ଏଓସିଏ ସଂପାଦକ ଦେବବ୍ରତ ଭଟ୍ଟ ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ।ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ, ସରକାର ଙ୍କୁ ଦେଉଛନ୍ତି ମିଥ୍ୟା ତଥ୍ୟ ।

ଭୁବନେଶ୍ୱର: ୨୬-୧୨-୨୫ ଢେଙ୍କାନାଳ ବାସିନ୍ଦା ଦେବବ୍ରତ ଭଟ୍ଟ ଦୀର୍ଘ ୭ ବର୍ଷ ହେଲା ଅଲ୍ ଓଡ଼ିଶା ଚେସ ମହାସଂଘ ର ସମ୍ପାଦକ ରହି ଆସୁଛନ୍ତି । ନିଜର କାର୍ଯ୍ୟକାଳ ଭିତରେ ସଂଘର ଉନ୍ନତି ତ ଦୂରର କଥା ହିସାବ ନିକାଶ ଅଡିଟ ନକରିବା ସରକାର ଙ୍କୁ ମିଥ୍ୟା ତଥ୍ୟ ଦେବା ଓ ନିଜ ଇଚ୍ଛା ମୁତାବକ କିଛି ବୋଲକରାଙ୍କୁ ପ୍ୟାକେଟ ରେ ରଖି ଖୁଆଇ ପିଆଇ ଅର୍ଥ ହରିଲୁଟ କରିବାରେ ସଫଳ ହୋଇଛନ୍ତି। ଏନେଇ ସଙ୍ଘ ର…

Read More

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍

ଭୁବନେଶ୍ୱର୧ ଡିସେମ୍ବର,୨୦୨୫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆରମ୍ଭ ହୋଇଛି ୩୭ତମ ଜାତୀୟ ସବ-ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍। ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହେବ। ଆଜିର ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ…

Read More

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଏକତା ଶପଥ ପାଠ ସୁନ୍ଦରଗଡ଼, ୩୧/୧୦/୨୫: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହୋଇଯାଇଅଛି ଏକ ଗଣଦୌଡ଼।ଏହି ଅବସରରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ସୁନ୍ଦରଗଡ଼ ବିଜେପି…

Read More

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର୧୦ ଅକ୍ଟୋବର, ୨୦୨୫ ଆସନ୍ତାକାଲି ଠାରୁ ଅର୍ଥାତ୍‌ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍‌ର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ। ଦୀର୍ଘ…

Read More

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର୯ ଅକ୍ଟୋବର, ୨୦୨୫ ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ। ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା…

Read More

କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ ଶ୍ରୀଲଙ୍କା ଅଧିକାରୀ

ଭୁବନେଶ୍ୱର୨୮ ଅଗଷ୍ଟ,୨୦୨୫ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି ଷ୍ଟାଡ଼ିୟମ, ଭାରତ୍ତୋଳନ, ସନ୍ତରଣ, ବ୍ୟାଡ଼ମିଣ୍ଟନ, ସୁଟିଙ୍ଗ, ଜିମ୍ନାଷ୍ଟିକ୍ସ ହାଇ ପରଫର୍‌ମାନ୍ସ ସେଣ୍ଟର ଆଦି ବୁଲି ଦେଖିଥିଲେ। ଶ୍ରୀଲଙ୍କାର ଅଧିକାରୀମାନେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ…

Read More

ଜୁନ ୧୮ ରୁ ଚେନ୍ନାଇ ରେ ମାଷ୍ଟର ହକି ପ୍ରତିଯୋଗୀତା

ଚେନ୍ନାଇ: (୧୬-୬-୨୫) ପ୍ରଥମ ଥର ପାଇଁ ହକି ଇଣ୍ଡିଆ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ବର୍ଗ ରେ ମାଷ୍ଟର ହକି ପ୍ରତିଯୋଗୀତା ଜୁନ ୧୮ ରୁ ଜୁନ ୨୭ ପର୍ଯ୍ୟନ୍ତ ଚେନ୍ନାଇ ରେ ଆୟୋଜିତ ହେବାକୁ ଯାଉଛି। ଏଥିରେ ସମସ୍ତ ରାଜ୍ୟ ଭାଗ ନେବାକୁ ଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଚେନ୍ନାଇ ରେ ପ୍ରତିଯୋଗିତାର ମାସ୍କଟ ଉନ୍ମୋଚିତ ହୋଇ ଯାଇଛି । ଏହି ପ୍ରତିଯୋଗିତା ଆଗାମୀ ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ଦାୟୀ…

Read More

ସେଲ ହକି ଏକାଡେ଼ମୀ ରେ ବ୍ୟାପକ ଅବ୍ୟବସ୍ଥା : ଲକ୍ଷ୍ୟ ଠାରୁ ବହୁତ ଦୂରରେ ଏକାଡେମୀ ର କାର୍ଯ୍ୟକଳାପ।

ରାଉରକେଲା : (୧୧ ଜୁନ ୨୫)ରାଉରକେଲା ସହର ସେକ୍ଟର – ୫ ରେ ଥିବା ସେଲ୍‌ ହକି ଏକାଡେମୀ କେବଳ ରାଉରକେଲା ନୁହେଁ ସମଗ୍ର ଓଡ଼ିଶା ଓ ଦେଶରେ ଖ୍ୟାତିଲାଭ କରିଥିବା ଏକ ଅନନ୍ୟ କ୍ରୀଡ଼ା ଅନୁଷ୍ଠାନ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତଥା ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର-୫ ରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ହକି ଷ୍ଟାଡିୟମ୍। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୫ ମସିହାରେ ଏଠାରେ ପଡ଼ିଥିଲା ଅତ୍ୟାଧୁନିକ…

Read More

ଆନ୍ତର୍ଜାତୀୟ ହକି ରୁ ଅବସର ନେଲେ ବନ୍ଦନା ।

ରାଉରକେଲା: (୧.ଅପ୍ରେଲ) ଉତ୍ତରପ୍ରଦେଶ ରୋସନାବାଦ ଗ୍ରାମର ଏକ ଗରିବ ପରିବାର ରେ ଜନ୍ମିତ ଝିଅ ବନ୍ଦନା କାଟରିଆ (୩୨))। ଫରୱାର୍ଡ ଖେଳାଳି ହିସାବରେ ଭାରତ ପାଇଁ ଅନେକ ଆନ୍ତର୍ଜାତିକ ହକି ପ୍ରତିଯୋଗୀତା ଖେଳି ଭାରତକୁ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ନିଜର ହକି କେରିୟର ଭିତରେ ୩୨୦ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୯୮ ଟି ଗୋଲ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହିତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।…

Read More

ଆଜି ଠୁ ଆଇ ପି ଏଲ୍ ଟକ୍କର।

ରାଉରକେଲା: ଆଜିଠାରୁ ଆରମ୍ୱ ହେବାକୁ ଯାଉଛି, ବିଶ୍ବର ଲୋକ ପ୍ରିୟ କ୍ରିକେଟ ପ୍ରତିଯୋଗୀତା ଆଇ ପି ଏଲ ( ଇଣ୍ଡିଆନ୍ ପ୍ରୀମୀୟର ଲିଗ୍) ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏହି ପ୍ରତିଯୋଗିତା ର ଖେଳ ଗୁଡ଼ିକ ଆୟୋଜିତ ହେବ। ଦୁଇଟି ଗ୍ରୁପରେ ବିଭକ୍ତ ୧୦ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର୍। ଚେନ୍ନାଇ ସୁପର କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲ, ରୟାଲ…

Read More