ରାଉରକେଲା: ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ରେ ଆରମ୍ଭ ହୋଇଥିବା ପୁରୁଷ ହକି ଇଣ୍ଡିଆ ଲିଗ୍ ର ସେମି ଫାଇନାଲ ଖେଳିବେ ୪ ପ୍ରମୁଖ ଦଳ। ଇତି ମଧ୍ୟରେ ୨୯ ତାରିଖ ରେ ଶେଷ ହୋଇଛି ଏଚ୍ ଆଇ ଏଲ ର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ । ଭାଗ ନେଇଥିବା ୮ ଟି ଦଳ ମଧ୍ୟରୁ ସାର୍ଚି ବେଙ୍ଗଲ ଟାଇଗର୍ସ ୧୯ ପଏଣ୍ଟ ସହିତ ଶୀର୍ଷ ରହିଥିବା ବେଳେ ସୁରମା ହକି କ୍ଳବ୍ ୧୯ ପଏଣ୍ଟ, ହାଇଦ୍ରାବାଦ୍ ତୁଫାନ୍ସ ୧୮ ପଏଣ୍ଟ ଓ ତାମିଲନାଡୁ ଦ୍ରାଗନ୍ସ ୧୮ ପଏଣ୍ଟ ପାଇଁ ପ୍ରତିଯୋଗିତାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ୩୧ ଜାନୁୟାରୀ ରେ ଦୁଇଟି ଯାକ ସେମି ଫାଇନାଲ ମ୍ୟାଚ ଖେଳାଯିବ ଓ ଫେବୃୟାରୀ ୧ ରେ ଫାଇନାଲ ମ୍ୟାଚ ଖେଳାଯିବ। ସେହିପରି ୟୁପି ଋଦ୍ରସ ୧୭ ପଏଣ୍ଟ, କଳିଙ୍ଗ ଲାନସର୍ସ ୧୨ ପଏଣ୍ଟ,ଟିମ୍ ଗୋନାଶିକା ୧୨ ପ୍ୟାଣ୍ଟ୍ ଓ ଦିଲ୍ଲୀ ଏସ ଜି ପାଇପର୍ସ ୫ ପଏଣ୍ଟ ସହିତ ଯଥାକ୍ରମେ ପଞ୍ଚମ,ଷଷ୍ଠ,ସପ୍ତମ ଓ ଅଷ୍ଟମ ସ୍ଥାନରେ ରହି ନିଜର ହକି ଇଣ୍ଡିଆ ଲିଗ୍ ର ଅଭିଯାନ ଶେଷ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଶେଷ ପର୍ଯ୍ୟନ୍ତ କଳିଙ୍ଗ ଲାନସର୍ସ ର ଥିଏରି ବ୍ରୀଙ୍କମ୍ୟାନ ସର୍ବାଧିକ ୧୦ ଟି ଫିଲ୍ଡ ଗୋଲ ମାରିଥିବା ବେଳେ ବେଙ୍ଗଲ ଟାଇଗର୍ସ ର ଜୁଗରାଜ ସିଂ ପେନାଲ୍ଟି କର୍ଣ୍ଣର ମାଧ୍ୟମ ରେ ୯ ଟି ଗୋଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିବାରୁ ତାମିଲନାଡୁ ଦ୍ରାଗନ୍ସ ର ଅଧିନାୟକ ଅମିତ୍ ରୋହି ଦାସ କହିଛନ୍ତି ଏହା ଟିମ୍ କୋଚ୍ ଭେନ୍ ରିନ୍ ଙ୍କ ରଣକୌଶଳ ଓ ସମସ୍ତ ଖେଳାଳୀଙ୍କ ପରିଶ୍ରମ ପାଇଁ ଏହି ସଫଳତା ପାଇ ଆମେ ସେମି ଫାଇନାଲ ରେ ପହଞ୍ଚିଚୁ। ସେହିଭଳି ବେଙ୍ଗଲ ଅଧିନାୟକ ରୁପେନ୍ଦର୍ ପାଲ ସିଂହ କୁହନ୍ତି ହକି ଇଣ୍ଡିଆ ଲିଗ୍ ଯୁବ ପୀଢ଼ି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଗକୁ ଆସିବା ପାଇଁ ଓ ନିଜ ଦକ୍ଷତା ପ୍ରମାଣିତ କରିବା ପାଇଁ ।

ତେଣୁ ସେମି ଫାଇନାଲ ରେ ପହଞ୍ଚିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଯାହା ଆମେ ପୁରା କରିଛୁ। ସେମି ଫାଇନାଲ ନିଶ୍ଚିତ ସଙ୍ଘର୍ଷ ପୁର୍ଣ୍ଣ ମ୍ୟାଚ୍ ହେବ ଏହାକୁ ଦର୍ଶକ ଖୁବ୍ ଆନନ୍ଦ ର ସହିତ ଉପଭୋଗ କରିବେ ଏହି ଲିଗ୍ ରେ ଖେଳୁଥିବା ଖେଳାଳି ପ୍ରୋ ଲିଗ୍ ହକିରେ ଭଲ ପ୍ରଦର୍ଶନ କରିବେ ବୋଲି କୁହନ୍ତି ହାଇଦ୍ରାବାଦ୍ ତୁଫାନ୍ସ ଦଳର ମଧ୍ୟଭାଗ ଖେଳାଳି ନିଲକଣ୍ଟ ଶର୍ମା। ପ୍ରତିଯୋଗୀତାର ସୂଚୀ ଅନୁଯାୟୀ ୩୧ ଜାନୁୟାରୀ ରେ ଦୁଇଟି ସେମିଫାଇନାଲ ଓ ୧ ଫେବ୍ରୁଆରୀ ରେ ତୃତୀୟ/ଚତୁର୍ଥ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ।
