ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ୍ ରେ ଥିବା ଯାତିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହୋଇଯାଇଛି। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, କ୍ରୋଏସିଆ, ଜର୍ମାନୀ, ଇରାନ,ମାଲେସିଆ, ନାମ୍ବିଆ,ପୋଲାଣ୍ଡ, ସlଉଥ ଆଫ୍ରିକା ଓ ତ୍ରିନିଦାଦ ଟବାକୋ ଭଳି ଦେଶ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ଭାଗ ନେଇଥିଲେ ସେହିଭଳି ମହିଳା ବର୍ଗ ରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ , ବେଲଜିୟମ, କ୍ରୋଏସିଆ,ଚେକ୍ ରିପବ୍ଲିକ,ଜର୍ମାନୀ, ନାମ୍ୱିଆ, ନିଉଜିଲ୍ୟାଣ୍ଡ,ପୋଲାଣ୍ଡ,ସାଉଥ୍ ଆଫ୍ରିକା, ଥାଇଲାଣ୍ଡ ଓ ଆମେରିକା ମଧ୍ୟ ଯୋଗ୍ୟତା ଅର୍ଜନ କରି ବିଶ୍ଵକପ ରେ ଭାଗ ନେଇଥିଲେ। ଏହି ସିକ୍ସ ଏ ସାଇଡ ବିଶ୍ଵକପ ହକି ର ଉଦଯାପନୀ ଦିବସ ଗତକାଲି ତଥା ୯ ଫେବୃୟାରୀ ହୋଇଯାଇଛି ଏଥିରେ ପୁରୁଷ ବର୍ଗ ରେ ଫାଇନାଲ ରେ ମୁକାବିଲା ହେଲା ଜର୍ମାନୀ ଓ ଆୟୋଜକ ଅଷ୍ଟ୍ରିଆ ଉଭୟ ଖେଳର ସମୟ ସୀମା ଭିତରେ ୬-୬ ଗୋଲରେ ଖେଳକୁ ଅମିମାଂସିତ ରଖିଲେ ଫଳରେ ନିୟମ ଅନୁଯାୟୀ ସୁଟ୍ ଆଉଟ୍ ହୋଇଥିଲା ସୁଟ୍ ଆଉଟ୍ ରେ ଜର୍ମାନୀ ୨-୧ ରେ ବିଜୟୀ ହୋଇ ବିଶ୍ଵକପ ସହିତ ସ୍ୱର୍ଣ୍ଣ ପଦକ ହାତେଇ ବିଶ୍ଵ ବିଜେତା ର ଟାଇଟଲ ନିଜ ନାମ ରେ ନାମିତ କଲା। ସେହିଭଳି ମହିଳା ବର୍ଗ ରେ ଫାଇନାଲ ଖେଳ ପୋଲାଣ୍ଡ ଓ ଆୟୋଜକ ଅଷ୍ଟ୍ରିଆ ମଧ୍ୟରେ ଏକ ରୋମାଞ୍ଚ କର ମ୍ୟାଚ୍ ହୋଇଥିଲା ଏଥିରେ ପୋଲାଣ୍ଡ ୧-୦ ରେ ଅଷ୍ଟ୍ରିଆ କୁ ପରାସ୍ତ କରି ବିଶ୍ଵକପ ସହିତ ସ୍ବର୍ଣ୍ଣ ପଦକ ହାତେଇ ବିଶ୍ଵ ବିଜେତା ହେଲା ।

ପୁରୁଷ ବର୍ଗ ସେମି ଫାଇନାଲରେ ଅଷ୍ଟ୍ରିଆ ୪-୨ ରେ ଟାଣୁଆ ବେଲଜିୟମ କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରି ଥିଲା ବେଳେ ଜର୍ମାନୀ ୬-୧ ରେ ସାଉଥ୍ ଆଫ୍ରିକା କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା। ସେହିଭଳି ମହିଳା ବର୍ଗ ରେ ପୋଲାଣ୍ଡ ୩-୧ ରେ ଚେଚିଆ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ବେଳେ ଅଷ୍ଟ୍ରିଆ ଓ ଜର୍ମାନୀ (୨-୨) ଅମିମାଂସିତ ରହିଥିଲା ପରବର୍ତ୍ତୀ ସମୟରେ ସୂଟ୍ ଆଉଟ୍ ରେ ୩-୧ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଅଷ୍ଟ୍ରିଆ ଫାଇନାଲ ରେ ପ୍ରବେଶ କରିଥିଲା। ଆୟୋଜକ ଅଷ୍ଟ୍ରିଆ ଉଭୟ ପୁରୁଷ ଓ ମହିଳା ବର୍ଗରେ ଉପ ବିଜେତା ସହିତ ରୌପ୍ୟ ପଦକ ହାସଲ କରିଥିଲେ।

ସେହିଭଳି ସାଉଥ୍ ଆଫ୍ରିକା ପୁରୁଷ ଦଳ କାଂସ୍ୟ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗ ରେ ଚେଚିଆ ମଧ୍ୟ କାଂସ୍ୟ ପଦକ ହାସଲ କରି ନିଜ ଦେଶକୁ ଗୌରବାନିତ କରିଛନ୍ତି ।ଉଦଯାପନୀ ଦିବସରେ ଏଫ୍ ଆଇ ଏଚ୍ ସଭାପତି ତାୟବ୍ ଇକରମ୍ ଉପସ୍ଥିତ ରହି ଉଭୟ ବିଶ୍ଵ ବିଜେତା ଦଳ କୁ ଟ୍ରଫି ଓ ମେଡାଲ ପ୍ରଦାନ କରି ଶୁଭେଛା ଜଣାଇ ଥିଲେ ।ସେହିପରି ଆୟୋଜକ ଅଷ୍ଟ୍ରିଆ କୁ ସଫଳ ଆୟୋଜନ ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ପ୍ରଥମ ଥର ପାଇଁ ଆର୍ନ୍ତଜାତୀକ ପଦକ ଜିତିଥିବରୁ ସାଉଥ୍ ଆଫ୍ରିକା ଦଳକୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ଇକରମ।