ଭୁବନେଶ୍ୱର: ୨୬-୧୨-୨୫
ଢେଙ୍କାନାଳ ବାସିନ୍ଦା ଦେବବ୍ରତ ଭଟ୍ଟ ଦୀର୍ଘ ୭ ବର୍ଷ ହେଲା ଅଲ୍ ଓଡ଼ିଶା ଚେସ ମହାସଂଘ ର ସମ୍ପାଦକ ରହି ଆସୁଛନ୍ତି । ନିଜର କାର୍ଯ୍ୟକାଳ ଭିତରେ ସଂଘର ଉନ୍ନତି ତ ଦୂରର କଥା ହିସାବ ନିକାଶ ଅଡିଟ ନକରିବା ସରକାର ଙ୍କୁ ମିଥ୍ୟା ତଥ୍ୟ ଦେବା ଓ ନିଜ ଇଚ୍ଛା ମୁତାବକ କିଛି ବୋଲକରାଙ୍କୁ ପ୍ୟାକେଟ ରେ ରଖି ଖୁଆଇ ପିଆଇ ଅର୍ଥ ହରିଲୁଟ କରିବାରେ ସଫଳ ହୋଇଛନ୍ତି। ଏନେଇ ସଙ୍ଘ ର ପୁର୍ବତନ କୋଷାଧ୍ୟକ୍ଷ ଶ୍ରୀ ଭଟ୍ଟ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେହିପରି ଚେସ ମହାସଂଘ ସହିତ ସଂସ୍ଲିଟ ଥିବା ପ୍ରାୟ ୧୦ ଜିଲ୍ଲାର କର୍ମକର୍ତ୍ତା ମଧ୍ୟ ଏହି ଅଭିଯୋଗ କୁ ସମର୍ଥନ କରିଛନ୍ତି । ଅଭିଯୋଗ ସ୍ବରୂପ ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ଚେସ ସଂଘ ଦ୍ଵାରା ଆୟୋଜନ କରାଯାଇଥିବା ଭିନ୍ନ ଭିନ୍ନ ବୟସ ବର୍ଗର ଚେସ ପ୍ରତିଯୋଗିତା ପାଇଁ ସରକାର ଙ୍କ ଠାରୁ ମିଳିଥିବା ବ୍ୟାପକ ଅର୍ଥ ର କିୟଦଂଶ ଆୟୋଜକ ଜିଲ୍ଲା ମାନଙ୍କୁ ପ୍ରଦାନ କରି ଏହାର ବୃହତାଂଶ ଶ୍ରୀ ଭଟ୍ଟ ଆତ୍ମସାତ କରି ମିଥ୍ୟା ବିନିଯୋଗ ପତ୍ର ସରକାରଙ୍କ ନିକଟରେ ଜମା କରୁଛନ୍ତି ଓଡ଼ିଶା ସରକାରଙ୍କ ସଂପୂର୍ଣ୍ଣ ଆର୍ଥିକ ପ୍ରୋତ୍ସାହନ ରେ ଭୂବନେଶ୍ୱର ରେ ୨୦୨୨ ମସିହାରେ ଏଓସିଏ , ରାଜ୍ଯ କ୍ରୀଡା ବିଭାଗ ଓ ରାଜ୍ୟ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରେ ଅନୁଷ୍ଠିତ ହୋଇଥିବା ଚେସ ଇନ୍ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଏଓସିଏ ତରଫରୁ ପ୍ରକୃତ ପକ୍ଷେ ମାତ୍ର ସାତ ଜଣ ଆରବିଟର ନିୟୋଜିତ ହୋଇଥିବା ସମୟରେ ଏହି କାର୍ଯ୍ୟକ୍ରମରେ ଏଓସିଏ ସଂପାଦକ ଶ୍ରୀ ଦେବବ୍ରତ ଭଟ୍ଟ ନିଜ ଡ୍ରାଇଭର ଓ ଷ୍ଟାଫ୍ ଙ୍କ ସମେତ ସମୁଦାୟ କୋଡ଼ିଏ ଜଣ ଆରବିଟର ନିୟୋଜିତ ହୋଇଥିବା ଦର୍ଶାଇ ସେମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା କଥା ଆରଟିଆଇ ସୂତ୍ରରୁ ମିଳିଥିବା କାଗଜପତ୍ର ରୁ ପ୍ରକାରାନ୍ତରେ ସୂଚନା ମିଳୁ ଅଛି । ସେହିପରି
ଭୂବନେଶ୍ୱର ର କଳିଙ୍ଗ ଷ୍ଟାଡିୟମରେ ୨୦୨୩ ମସିହା ମେ ମାସରେ ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତା ରେ ଏଓସିଏ ଦ୍ୱାରା ଆୟୋଜିତ ହୋଇଥିବା ଗ୍ରୀଷ୍ମ କାଳୀନ ଚେସ ଶିବିର ପାଇଁ ଏଓସିଏ ସଂପାଦକ ଶ୍ରୀ ଦେବବ୍ରତ ଭଟ୍ଟ ସରକାରଙ୍କ ଠାରୁ ପାଞ୍ଚ ଜଣ କୋଚ୍ ଙ୍କ ପାଇଁ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ପ୍ରାପ୍ତ ହୋଇଥିବା ସମୟରେ ସଂପୃକ୍ତ କୋଚ ମାନଙ୍କୁ ମୋଟ ଏକଲକ୍ଷ ଷାଠିଏ ହଜାର ଟଙ୍କା