ରାଉରକେଲା : ୨୮ ଡିସେମ୍ବର ୨୦୨୪ ରୁ ରାଉରକେଲା ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଓ ୧୨ ଜାନୁଆରି ୨୦୨୫ ରେ ଓ ରାଞ୍ଚି ସ୍ଥିତ ଜୟପାଲ୍ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ ଆରମ୍ଭ ହୋଇଛି ପୁରୁଷ ଓ ମହିଳା ସ୍ତରରେ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତା । ପୁରୁଷ ର ସପ୍ତମ ସଂସ୍କରଣ ହୋଇଥିବା ବେଳେ ମହିଳା ଙ୍କ ଏହା ପ୍ରଥମ ସଂସ୍କରଣ ପ୍ରତିଯୋଗିତା। ପୁରୁଷ ଙ୍କ ୮ ଟି ଦଳ ମଧ୍ୟରୁ ୟୁପି ରୁଦ୍ରାସ ଦଳରେ ଖେଳୁଛନ୍ତି ଇଂଲଣ୍ଡ ର ସାମୁଏଲ୍ ୱାର୍ଡ (୩୪)ଯିଏ କି ସେମ୍ ୱାର୍ଡ ନାମରେ ପରିଚିତ। ଖେଳିବା ସମୟରେ ସେ ୧୩ ନମ୍ବର ଜର୍ସି ପରିଧାନ କରିଥାନ୍ତି। ସେମ୍ ଜଣେ ଫରୱାର୍ଡ ଖେଳାଳି ମାଲେସିଆ ବିରୁଦ୍ଧରେ ନିଜ ଦେଶ ପାଇଁ ଆଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳୁଥିବା ସମୟରେ ତାଙ୍କର ବାମ ଆଖି ଓ ବାମ ପଟ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ଅନେକ ଦିନ ହସ୍ପିଟାଲ ରେ ରହି ଚିକିତ୍ସା ପରେ ଫେରି ନିଜ ଦେଶ ପାଇଁ ଖେଳୁଛନ୍ତି। ସେମ ଇଂଲଣ୍ଡ ପାଇଁ ୧୦୧ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୨୦ ଟି ଗୋଲ ମାରିଥିବା ବେଳେ ଗ୍ରେଟ ବ୍ରିଟେନ ପାଇଁ ୧୧୮ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୮୯ ଟି ଗୋଲ ମାରିଛନ୍ତି । ସେହିପରି ସେମ ନିଜ ଦେଶ ପାଇଁ ଆଲମ୍ପିକ, ବିଶ୍ଵକପ ଓ ୟୁରୋପୀୟନ୍ କପ୍ ମଧ୍ୟ ଖେଳିଛନ୍ତି ଏବେ ସେ ରାଉରକେଲା ରେ ରହି ୟୁପି ରୁଦ୍ରାସ ଦଳ ପାଇଁ ହକି ଇଣ୍ଡିଆ ଲିଗ୍ ଖେଳୁଛନ୍ତି ଖେଳିବା ସମୟରେ ଧଳା ରଙ୍ଗର ସୁରକ୍ଷିତ ମାସ୍କ୍ ପିନ୍ଧୁଛନ୍ତି ତେଣୁ ଏହି ମାସ୍କ ତାଙ୍କର ମୁଁହ କୁ ସୁରକ୍ଷିତ ରଖିବା ସହିତ ପଡ଼ିଆରେ ଖୁବ୍ ଆକର୍ଷିତ ମଧ୍ଯ ହେଉଛନ୍ତି । ସେମ ଙ୍କ ଧଳା ମାସ୍କ ତାଙ୍କୁ ଅଧିକ ପରିଚିତ କରିଛି ଯାହା ଦ୍ଵାରା ସେ ହକି ଇଣ୍ଡିଆ ଲିଗ୍ ରେ ଦର୍ଶକ ଙ୍କ ଅଧିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସେହିଭଳି ହରିୟାଣା ରେ ଜନ୍ମିତ ଶର୍ମିଲା ଦେବୀ ମଧ୍ୟ ହକି ଇଣ୍ଡିଆ ଲିଗ୍ ଖେଳୁଛନ୍ତି ସେ ସୁରମା ହକି କ୍ଳବ୍ ପାଇଁ ଫରୱାର୍ଡ ଖେଳାଳି ହିସାବରେ ଖେଳୁଥିବା ବେଳେ ଗତ ୨୦୨୩ ଜାନୁୟାରୀ ରେ ଅଭ୍ୟାସ କରୁଥିବା ସମୟରେ ତାଙ୍କର ନାକ ରେ ବଲ ବାଜିବା ଦ୍ଵାରା ହାଡ ଟି ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସା ପରେ ସେ ପୁଣି ପଡିଆ କୁ ଓହ୍ଲାଇ ନିଜର ଦକ୍ଷତା ଦେଖାଉଛନ୍ତି । ନିଜ ଦେଶ ପାଇଁ ସେ ୬୬ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ସହିତ ୮ ଟି ଗୋଲ ମାରିଛନ୍ତି। ଅଲମ୍ପିକ୍ସ, ରାଜ୍ୟ ଗୋଷ୍ଟି କ୍ରୀଡା, ଏସିଆ କପ୍ ଓ ଏସିଆନ୍ ଚାମ୍ପିୟନସ ଟ୍ରଫି ଆଦି ପ୍ରତିଯୋଗିତା ଖେଳି ନିଜ ଦେଶ ପାଇଁ ସଫଳତା ଆଣିବାରେ ସଫଳ ଭୂମିକା ଗ୍ରହଣ କରିଛନ୍ତି । ହକି ଇଣ୍ଡିଆ ଲିଗ୍ ଖେଳିବା ସମୟରେ ସେ କଳା ରଙ୍ଗର ସୁରକ୍ଷିତ ମାସ୍କ ପରିଧାନ କରୁଛନ୍ତି ଅଧିକ ଗୋରୀ ହୋଇଥିବାରୁ ତାଙ୍କ ମୁଁହ ରେ କଳା ରଙ୍ଗ ର ମାସ୍କ ମୁଁହ ର ସୌଦର୍ଯ୍ୟ କୁ ବଢ଼ାଉଛି ଯାହାଦ୍ଵାରା ସେ ଦର୍ଶକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ମହିଳା ହକି ଇଣ୍ଡିଆ ଲିଗ୍ ପ୍ରଥମ ରୁ ଲୋକ ପ୍ରୀୟତା ହାସଲ କରି ଲାଣି ଯାହା ଆଗାମୀ ଯୁବ ପିଢ଼ିକୁ ହକି ଖେଳିବାକୁ ଅଧିକ ଆକର୍ଷିତ କରିବ ଏହି ଏଚ ଆଇ ଏଲ ପ୍ରତିଯୋଗିତା ଆସନ୍ତା ଫେବୃୟାରୀ ରେ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଥିବା ପ୍ରୋ ଲିଗ୍ ହକି ରେ ଆମକୁ ଭଲ ପ୍ରଦର୍ଶନ କରିବାରେ ସହାୟକ ହେବ ବୋଲି କୁହନ୍ତି ଶର୍ମିଲା ଦେବୀ।