ରାଉରକେଲା: ଆଇ ସି ସି ଚାମ୍ପିୟନସ ଟ୍ରଫି ବିଜୟ ହେଲା ଭାରତ। ଆଜି ଦୁବାଇ ର ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ରେ ନିଉଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ଚାମ୍ପିୟନସ ଟ୍ରଫି ଫାଇନାଲ ମୁକାବିଲା ରେ ନିଉଜିଲ୍ୟାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନେବାର ନିଷ୍ପତ୍ତି ନେଇ ଡି. ମିଚେଲ ୬୩ ରନ୍ ଓ ଏମ ବ୍ରାସ୍ୱେଲ ଙ୍କ ୫୩ ରନ୍ ମାଧ୍ୟମରେ ୫୦ ଓଭର ରେ ୭ ୱିକେଟ୍ ହରାଇ ମୋଟ ୨୫୧ ରନ୍ କରିଥିଲେ। ଭାରତର ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇ ନିଉଜିଲ୍ୟାଣ୍ଡ କୁ ୨୫୧ ରନରେ ସୀମିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୫୨ ରନ୍ ର ବିଜୟ ଲକ୍ଷ ନେଇ ଭାରତ ର ରୋହିତ ବାହିନୀ ପଡିଆକୁ ବ୍ୟାଟିଂ କରିବାକୁ ଓହ୍ଲେଇ ଥିଲେ। ଅଧିନାୟକ ରୋହିତ ଶର୍ମା ଙ୍କ ୭୬ ରନ୍, ଶ୍ରିଏସ ଆୟର ଙ୍କ ୪୮ ରନ୍ ଓ କେ ଏଲ ରାହୁଲ ଙ୍କ ଅପରାଜିତ ୩୪ ରନ୍ ବିନିମୟରେ ଭାରତ ୪୯ ଓଭର ଖେଳି ୬ ୱିକେଟ୍ ହରାଇ ୨୫୪ ରନ୍ କରିଥିଲେ। ଏହା ଦ୍ବାରା ଭାରତ ୪ ୱିକେଟ୍ ରେ ବିଜୟ ହୋଇ ଇତିହାସ ରଚିଲା।

ନିଉଜିଲ୍ୟାଣ୍ଡ — ବ୍ୟାଟିଂ ୨୫୧/୭(୫୦)
ଦାନିଏଲ୍ ମିଚେଲ୍ ୬୩(୧୦୧)
ମିଚେଲ୍ ବ୍ରସ୍ୱେଲ – ଅପରାଜିତ ୫୩(୪୦)
ରଚିନ ରବୀନ୍ଦ୍ର -୩୭(୨୯)
ଭାରତ —- ବୋଲିଂ
କୁଲଦୀପ ଯାଦବ – ୨/୪୦(୧୦)
ବରୁଣ ଚକ୍ରବର୍ତ୍ତୀ – ୨/୪୫(୧୦)
ରବୀନ୍ଦ୍ର ଜାଦେଜା – ୧/୩୦(୧୦)
ଭାରତ — ବ୍ୟାଟିଂ ୨୫୪/୬(୪୯)
ରୋହିତ ଶର୍ମା -୭୬(୮୩)
ଶ୍ରୀ ଏସ ଆୟର -୪୮(୬୨)
କେ ଏଲ ରାହୁଲ – ଅପରାଜିତ ୩୪(୩୩)
ନିଉଜିଲ୍ୟାଣ୍ଡ – ବୋଲିଂ
ମିଚେଲ ବ୍ରସ୍ଵେଲ -୨/୨୮(୧୦)
ମୀଚେଲ ସେଣ୍ଟନିର୍ – ୨/୪୬(୧୦)
କ୍ୟେଲ ଜେମିଂସନ୍ -୧/୨୪(୫)