରଶ୍ନ ଉଠୁଛି ଯେ ସ୍ମାର୍ଟ ସିଟି କାର୍ଯ୍ୟାଲୟ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଘର ଓ କାର୍ଯ୍ୟାଳୟ ନିକଟରେ ରହିଥିବା ପରେଡ୍ ପଡ଼ିଆର ଅବ୍ୟବସ୍ଥା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ କିପରି ଜାଣିଲେ ନାହିଁ ତାହା ପୁଣି ଗତ ତିନି ବର୍ଷ ଧରି
ଉଦିତ ନଗର ପରେଡ୍ ପଡ଼ିଆରେ ଥିବା ଖେଳାଳୀ ପ୍ରଶାଧନ ଗୃହ ଚାବିର ପତ୍ତା ନାହିଁ
