ସୁନ୍ଦରଗଡ଼ ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ

ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ

ସୁନ୍ଦରଗଡ଼, ୨୧/୦୬/୨୫: ସୁନ୍ଦରଗଡ଼ ଠାରେ ପାଳିତ ହୋଇଯାଇଅଛି ଅନ୍ତର୍ଜାତୀୟ ଯୋଗ ଦିବସ । ସ୍ଥାନୀୟ ଭବାନୀ ଭବନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ହୋଇଯାଇଅଛି ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ଯୋଗ ଦିବସ।

ଏହି ଅବସରରେ ଭାବେ ଓଡ଼ିଶା ବିଧାନ ସଭାର ମାନ୍ୟବର
ଉପ – ବାଚସ୍ପତି ଶ୍ରୀ ଭବାନି ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ , ଆଇ ଏ ଏସ ଶିକ୍ଷାନବିସ ଫାବୀ ରସିଦ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ନିଜ ଅଭିଭାଷଣ ରେ କହିଥିଲେ ଯେ, ଯୋଗ ସ୍ବାସ୍ଥ୍ୟ ପାଇଁ ହିତକର, ଯୋଗ କରିବା ଦ୍ଵାରା ଶରୀର ଭଲ ରହିବ ଏବଂ ଯୋଗ ଦ୍ଵାରା ସକାରାତ୍ମକ ମୋନୋଭାବ ମଧ୍ୟ ସୃଷ୍ଟି ହେବ।

“ସ୍ବାସ୍ଥ୍ୟ ହିଁ ସମ୍ପଦ । ଆଜିର ଜୀବନଶୈଳୀ ପରିବର୍ତ୍ତନ ହୋଇଛି, ଲୋକମାନେ ଅଳ୍ପ ବୟସରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିୟମିତ ଯୋଗ ଅଭ୍ୟାସ ଦ୍ଵାରା ଆମେ ଏହି ଭଳି ରାଗରୁ ରକ୍ଷା ପାଇ ପାରିବା। ତେଣୁ ଆମେ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ” ।

ଏହି ଅବସରରେ ଭାଇଜାଗ ଠାରେ ଆୟୋଜିତ ହୋଇଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ ଯୋଗ ଦିବସର ଚଳିତ ବର୍ଷର ଶୀର୍ଷକ ରହିଛି ” ଏକ ପୃଥିବୀ , ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ” ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସୁସ୍ଥତାକୁ ପ୍ରାଥମିକତା ଦେବା ନିମନ୍ତେ ସମସ୍ତେ ଶପଥ ଗ୍ରହଣ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *