କଟକ: ୧୪.୬.୨୫ – ଦୀର୍ଘ ବର୍ଷ ହେଲା ସିପକ୍ ଟାକ୍ର ଖେଳ ଓଡ଼ିଶାରେ ଚାଲି ଆସୁଛି । ଅନେକ ସମୟରେ ଏହି ଖେଳକୁ ନେଇ ବିବାଦ ଦେଖା ଦେଇଥାଏ । ବିବାଦ ସତ୍ତ୍ୱେ ଓଡ଼ିଶାର କେଉଁଝର ଓ ରାଉରକେଲା ରେ ସୀପକ୍ ଟାକ୍ର ଫେଡ୍ରେଶନ କପ୍ ଖୁବ୍ ସଫଳତା ର ସହିତ ଆୟୋଜିତ ହୋଇ ସାରିଛି । ଏବଂ ଅନେକ ଥର ଜୁନିୟର ଓ ସିନିୟର୍ ବର୍ଗ ରେ ଜାତୀୟ ପ୍ରତିଯୋଗୀତା ମଧ୍ୟ ସଫଳତା ର ସହ ଆୟୋଜିତ ହୋଇଛି। କିନ୍ତୁ ଏବେ ଓଡ଼ିଶା ସଂଘରେ ଦେଖା ଦେଇଛି ବିବାଦ ଦୁଇ ଗୋଷ୍ଟି ହୋଇ ଖେଳ କୁ ନେଇ ନିଜ ନିଜ ଭିତରେ ଟଣା ଭିଡା ହେଉଛନ୍ତି। ଯାହାର ପ୍ରଭାବ ସିଧାସଳଖ ଖେଳାଳି ଙ୍କ ଉପରେ ପଡୁଛି। ଖେଳକୁ ପ୍ରଥମ କରି ଆରମ୍ଭ କରିଥିବା କିଛି ଆଜୀବନ ସଦସ୍ୟ ଓ ସଦସ୍ୟା ଏହି ଖେଳକୁ ନିଜର ପୈତୃକ ସଂପତ୍ତି ବୋଲି ଭାବୁଥିବା ବେଳେ ଦୁଇ ବର୍ଷ ପୂର୍ବେ ବିଭିନ୍ନ ପଦବୀ ରେ ଦାୟିତ୍ୱରେ ରହି ସଂଘ ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ହେଉଛନ୍ତି ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ସେମାନେ ବି ଖେଳ କୁ ପୁରା ପୁରି ଭାବେ ନିଜ ଅକ୍ତିଆର ରେ ରଖିବାକୁ ଚାହୁଁ ଛନ୍ତି । ଏହି ଦୁଇ ଗୋଷ୍ଟି ଙ୍କ ଲଢେଇ ସୋସିଆଲ ମିଡିଆରେ ଏବେ ଭାଇରଲ ହେବାରେ ଲାଗିଛି ଗୋଟିଏ ପଟେ ପ୍ରତିବାଦ ସଭା ତ ଅନ୍ୟପଟେ ଜାତୀୟ ପ୍ରତିଯୋଗୀତା ଆୟୋଜନ କୁ ନେଇ ପ୍ରସ୍ତୁତି। କିନ୍ତୁ ଏହି ଲଢେଇ କେବେ ସମାଧାନ ହେବ ତାହା କାହାରିକୁ ଜଣା ନାହିଁ ଉଭୟ ଗୋଷ୍ଟିକୁ ଦିଲ୍ଲୀ ରେ ବସି ରିମୋର୍ଟ କରୁଛନ୍ତି ମି.ଦାହୀୟା କୁଲ ବାବୁ ମିଥ୍ୟା ପ୍ରତିଶୃତି ଦେବାରେ ମାଷ୍ଟର ମାଇଣ୍ଡ, ଉଭୟ ଗୋଷ୍ଟି ବିବାଦ ଯାହା ହେଉ ନା କାହିଁକି ଜିତ୍ ବି ତାଙ୍କର ପଟ ବି ତାଙ୍କର। ଦୁଇ ଗୋଷ୍ଟିର ବିବାଦ ରେ ବାରବାଟୀ ଷ୍ଟାଡିୟରେ ଥିବା ସିପକ ଟାକ୍ର ଅଫିସ ରେ ପଡ଼ିଲା ତାଲା।

ଏହି ତାଲା ଆଗାମୀ ଦିନରେ କି ରୂପ ନେବ ଅନ୍ୟପଟରେ ଏହା ଖେଳାଳିଙ୍କ ଉପରେ କଣ ପ୍ରଭାବ ପକାଇବ ତାହା କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସଂଘ ରେ ଥିବା ଅନେକ ଜିଲ୍ଲା ର କର୍ମକର୍ତ୍ତା ଙ୍କ କହିବା ଅନୁଯାୟୀ ରାଜ୍ୟ କ୍ରୀଡା ବିଭାଗ ଏହା ଉପରେ ଦୃଷ୍ଟି ଦେବା ଦରକାର ଓ ସଠିକ୍ ନିଷ୍ପତ୍ତି ସହିତ ସଂଘ ର ସମସ୍ତ କାଗଜ ପତ୍ର ଯାଞ୍ଚ କଲେ ସତ୍ୟ କଣ ସାମ୍ନାକୁ ଆସିବ ଓ ଖେଳାଳି ଙ୍କୁ ଉଚିତ୍ ନ୍ୟାୟ ମିଳିବ । ଏଭଳି ସ୍ଥିତିରେ ଉଭୟ ଗୋଷ୍ଟି ଆଗକୁ କଣ ନିଷ୍ପତ୍ତି ନେବେ ତାହା ଏବେ ଦେଖିବାକୁ ବାକି ରହିଲା।