ଫେବୃଆରୀ ୯ ରେ ହକି ବିଶ୍ୱକପ ଫାଇନାଲ


ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ ରେ ଥିବା ଯାଟିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହୋଇଛି। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରିଥିଲେ।ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, କ୍ରୋଏସିଆ, ଜର୍ମାନୀ, ଇରାନ,ମାଲେସିଆ, ନାମ୍ବିଆ,ପୋଲାଣ୍ଡ, ସlଉଥ ଆଫ୍ରିକା ଓ ତ୍ରିନିଦାଦ ଟବାକୋ ଭଳି ଦେଶ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ଭାଗ ନେଇଥିଲେ ସେହିଭଳି ମହିଳା ବର୍ଗ ରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ , ବେଲଜିୟମ, କ୍ରୋଏସିଆ,ଚେକ୍ ରିପବ୍ଲିକ,ଜର୍ମାନୀ, ନାମ୍ୱିଆ, ନିଉଜିଲ୍ୟାଣ୍ଡ,ପୋଲାଣ୍ଡ,ସାଉଥ୍ ଆଫ୍ରିକା, ଥାଇଲାଣ୍ଡ ଓ ଆମେରିକା ମଧ୍ୟ ଯୋଗ୍ୟତା ଅର୍ଜନ କରି ବିଶ୍ଵକପ ରେ ଭାଗ ନେଇଥିଲେ। ଏହି ସିକ୍ସ ଏ ସାଇଡ ବିଶ୍ଵକପ ହକି ର ଆଜି ଉଦଯାପନୀ ଦିବସ ଏଥିରେ ପୁରୁଷ ବର୍ଗ ରେ ଫାଇନାଲ ଖେଳିବେ ଜର୍ମାନୀ ଓ ଆୟୋଜକ ଅଷ୍ଟ୍ରିଆ ସେହିଭଳି ମହିଳା ବର୍ଗ ରେ ଫାଇନାଲ ଖେଳିବେ ପୋଲାଣ୍ଡ ଓ ଅଷ୍ଟ୍ରିଆ। ପୁରୁଷ ବର୍ଗ ସେମି ଫାଇନାଲରେ ଅଷ୍ଟ୍ରିଆ ୪-୨ ରେ ଟାଣୁଆ ବେଲଜିୟମ କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରି ଥିଲା ବେଳେ ଜର୍ମାନୀ ୬-୧ ରେ ସାଉଥ୍ ଆଫ୍ରିକା କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛି।

ସେହିଭଳି ମହିଳା ବର୍ଗ ରେ ପୋଲାଣ୍ଡ ୩-୧ ରେ ଚେଚିଆ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ବେଳେ ଅଷ୍ଟ୍ରିଆ ଓ ଜର୍ମାନୀ (୨-୨) ଅମିମାଂସିତ ରହିଥିଲା ପରବର୍ତ୍ତୀ ସମୟରେ ସୂଟ୍ ଆଉଟ୍ ରେ ୩-୧ ଗୋଲ ବ୍ୟବଧାନ ରେ ଅଷ୍ଟ୍ରିଆ ଫାଇନାଲ ରେ ପ୍ରବେଶ କରିଛି। ପୁରୁଷ ଫାଇନାଲ ଅଷ୍ଟ୍ରିଆ ଓ ଜର୍ମାନୀ ମଧ୍ୟରେ ହେବାକୁ ଥିଲା ବେଳେ ମହିଳା ବର୍ଗ ରେ ଅଷ୍ଟ୍ରିଆ ଓ ପୋଲାଣ୍ଡ ଫାଇନାଲ ଖେଳିବେ। ଆୟୋଜକ ଅଷ୍ଟ୍ରିଆ ଉଭୟ ପୁରଷ ଓ ମହିଳା ବର୍ଗରେ ଫାଇନାଲ ରେ ପ୍ରବେଶ କରିସାରିଛି। ଦେଖିବାକୁ ବାକି ରହିଲା ଫାଇନାଲରେ କିଭଳି ପ୍ରଦର୍ଶନ କରିବେ ଉଭୟ ଦଳ।

Leave a Reply

Your email address will not be published. Required fields are marked *