ଏଚ୍ ଆଇ ଏଲ ଖେଳିଲେ ଭାଇ,ଭଉଣୀ।


ରାଉରକେଲା: ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ଓ ଜୟପାଲ ସିଂହ ମୁଣ୍ଡା ହକି ଷ୍ଟାଡିୟମ୍ ରାଞ୍ଚି ରେ ଆରମ୍ବ ହୋଇଥିଲା ଏଚ୍ ଆଇ ଏଲ ପୁରୁଷ ଓ ମହିଳା ହକି ପ୍ରତିଯୋଗୀତା । ଇତି ମଧ୍ୟରେ ମହିଳା ପ୍ରଥମ ସଂସ୍କରଣ ଏଚ୍ ଆଇ ଏଲ ପ୍ରତିଯୋଗିତା ରାଞ୍ଚି ରେ ୨୬ ଜାନୁୟାରୀ ରେ ସମାପ୍ତ ହୋଇଛି । ଫାଇନାଲ ରେ ଓଡ଼ିଶା ୱାରୀୟସ୍ ଓ ସୁରମା ହକି କ୍ଳବ୍ ପଞ୍ଜାବ ର କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷରେ ୨-୧ ଗୋଲରେ ବାଜି ମାରିଥିଲା ଓଡ଼ିଶା ୱାରୀୟସ୍ । ଓଡ଼ିଶା ୱାରିୟସ୍ ଦଳରେ ଖେଳୁଥିଲେ ହରିୟାଣା ର ଝିଅ କନିକା ସିୱାଚ (୧୯) । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ୍ ପ୍ରିତମ ସିୱାଚ ଓ ଜାତୀୟ କୋଚ୍ କୁଲଦୀପ ସିୱାଚ ଙ୍କ ଝିଅ ହେଉଛନ୍ତି କନିକା ।ଛୋଟ ବେଳୁ କନିକା କୁ ପ୍ରଶିକ୍ଷଣ ଦେଇଛନ୍ତି ଉଭୟ ବାପା ଓ ମାଆ । ପ୍ରଥମେ ସର୍ବ କନିଷ୍ଟ ଓ ପରେ କନିଷ୍ଠ ହରିୟାଣା ଦଳରୁ ଜାତୀୟ ହକି ପ୍ରତିଯୋଗୀତା ଖେଳି ଅନେକ ସଫଳତା ପାଇବା ପରେ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇ ନିକଟରେ ସରିଥିବା ଜୁନିୟର ଏସିଆ କପ୍ ରେ ଫରୱାର୍ଡ ଖେଳାଳି ହିସାବରେ ନିଜର ଦକ୍ଷତା ର ପ୍ରମାଣ ଦେଇ ପ୍ରତିଯୋଗିତାର ଦ୍ୱିତୀୟ ସର୍ବାଧିକ ଗୋଲ ମାରି ଭାରତୀୟ ଦଳକୁ ଚମ୍ପିୟାନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କନିକା ଜଣେ ଆଟାକିଂ ଫରୱାର୍ଡ ଖେଳାଳି ଅଧିକ ଲମ୍ବା ଥିବାରୁ ଡି ବକ୍ସ ଭିତରେ ଗୋଲ ମାରିବାର ସୁଯୋଗ କୁ ଜମା ହାତ ଛଡ଼ା କରନ୍ତି ନାହିଁ। ୨୬ ଜାନୁୟାରୀ ରେ ରାଞ୍ଚି ରେ ଏଚ ଆଇ ଏଲ ର ଫାଇନାଲ ରେ ଖେଳ ଦେଖିବା ପାଇଁ ବାପା କୁଲଦୀପ ଓ ମାଆ ପ୍ରିତମ୍ ଉପସ୍ଥିତ ଥିଲେ । ତାଙ୍କର ଉପସ୍ଥିତି କୁ ନେଇ କନିକା କହିଛନ୍ତି ଛୋଟ ବେଳୁ ମୋର ଖେଳ କୁ ନେଇ ସମସ୍ତ ସୁବିଧା ଅସୁବିଧା ବୁଝି ଆସୁଥିବା ମୋର ପ୍ରଥମ ଗୁରୁ ମୋର ପ୍ରତ୍ୟେକ ଖେଳ ଟିଭି ରେ ଦେଖୁଥିଲେ କିନ୍ତୁ ଏଚ୍ ଆଇ ଏଲ ଫାଇନାଲ ମ୍ୟାଚ ପଡିଆ ର ଗ୍ୟାଲେରୀ ରେ ଦର୍ଶକ ସହିତ ବସି ଦେଖି ମୋତେ ଉତ୍ସାହିତ କରିବାର ଦୃଶ୍ୟ ହକି ଜଗତରେ ନିହାତି ସ୍ମରଣୀୟ ଏବଂ ମୋ ପାଇଁ ଖୁବ୍ ଗର୍ବର ବିଷୟ ତେଣୁ ଜଣେ ଖେଳାଳି ର ଦୁଇ ଗୁରୁ ଶିଷ୍ୟ ର ଫାଇନାଲ ମ୍ୟାଚ ଦେଖିବା ଓ ସେହି ମ୍ୟାଚ୍ ଶିଷ୍ୟର ଟିମ୍ ଚମ୍ପିୟାନ ହେବା ଏହା ସବୁଠାରୁ ଗର୍ବ ଗୌରବର ବିଷୟ ଏବଂ ଏହା ମୋ ପାଇଁ ସଦାସର୍ବଦା ସ୍ମରଣୀୟ ହୋଇ ରହିବ।

