ଆସନ୍ତା ୨୮ ଜାନୁଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଠାରେ ୩୮ତମ ନ୍ୟାସନାଲ ଗେମ୍ସ (୩୮ତମ ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା) ଅନୁଷ୍ଠିତ ହେବ
ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦୨ ଜଣ କ୍ରୀଡ଼ାବିତ ଏବଂ ତାଙ୍କ ସହିତ ୭୫ଜଣ ସପୋର୍ଟ ଷ୍ଟାଫ୍ ଯୋଗଦେବେ। ଏହି ଅବସରରେ ଆଜି କଳିଙ୍ଗ ଷ୍ଟାଡିୟମ୍ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ ଓ ସପୋର୍ଟ ଷ୍ଟାଫଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆମ କ୍ରୀଡ଼ାବିତମାନେ ହେଲେ ଆମ ଗର୍ବ ଓ ଗୌରବ। ନ୍ୟାସନାଲ ଗେମ୍ସର ବିଗତ ସଂସ୍କରଣରେ ଓଡ଼ିଶାକୁ ସର୍ବମୋଟ ୫୮ଟି ପଦକ…
