ରାଉରକେଲା : ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ରେ ଚାଲିଛି ପୁରୁଷ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତା ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଟିମ୍ ହାଇଦ୍ରାବାଦ୍ ତୁଫାନ୍ସ ରୁ ଖେଳୁଛନ୍ତି ଡିଫେଣ୍ଡେର ଖେଳାଳି ଅମନ ଦୀପ ଲାକ୍ରା। ସୁନ୍ଦରଗଡ ସ୍ଥିତ ବାଲି ଶଙ୍କରା ର ସଉନା ମୁରା ଗ୍ରାମ ର ବିଜୟ ଲାକ୍ରା ଙ୍କ ସାନ ପୁଅ ଅମନ୍ ଦୀପ ଲାକ୍ରା । ୨୦୧୨ ମସିହାରେ ପାନପୋଷ କ୍ରୀଡା ଛାତ୍ରାବାସ କୁ ହକି ଖେଳିବା ପାଇଁ ବ୍ଲକ ରୁ ଚୟନ ହୋଇ ଆସିଥିଲେ। ପାଖାପାଖି ବର୍ଷେ ରହିବା ପରେ ହଷ୍ଟେଲ ରେ ହେଉଥିବା ଅଭ୍ୟାସ ମ୍ୟାଚ୍ ରେ ସରୋଜ ଏକ୍କା ନାମକ ଜଣେ ସିନିୟର୍ ଖେଳାଳି ଙ୍କୁ ଦ୍ରାଗ୍ ଫ୍ଲିକ୍ କରିବାର ଦେଖିଲେ ।କୌଣସି ବି ମ୍ୟାଚ୍ ଟିଏ ହେଉ ଦଳ ବିଜୟ ପାଇଁ ସରୋଜ କୁ କୋଚ୍ ମାନେ ଖୋଜୁଥିଲେ । ଏସବୁ ଦେଖି ତାଙ୍କୁ କିପରି କୋଚ୍ ଖୋଜିବେ ବା ତାଙ୍କୁ କିପରି ଅଧିକ ଗୁରୁତ୍ବ ଦେବେ ସେ ନେଇ ଅମନ୍ ଧୀରେ ଧୀରେ ଦ୍ରାଗ୍ ମାରିବା ଶିଖିଲେ ଓ ସରୋଜ ଙ୍କ ପାଖରୁ କିଛି କିଛି ଗୁରୁମନ୍ତ୍ର ମଧ୍ୟ ନେଲେ। ପରେ ବାପା ବିଜୟ ଲାକ୍ରା ପୁଅର ଦ୍ରାଗ୍ ଫ୍ଲିକର ହେବାର ନିଶା ଦେଖି ତାଙ୍କୁ ରୀତି ମତ ପ୍ରଶିକ୍ଷଣ ଦେବା ଆରମ୍ୱ କଲେ । ବିଜୟ ଲାକ୍ରା ଜଣେ ସଫଳ କୋଚ୍। ସୁଭଦ୍ରା ପ୍ରଧାନ,ବିକାଶ ଟପ୍ପ, ରୀନାକାନ୍ତି ଏକ୍କା, ବିପିନ କେରକେଟା ,ଅମିତ୍ ରୋହି ଦାସ ଓ ଦିପସାନ୍ ତିର୍କୀ ଭଳି ଖେଳାଳି ସୃଷ୍ଟି କରିଛନ୍ତି ଶ୍ରୀ ଲାକ୍ରା। ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଅମନ୍ କୁ ଦ୍ରାଗ ମାରିବା ଶିଖାଇଲେ ବାପା ବିଜୟ ଲାକ୍ରା। ୨୦୧୫/୧୬ ରେ ସବ ଜୁନିୟର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ରୁ ପ୍ରତିନିଧିତ୍ୱ କରି ଦ୍ରାଗ୍ ମାରି କିଛି କିଛି ସଫଳ ହେଲେ ଅମନ୍।୨୦୨୧ ତାମିଲନାଡୁ ରେ ଜୁନିୟର ଜାତୀୟ ପ୍ରତିଯୋଗିତାରେ ଓଡିଶାରୁ ଖେଳି ବିପକ୍ଷ ଦଳ ବିରୁଦ୍ଧରେ ଦ୍ରାଗ୍ ଫ୍ଲିକ କରି ୮ ଟି ଗୋଲ ମାରି ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳି ବିବେଚିତ ହେଲେ।