ରାଉରକେଲା : ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ରେ ପ୍ରଶଂସା ସାଉଁଟି ହୃଦୟ ଜିତିଲେ ଦିପାଞ୍ଜଳି। ବାଲେଶ୍ଵର ର ରମାକାନ୍ତ ମଲ୍ଲିକ ଙ୍କ ଝିଅ ଦିପାଞ୍ଜଳି ମଲ୍ଲିକ ୨୦୧୯ ରେ ରବୀନ୍ଦ୍ର ଭାରତୀ ବିଶ୍ଵବିଦ୍ୟାଳୟ ରୁ ଫାଇନ ଆର୍ଟ ର ମାଷ୍ଟର ଡିଗ୍ରୀ ଶିକ୍ଷା ସମାପ୍ତ କରି ଦିଲ୍ଲୀ ରେ ରହି ଚିତ୍ରାଙ୍କନ ର ବ୍ୟବସାୟ କରିବା ସହିତ ନିଜର ଅଭ୍ୟାସ ଜାରି ରଖିଛନ୍ତି। ଇତି ମଧ୍ୟରେ ୨୦୨୪ରେ ଦିଲ୍ଲୀ ରେ ଲଲିତ କଳା ଏକାଡେମୀ ର ପୁରସ୍କାର ମଧ୍ୟ ପାଇଛନ୍ତି। ରାଉରକେଲା ରେ ହକି ଇଣ୍ଡିଆ ଲିଗ୍ ହେଉଛି ଶୁଣି କିଛି ନୂଆ କରିବା ଆଶାରେ ଚାଲି ଆସିଲେ ରାଉରକେଲା କିନ୍ତୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ପାଇଁ ତାଙ୍କ ପାଖରେ କୌଣସି ପାସ କିମ୍ବା ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ ନଥିଲା । ଶେଷରେ ୨ ନମ୍ବର ଗେଟ ମଧ୍ୟ ଦେଇ ଷ୍ଟାଡିୟମ୍ ଭିତରେ ପ୍ରବେଶ କଲେ କିନ୍ତୁ ପରବର୍ତ୍ତୀ ସମୟରେ ଷ୍ଟାଡିୟମ୍ କୁ ପ୍ରବେଶ ସମ୍ପୂର୍ଣ୍ଣ ଫ୍ରି ହୋଇଥିଲା। ଷ୍ଟାଡିୟମ୍ ର ପୂର୍ବପଟ ଗ୍ୟାଲେରୀ ରେ ଦର୍ଶକ ଙ୍କ ମଝିରେ ବସୁଛନ୍ତି ଦିପାଞ୍ଜଳି ।ଏଚ୍ ଆଇ ଏଲ ଖେଳ ଆରମ୍ଭ ର ହୁଟର ବାଜିବା ମାତ୍ରେ ଆରାମ୍ବ ହେଉଛି ଦିପାଞ୍ଜଳି ଙ୍କ ହାତର ଯାଦୁଗରି ଲାଲି ରଙ୍ଗ ର କାଳୀ କଲମ ରେ ତିଆରି କରୁଛନ୍ତି ଖେଳାଳୀ ଙ୍କ ଅବିକଳ ନକଲ ଫୋଟ ଖେଳ ଶେଷ ହେବାର ଦୁଇ ମିନିଟ୍ ପୂର୍ବରୁ ଶେଷ ହେଉଛି କୌଣସି ଏକ ଖେଳାଳି ର ପୋର୍ଟେଟ (ଅବିକଳ ଫୋଟ) ଚିତ୍ର। ହକି ଇଣ୍ଡିଆ ଲିଗ୍ ଆରମ୍ବରୁ ଏ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ଅଧିନାୟକ ହର୍ମନ ପ୍ରୀତ ସିଂ ଙ୍କ ସମେତ ଅମିତ୍ ରୋହି ଦାସ, ମନପ୍ରିତ୍ ସିଂ, ହାର୍ଦ୍ଦିକ ସିଂହ ଏପରି କି ଅନେକ ବିଦେଶୀ ଖେଳାଳୀଙ୍କ ଫୋଟ ଚିତ୍ର ମଧ୍ୟ ଆଙ୍କି ଖେଳାଳି ଙ୍କୁ ଭେଟି ଦେଇ ସାରିଲେଣି।

ହକି ଇଣ୍ଡିଆ ଲିଗ୍ ଖେଳୁଥିବା ସମସ୍ତ ଖେଳାଳୀଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଓ ଭାଇଚାରା ସମ୍ପର୍କ ସହିତ ଓଡ଼ିଶାର କଳା ସଂସ୍କୃତି କୁ ମନେ ରଖିବା ବିଶ୍ୱରେ ହକି ଇଣ୍ଡିଆ ଲିଗ୍ କୁ ଅଧିକ ପ୍ରସାର ପ୍ରଚାର ଓ ଏକ ଶାନ୍ତି ର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ଚିତ୍ର ଆଙ୍କୁ ଛନ୍ତି ବୋଲି କୁହନ୍ତି ଦିପାଞ୍ଜଳି। ଦିପାଞ୍ଜଳି ଙ୍କ ର ଏଭଳି ପୋର୍ଟେଟ୍ କୁ ପ୍ରଶଂସା କରୁଛନ୍ତି ହକି ଇଣ୍ଡିଆ ଲିଗ୍ ଖେଳୁଥିବା ଖେଳାଳି ଏପରିକି ନିଜର ଫୋଟ ଚିତ୍ର ନେଲାବେଳେ ଖେଳାଳି ନିଜର ହସ୍ତାକ୍ଷର ଥିବା ଟି ସାର୍ଟ ଓ ଜ୍ୟାକେଟ ମଧ୍ୟ ଉପହାର ଦେଉଛନ୍ତି ଦୀପାଞ୍ଜଳି ଙ୍କୁ। ଉପହାର ପାଇ ବେଳେ ବେଳେ ଖୁସିରେ କାନ୍ଦି ପକାନ୍ତି ଦିପାଞ୍ଜଳି ।

ଦିପାଞ୍ଜଳି ଆଙ୍କି ଥିବା ପୋର୍ଟେଟ କୁ ନେଇ ଅମିତ୍ ରୋହିତ ଦାସ କୁହନ୍ତି ହକି ଖେଳାଳି ଙ୍କ ପୋର୍ଟେଟ ତିଆରି ନିହାତି ପ୍ରସଂଶା ର ବିଷୟ ତେଣୁ ଏଭଳି ଆର୍ଟିଷ୍ଟ କୁ ଯଦି ଆମେ କିଛି ଛୋଟ ଉପହାର ଟିଏ ଦେଉଛୁ ତାହାଲେ ତାହା ଆମ ପାଇଁ ସଦାସର୍ବଦା ସ୍ମରଣୀୟ ହୋଇ ରହି ଯାଉଛି।