ପ୍ରଦାନ କରି (ଏଓସିଏ ଅଡିଟ ରିପୋର୍ଟ ଅନୁଯାୟୀ ) ଏକ ଲକ୍ଷ ଟଙ୍କା ଆତ୍ମସାତ କରିଅଛନ୍ତି । ଏହି ପୋଗ୍ରାମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସମୟରେ ଏବଂ ଏହି ପୋଗ୍ରାମ ସମୟରେ ପୋଗ୍ରାମ ରେ ଅଂଶଗ୍ରହଣ କରିଥିବା ଖେଳାଳୀ ଓ ଅଫିସିଆଲ୍ ମାନଙ୍କ ପାଇଁ ଖାଦ୍ୟ ର କୌଣସି ର ବ୍ୟବସ୍ଥା କରାଯାଇ ନଥୂବା ସତ୍ତ୍ୱେ ଆଠଗଡ ର ଏକ ହୋଟେଲ ରୁ ଜାଲିଆତି ବିଲ ସଂଗ୍ରହ କରି ଶ୍ରୀ ଦେବବ୍ରତ ଭଟ୍ଟ ଏଓସିଏ ତହବିଲ ରୁ ଚଉଦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ରାଶି ସିଧାସଳଖ ଆତ୍ମସାତ କରିଛନ୍ତି । ଏଭଳି କି ସମ୍ବଲପୁର ରେ ୨୦୨୩ ରେ ଅନୁଷ୍ଠିତ ହୋଇଥିବା ଏସ ଏନ ଏ ସେମିନାର ପାଇଁ ଏଓସିଏ ର କ୍ଯାସବୁକ ଅନୁଯାୟୀ ଏହାର ସଂପାଦକ ଶ୍ରୀ ଭଟ୍ଟ ଏଓସିଏ ଆକାଉଣ୍ଟ ରୁ ମାତ୍ର ଅଶୀ ହଜାର ଖର୍ଚ୍ଚ କରିଥିବା ସମୟରେ ମିଥ୍ୟା ଭାଉଚର ଦାଖଲ କରାଇ ଏ ବାବଦକୁ ଏଆଇସିଏଫ ରୁ ଏକଲକ୍ଷ ପଞ୍ଚାବନ ହଜାର ଟଙ୍କା ଓ ଓଡ଼ିଶା ସରକାରଙ୍କ ର କ୍ରୀଡା ବିଭାଗ ରୁ ଏକ ଲକ୍ଷ ଟଙ୍କା ହେରଫେର କରିବା ସହିତ ଚତୁରତାର ସହିତ ଏହି ଅର୍ଥ କୁ ମଧ୍ୟ ସେ ଆତ୍ମସାତ କରିଛନ୍ତି । ଗୋଟିଏ ଇଭେଣ୍ଟ ରେ ଆବଶ୍ୟକ ଥିବା ଖର୍ଚ୍ଚ ପାଇଁ ଅନ୍ୟ କୌଣସି ସୂତ୍ରରୁ ଅନୁଦାନ ମିଳିଥିଲେ ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ରୁ ସେ ବାବଦକୁ କୌଣସି ଅନୁଦାନ ମିଳିବ ନାହିଁ ବୋଲି ସରକାରୀ ପ୍ରାବଧାନ ଥିବା ସମୟରେ , ଏଓସିଏ ସଂପାଦକ ଶ୍ରୀ ଭଟ୍ଟ କେଉଁ ପରିସ୍ଥିତିରେ ସରକାରୀ ଅର୍ଥ ନେଇ ଆତ୍ମସାତ କରିବାର ସୁଯୋଗ ପାଇଲେ, ତାହା ଅନୁସନ୍ଧାନ ସାକ୍ଷେପ ବୋଲି ସଂଘଟନ ର କର୍ମକର୍ତ୍ତା ଦାବି କରିଛନ୍ତି ।
ଓଡ଼ିଶା ସରକାରଙ୍କ ର କ୍ରୀଡା ଅନୁଦାନ ସମ୍ବନ୍ଧୀୟ ଘୋଷଣା ପତ୍ର ରେ କେବଳ କେନ୍ଦ୍ର ସରକାର ସୁଶାସନ କ୍ରୀଡା ନୀତି (Good Governance Sports Policy )ଅନୁସରଣ କରୁଥିବା ଖେଳ ସଂଘ ମାନଙ୍କୁ କ୍ରୀଡା ଅନୁଦାନ ମିଳିବାକୁ ବ୍ୟବସ୍ଥା ରହିଥିବା ସମୟରେ , ଶ୍ରୀ ଭଟ୍ଟ ଇଚ୍ଛାକୃତ ଭାବରେ ଏ ସମ୍ବନ୍ଧୀୟ ଏଆଇସିଏଫ ର ନିର୍ଦ୍ଦେଶନାମାବଳି କୁ ଏ ଓ ସି ଏ ର କାର୍ଯ୍ୟକାରୀ କମିଟି ଓ ସାଧାରଣ କମିଟି ସଭ୍ୟ ମାନଙ୍କ ଠାରୁ ଗୋପନ ରଖି ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ରୁ ପର୍ଯ୍ୟାପ୍ତ ଟଙ୍କା ର ଅନୁଦାନ ପାଇବାରେ ସମର୍ଥ ହୋଇ ସେ ସବୁ ଅର୍ଥ ହଡ଼ପ କରିବା ରେ ସମର୍ଥ ହୋଇପାରିଲେ, ସେ ସବୁ ର ସ୍ବତନ୍ତ୍ର ଅନୁସନ୍ଧାନ ହେବା ର ଆବଶ୍ୟକତା ଅଛି ବୋଲି ଚେସ ଖେଳାଳି , ଅଭିଭାବକ ଓ ଜିଲ୍ଲା ସଂଘ ମାନେ ଦାବି କରିଛନ୍ତି।
