ସେମିରେ ଭାରତର ଶୋଚନୀୟ ପରାଜୟ


ଚେନ୍ନାଇ:(୭-୧୨-୨୫)
ଚେନ୍ନାଇ ର ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ଵକପ ର ପ୍ରଥମ ସେମି ଫାଇନାଲ ଅର୍ଜେଣ୍ଟିଁନା ଓ ସ୍ପେନ ମଧ୍ୟରେ ଖେଳା ଯାଇଥିଲା।
ପ୍ରଥମ ସେମି ଫାଇନାଲ ଦେଖିବା ପାଇଁ ଷ୍ଟାଡିୟମ୍ ଖଚା ଖଚ ଭିଡ ହୋଇଥିଲା ଏକ ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ୍ ଖେଳି ସ୍ପେନ ୨-୧ ଗୋଲରେ ଅର୍ଜେଣ୍ଟିବା କୁ ପରାସ୍ତ କରିଥିଲା। ଏହା ଦ୍ବାରା ସ୍ପେନ ପ୍ରଥମ ଥର ପାଇଁ ଫାଇନାଲ ରେ ପ୍ରଵେଶ କରିଛି। ସେହିଭଳି ଦ୍ୱିତୀୟ ସେମି ଫାଇନାଲ ଦେଖିବାକୁ ଆହୁରି ଅଧିକ ଭିଡ ହୋଇଥିଲା । ଜର୍ମାନୀ ଦଳ ଖେଳ ଆରମ୍ଭ ରୁ ଚମତ୍କାର ଖେଳ ପ୍ରଦର୍ଶନ ଜାରି ରଖି ୧୪,୧୫,୩୦ ,୪୦ ଓ ୪୯ ତମ ମିନିଟ ରେ ୫ ଟି ଗୋଲ ମାରି ଖେଳ କୁ ନିଜ ଅଧୀନରେ ରଖିଥିଲେ ।

ସେହି ଭଳି ଭାରତ କଡା ସଙ୍ଘର୍ଷ ପରେ ଏକ ପେନାଲ୍ଟି କର୍ଣ୍ଣର ଦ୍ବାରା ଭାରତୀୟ ଖେଳାଳି ଅନମୋଲ ଏକ୍କା ୫୦ ତମ ମିନିଟ ରେ ଏକ ଗୋଲ ମାରିଥିଲେ । ଜର୍ମାନୀ ର ଲୁକାସ କୋସେଲ ୨ ଟି, ଟିତୁସ ୱେ଼କ୍ସ, ଯୋନାସ ଯୋର୍ସମ୍ ଓ ବେନ୍ ହେସବସ ପ୍ରଭୂତ ଖେଳାଳି ଗୋଟିଏ ଲେଖାଏଁ ଗୋଲ ମାରିଥିଲେ। ଜର୍ମାନୀ ୫-୧ ଗୋଲରେ ଏକ ତରଫା ଏକ ସହଜ ବିଜୟ ହାସଲ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ ରେ ପ୍ରଵେଶ କରିଛି। ଜର୍ମାନୀ ଓ ସ୍ପେନ ମଧ୍ୟରେ ଫାଇନାଲ ମୁକାବିଲା ହେବାକୁ ଥିଲା ବେଳେ । ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ କାଂସ୍ୟ ପଦକ ପାଇଁ ମୁକାବିଲା ୧୦ ଡିସେମ୍ବର ରେ ଖେଳାଯିବ।

Leave a Reply

Your email address will not be published. Required fields are marked *