ସେହିପରି ୟସଦୀପ୍ ସିୱାଚ୍ (୨୪) ପ୍ରଥମ ଗୁରୁ ମାଆ ପ୍ରୀତମ୍ ସିୱାଚ୍ ଯିଏ ପୂର୍ବତନ ଭାରତୀୟ ଦଳର ଅଧିନାୟିକା ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ। ୟସଦୀପ ଛୋଟ ବେଳେ ମାଆ ଙ୍କ ସହିତ ହକି ପଡିଆ ବୁଲିବାକୁ ଯାଉଥିଲେ ଧୀରେ ହକି ପ୍ରତି ଆଗ୍ରହ ଦେଖି ମାଆ ତାକୁ ପ୍ରଶିକ୍ଷଣ ଦେଲେ ପରେ ହରିୟାଣା ଜୁନିୟର ଦଳ ପାଇଁ ଜାତୀୟ ପ୍ରତିଯୋଗୀତା ଖେଳି ଭାରତୀୟ କୋଚ୍ ଙ୍କ ଦୃଷ୍ଟି କୁ ଆସିଲେ ୟସଦିପ ଜଣେ ଭଲ ରକ୍ଷଣ ଭାଗ ଖେଳାଳି ହୋଇଥିବାରୁ ଭାରତୀୟ ପୁରୁଷ ଜୁନିୟର ଦଳରେ ସ୍ଥାନ ପାଇ ୨୦୧୯ ରେ ସୁଲତାନ ଜୋହର କପ ଖେଳି ଦଳ ପାଇଁ ରୌପ୍ୟ ପଦକ ଜିତିଲେ ଓ ପରେ ପରେ ୨୦୨୧ ରେ ଭାରତୀୟ ଜୁନିୟର ଦଳରେ ପୁଣି ଭୁବନେଶ୍ବର ରେ ହୋଇଥିବା ହକି ବିଶ୍ଵକପ ରେ ମଧ୍ୟ ନିଜର ଦକ୍ଷତା ର ଝଲକ ଦେଖାଇଲେ। ୟସ୍ ଦୀପ ଏବେ ଟିମ୍ ଗୋନାଶିକା ପାଇଁ ଏଚ୍ ଆଇ ଏଲ ଖେଳୁଛନ୍ତି। ଟିମ୍ ର ପ୍ରଦର୍ଶନ ଆଖି ଦୃଷ୍ଟିଆ ନ ହୋଇ ମଧ୍ୟ ନିଜର ଦମଦାର ଖେଳ ଜାରି ରଖି ଏବେ ଆଗକୁ ହେବାକୁ ଥିବା ପ୍ରୋ ଲିଗ୍ ପୁରୁଷ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି । ଏଚ ଆଇ ଏଲ ର ଏକ ମ୍ୟାଚ୍ ଟିମ୍ ଗୋନାଶିକା ଓ ତାମିଲନାଡୁ ଦ୍ରଗନ୍ସ ମଧ୍ୟରେ ହୋଇଥିଲା ଟିମ୍ ଗୋନାଶିକା ଦମଦାର ଖେଳ ଦେଖାଇ ବିଜୟୀ ହୋଇଥିଲା ଏହି ମ୍ୟାଚ୍ କୁ ଦର୍ଶକ ଙ୍କ ସହିତ ବସି ଉପଭୋଗ କରୁଥିଲେ ବାପା କୁଲଦୀପ ଓ ମାଆ ପ୍ରିତମ। ୟସ ଦୀପ ଙ୍କ କହିବା ଅନୁଯାୟୀ ଆମ ଟିମ୍ ଅଧିକ ଭଲ ପ୍ରଦର୍ଶନ କରି ନାହିଁ ସତ କିନ୍ତୁ ପୁଅର ଖେଳ ଦେଖି ଦଳକୁ ଉତ୍ସାହିତ କରିବା ପାଇଁ ଦର୍ଶକ ସହିତ ମୋର ପ୍ରଥମ ଗୁରୁ ମୋର ମାଆ ବସିଥିବାରୁ ମୋତେ ଖୁବ୍ ଆନନ୍ଦିତ କରିଛି ଏହା ମୋ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। ସେହି ଭଳି ମାଆ ପ୍ରିତମ କୁହନ୍ତି ମୋ ପାଇଁ ସବୁ ଖେଳାଳି ହେଉଛନ୍ତି ମୋର ଛୁଆ ।