ଭୋପାଳ ରେ ୨୦୨୨ ସିନିୟର୍ ଜାତୀୟ ପ୍ରତିଯୋଗୀତା ରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ବିପକ୍ଷ ଦଳ ବିରୁଦ୍ଧରେ ୧୫ ଟି ଗୋଲ ମାରି ଜାତୀୟ ଚୟନ କର୍ତ୍ତା ଙ୍କ ଦୃଷ୍ଟି ଆକର୍ଷିତ ହୋଇଥିଲେ। ପରେ ପରେ ଜୁନିୟର ଜାତୀୟ ଦଳ ପାଇଁ ଚୟନ ଶିବିର ରେ ଯୋଗ ଦେଇ ନିଜର ଦକ୍ଷତା ର ପରିଚୟ ଦେଇ ଭାରତୀୟ ଦଳ ପାଇଁ ମାଲେସିଆ ରେ ଆୟୋଜିତ ସୁଲତାନ ଜୋହର୍ କପ୍ ଖେଳିବାର ସୁଯୋଗ ପାଇଲେ ସେଠି ଦ୍ରାଗ୍ ଫ୍ଲିକ କରି ଜାପାନ ବିରୁଦ୍ଧରେ ପ୍ରଥମ ଆନ୍ତର୍ଜାତୀୟ ଗୋଲ ମାରିଲେ । ସେଉଠୁ ବଢିଲା ଅମନ୍ ଙ୍କ ଆତ୍ମ ବିଶ୍ବାସ ଏହା ପରେ ୨୦୨୩ ରେ ଏସିଆ କପ୍ ରେ ସ୍ୱର୍ଣ୍ଣ ପଦକ ସହିତ କୋରିଆ ବିରୁଦ୍ଧରେ ଦ୍ରାଗ୍ ମାଧ୍ୟମ ରେ ୨ଟି ଗୋଲ ମାରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କଲେ।

୨୦୨୩ ରେ ପୁଣିଥରେ ସୁଲତାନ ଜୋହର କପ୍ ରେ ଦ୍ରାଗ୍ ଫ୍ଲିକ କରି ୭ ଟି ଗୋଲ ମାରି ସିନିୟର୍ ଚୟନ କର୍ତ୍ତା ଙ୍କ ଦୃଷ୍ଟି ଆକର୍ଷଣ କଲେ ଅମନ୍ ଦୀପ। ଛୋଟ ବେଳେ ବାପା ବିଜୟ ମାଆ ଫୁଲ କୁମାରୀ ଙ୍କ କଥା ଶୁଣିଥିଲେ, ବାପା କହୁଥିଲେ ମୁଁ ଅନେକ କଷ୍ଟ କରିଥିଲି ଆନ୍ତର୍ଜାତିକ ଖେଳାଳି ଟିଏ ହେବା ପାଇଁ ହୋଇ ପାରିଲି ନାହିଁ ଶେଷରେ କୋଚ୍ ହେଲି କୋଚ୍ ହୋଇ ଆମ ସଉନା ମୂରା ଗ୍ରାମରୁ ଅନେକ ଆନ୍ତର୍ଜାତିକ ଖେଳାଳି ସୃଷ୍ଟି କରିଛି ଯେଉଁ ଦିନ ମୋ ଦୁଇ ପୁଅ ରମନ ଦୀପ ଓ ଅମନ୍ ଦୀପ ଭିତରୁ କେହି ବି ଜଣେ ଆନ୍ତର୍ଜାତିକ ସ୍ତରରେ ହକି ଖେଳିବ ସେହି ଦିନ ମୋ ଜୀବନ ସାର୍ଥକ ହେବା ସହିତ ମୁଁ ସେହିଦିନ ଭାବିବି ଯେ ମୁଁ ଜଣେ ସଫଳ କୋଚ୍ ବୋଲି । ଏହି କଥା ଶୁଣିବା ପରେ ମୋତେ ହକି କୁ ନିଜର କ୍ୟାରିୟର ଭାବେ ଆଗକୁ ବଢ଼ିବାରେ ଅନୁପ୍ରାଣିତ କରିଥିଲା ବୋଲି ଭବବିହୁଳ ହୋଇ କହିଛନ୍ତି ଅମନ୍ ଦୀପ। ଏବେ ହାଇଦ୍ରାବାଦ୍ ତୁଫାନ୍ସ ରୁ ଏଚ୍ ଆଇ ଏଲ ଖେଳି ନିଜର ଦକ୍ଷତା ଅନୁସାରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଦ୍ରାଗ୍ ଫ୍ଲିକ ମାଧ୍ୟମ ରେ ଗୋଲ କରି ନିଜ ଦଳକୁ ମଜବୁତ୍ ସ୍ଥିତିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଅମନ ଦୀପ। ବପା ବିଜୟ ଲାକ୍ରା କୁହନ୍ତି ଅମନ ବହୁତ୍ ପରିଶ୍ରମୀ ପିଲା ଛୋଟ ବେଳୁ ବହୁତ୍ ଶାନ୍ତ ସ୍ଵଭାବ ର । କୋଚ୍ ଙ୍କ କଥା କୁ ଖୁବ୍ ଗୁରୁତ୍ଵ ଦିଏ ସେଥିପାଇଁ ସେ ସଫଳତା ପାଉଛି। ଛୋଟ ବେଳୁ ସେ ଦିଲ୍ଲୀପ ତିର୍କୀ କୁ ନିଜର ଆଦର୍ଶ ମାନି ଆଗକୁ ବଢିଛି। ତେଣୁ ତାର ସଫଳତାର ଆଉ ଏକ ପର୍ଦ୍ଦ ଦିଲୀପ ତିର୍କୀ ବୋଲି ମୁଁ ଅନୁଭବ କରୁଛି।
