ଏକଲବ୍ୟ ଜାତୀୟ କ୍ରୀଡା ବିରୁଦ୍ଧରେ ପୁଣି ସଙ୍ଗୀନ ଅଭିଯୋଗ ।

ରାଉରକେଲା(୧୯-୧୨-୨୫)
ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଥିଲା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ନଭେମ୍ବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍‌ ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ଉଦଯାପିତ ହୋଇଥିଲା। ଏଥିରେ ହୋଇଥିବା ବିଭିନ୍ନ କ୍ରୀଡ଼ାରେ ଭାଗ ନେବା ପାଇଁ ଦେଶର ୨୧ ଟି ରାଜ୍ୟରୁ ୫ ହଜାର ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ। ଏହି ପ୍ରତିଯୋଗିତା କୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ସୂଚନା ରହିଛି ।ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଅନେକ ପଦାଧିକାରୀ ଦାୟିତ୍ବ ନେଇଥିଲେ। ଅନ୍ୟ ପକ୍ଷରେ ଏହି କ୍ରୀଡା ପ୍ରତିଯୋଗିତା କୁ ମୁଖ୍ୟତ ପରିଚାଳନା କରୁଥିଲେ ରାଉରକେଲା ରେ ଅବସ୍ଥାପିତ ଓଡ଼ିଶା କ୍ରୀଡା ବିଭାଗ ର ଯୁଗ୍ମ ନିର୍ଦେଶକ ସୁଦୀପ୍ତ ନାୟକ ସୂଚନା ମୁତାବକ ଶ୍ରୀ ନାୟକ ରାଉରକେଲା ସମେତ ରାଜଗାଙ୍ଗପୁର ଓ ସୁନ୍ଦରଗଡ ରେ ହୋଇଥିବା ଖେଳକୁ ତଦାରଖ କରୁଥିଲେ ଖେଳ ଚାଲୁଥିବା ସମୟରେ ଖେଳ ପରିଚାଳନା ନେଇ ଶ୍ରୀ ନାୟକ ଙ୍କ ପାଖକୁ ଅନେକ ଅଭିଯୋଗ ଆସିଥିଲା । କିନ୍ତୁ ସମସ୍ତ ଅଭିଯୋଗ କୁ ବାବୁ ନାୟକ ପ୍ୟାକେଟ ରେ ପୁରାଇ ଉଡଙ୍ଗ ଛୁ କରିଦେଲେ। ବାବୁ ନାୟକ କୁଆଡେ ସ୍ଥାନୀୟ ବିଧାୟକ ଙ୍କ ଭାରି ଅନ୍ତର ର ବ୍ୟକ୍ତି । ଅନ୍ୟ ପକ୍ଷରେ ଏହି ପରିଚାଳକଙ୍କ ଭୂମିକାକୁ ନେଇ ଅନ୍ୟ ଜଣେ କରିତକର୍ମା ଅଧିକାରୀ ତଥା ପ୍ରଶିକ୍ଷକ ଶିବ ମିଶ୍ରଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ରହିଥିଲା। ତାଙ୍କୁ ସହଯୋଗ କରିଥିଲେ ନିଜକୁ ଜିଲ୍ଲାର କ୍ରୀଡା ଅଧିକାରିଣୀ କହି ବୁଲୁଥିବା ପୂର୍ବତନ ଜଣେ କ୍ରୀଡା ଅଧିକାରୀଙ୍କ ଧର୍ମ ପତ୍ନୀ। ଏହି ଦୁଇଜଣ ସମସ୍ତ ବ୍ୟବସ୍ଥିତ ଓ ବିଧିବଦ୍ଧ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ନିଜର ମନୋମୁଖୀ କାର୍ଯ୍ୟ ଚଳାଇଥିଲେ ବୋଲି କ୍ରୀଡା ବିଭାଗ ଓ ଓଡ଼ିଶା ଅଳମ୍ପିକ ସଂଘକୁ ମଧ୍ୟ ଏହି ଦୁଇ ଜଣଙ୍କ ବିରୁଦ୍ଧର ଅଭିଯୋଗ ହୋଇଥିଲା। ଏସବୁ ସତ୍ତ୍ୱେ ଏବେ ପୁଣି ଶିବ ମିଶ୍ର ଓ ନିଜକୁ କ୍ରୀଡା ଅଧିକାରିଣୀ କହୁଥିବା ମହିଳା ଙ୍କ ବିରୁଦ୍ଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ଏକଲବ୍ୟ ଜାତୀୟ ପ୍ରତିଯୋଗିତାକୁ ପରିଚାଳନା ପାଇଁ ଏମାନେ ଅନେକ କ୍ରୀଡା ସମ୍ପର୍କିତ ବ୍ୟକ୍ତି ଙ୍କୁ ଡାକି ଆର୍ଥିକ ଦେବୁ କହି ପ୍ରତିଯୋଗୀତାରେ ଅଫିସିଆଲ୍ ନିଯୁକ୍ତି ଦେଇଥିଲେ କିନ୍ତୁ ଖେଳ ସରିବାର ୧ ମାସ ବିତି ଗଲାଣି ଏ ପର୍ଯ୍ୟନ୍ତ ଅଫିସିଆଲ୍ ମାନଙ୍କୁ କୌଣସି ଅର୍ଥ ରାଶି ପ୍ରଦାନ କରିନାହାନ୍ତି ଏହି ଦୁଇ ଜଣ କରିତ୍ କର୍ମା ବ୍ୟକ୍ତି । ଏସବୁ ବାବଦରେ ଅଫିସିଆଲ୍ ମାନେ ସୁଦୀପ୍ତ ନାୟକ ଙ୍କୁ ସବୁ ଜଣାଇଥିଲେ ହେଲେ ଫଳ ଶୂନ୍ୟ । କାହାକୁ ଦିନକୁ ପ୍ରାପ୍ୟ ୩ ହଜାର ତ କାହାକୁ ଦିନକୁ ୨ ହଜାର ବା ୧୫୦୦ ଟଙ୍କା ଦେବାକୁ କହିଥିଲେ କିନ୍ତୁ ଏ ଯାଏ ଟଙ୍କା ଟିଏ ବି ମିଳି ନାହିଁ ସେ ନେଇ ମିଡ଼ିଆ ସମ୍ମୁଖରେ ମୁଁହ ଖୋଲି ଛନ୍ତି ପ୍ରତିଯୋଗିତା କୁ ପରିଚାଳନା କରିଥିବା କିଛି ଅଫିସିଆଲ୍ , ଏକଥା ମଧ୍ୟ କହିଛନ୍ତି ଶିବ ମିଶ୍ର କୋଚିଂ ନା ରେ ଷ୍ଟାଡିୟମ୍ ରେ କେବଳ ପ୍ରହସନ କରୁଛନ୍ତି ଏହିଭଳି ଖେଳ କୁଦ କରି ଅର୍ଥ ଉପାର୍ଜନ ତାଙ୍କର ଏକ ପ୍ରକାର ବୃତ୍ତି ସ୍ଥାନୀୟ ବିଧାୟକ ଙ୍କ ସହିତ ମଧୁର ସମ୍ପର୍କ ପାଇଁ ବାବୁ ଶିବ କୁଆଡେ କହି ବୁଲନ୍ତି ମୋର କେହି କିଛି କରିପାରିବେ ନାହିଁ। ତେଣୁ ଏସବୁ ଘଟଣା କୁ ବିଚାର କୁ ନେଇ ଜିଲ୍ଲାପାଳ ଯଥା ଶୀଘ୍ର ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ଅଫିସିଆଲ୍ ମାନେ ନିଜର ମତ ରଖିଛନ୍ତି।

ସୂଚନା ମୁତାବକ ପ୍ରଥମେ ଛତିଶଗଡ଼ ଓ ପରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ହେବାକୁ ଥିବା ଏହି ପ୍ରତିଯୋଗିତା ଶେଷ ସମୟରେ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଆୟୋଜିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଖେଳକୁଦ ପ୍ରତିଯୋଗିତାରେ ହୋଇଥିବା ଅବ୍ୟବସ୍ଥା ଓ ବିବାଦ ପ୍ରତିଯୋଗିତାର ପିଛା ଛାଡ଼ୁ ନାହିଁ। ଜିଲ୍ଲାପାଳ ହସ୍ତକ୍ଷେପ କରି ପ୍ରତ୍ୟେକ ଜିନିଷ ର ସମାଧାନ କରିବା ଦରକାର ବୋଲି ବରିଷ୍ଟ ଖେଳାଳି ମାନେ ଯୁକ୍ତି ବାଢ଼ିଛନ୍ତି ।

Leave a Reply

Your email address will not be published. Required fields are marked *