ମୋ ନିଜ ପୁଅ ଝିଅଙ୍କୁ ମୁଁ ଯେତିକି ଗୁରୁତ୍ଵ ଦିଏ ସେତିକି ଗୁରୁତ୍ଵ ଅନ୍ୟ ଖେଳାଳୀଙ୍କୁ ମଧ୍ୟ ଦିଏ । ତେଣୁ ମୋର ପୁଅ ଝିଅ ଉଭୟ ଏଚ୍ ଆଇ ଏଲ ଖେଳୁଥିବା ରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଏଚ ଆଇ ଏଲ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ତେଣୁ ଏହି ପ୍ରତିଯୋଗିତା ଆଗକୁ ବରାବର ହେବା ଦରକାର। ଏହା ଦ୍ବାରା ଖେଳାଳୀଙ୍କ ଆର୍ଥିକ ସ୍ୱଚ୍ଛଳ ସହିତ ନିଜକୁ ଶ୍ରେଷ୍ଠ ଖେଳାଳି ପ୍ରମାଣ କରିବା ପାଇଁ ଏହି ପ୍ରତିଯୋଗିତା ହେଉଛି ଏକ ମାଧ୍ୟମ। ମୁଁ ସବୁବେଳେ ମୋ ସ୍ବାମୀ କୁଲଦୀପ ଙ୍କ ସହିତ ଓଡ଼ିଶା କୁ ପ୍ରତ୍ୟେକ ବଡ ହକି ପ୍ରତିଯୋଗିତା ଦେଖିବାକୁ ଆସେ ଆଗକୁ ବଞ୍ଚିଥିବା ଯାଏ ଆସୁଥିବି।ଓଡ଼ିଶାର ହକି ଭିତ୍ତିଭୂମି ଖୁବ୍ ଉଚ୍ଚ କୋଟୀର ଯାହା ଦ୍ଵାରା ଆଜି ଅନେକ ବଡ ବଡ ପ୍ରତିଯୋଗିତା ଓଡ଼ିଶାରେ ହୋଇ ପାରୁଚି। ମୋ ପୁଅ ୟସ୍ ଦୀପ ଓ ଝିଅ କନିକା ଉଭୟ ୨୦୨୪/୨୫ ବର୍ଷ ପାଇଁ ଏଚ ଆଇ ଖେଳୁ ଥିବାରୁ ଏହି ଏଚ୍ ଆଇ ଏଲ ମୋ ଜୀବନରେ ସର୍ବଦା ସ୍ମରଣୀୟ ହୋଇ ରହିବ।

Leave a Reply

Your email address will not be published. Required fields are marked *