ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ବର ରେ ଚାଲିଥିବା ପ୍ରୋ ଲିଗ୍ ହକି ରେ ଭାଗ ନେଇଛି ଇଂଲଣ୍ଡ ଦଳ। ଏହି ଦଳରେ ୪ ନମ୍ବର ଜର୍ସି ପରିଧାନ କରି ଖେଳୁଛନ୍ତି ରୋହନ ଭୁହି ।
ରୋହନ ଙ୍କ ପୁରା ନାମ ରୋହନ ସିଂହ ଭୂହି (୨୫) ବାପା ହର୍ଭିନ୍ଦର୍ ସିଂହ ପୂର୍ବତନ ହକି ଖେଳାଳି ସେ ଜଣେ ଦକ୍ଷ ହକି ଖେଳାଳି ଥିଲେ ବୋଲି କୁହନ୍ତି ରୋହନ। ୨୦୦୦ ହଜାର ମସିହାରେ ଇଂଲଣ୍ଡ ର ଲିସେଷ୍ଟାର ରେ ଜନ୍ମିତ ରୋହନ ୧୦ ବର୍ଷ ବୟସରେ ପ୍ରଥମେ ସ୍କୁଲ ରେ ଫୁଟବଲ୍ ଖେଳିବା ଓ ପରେ ପରେ ୧୧ ବର୍ଷ ବୟସରେ ସ୍କୁଲ ତରଫରୁ କ୍ରିକେଟ ମଧ୍ୟ ଖେଳିଲେ ।ତାଙ୍କର ଖେଳ ପ୍ରତି ଆଗ୍ରହ ଦେଖି ବାପା ଓ ମାଆ ତାଙ୍କୁ ହକି ଖେଳିବା ପାଇଁ ଅନୁପ୍ରାଣିତ କଲେ ଯେହେତୁ ବାପା ଜଣେ ଦକ୍ଷ ହକି ଖେଳାଳି ତେଣୁ ପୁଅକୁ ଜଣେ ଭଲ ହକି ଖେଳାଳି ରୂପେ ଗଢି ତୋଳିବା ପାଇଁ ବାପା ହର୍ଭିନ୍ଦର ନିଜର ଉଦ୍ୟମ ଜାରି ରଖିଲେ। ରୋହନ ୧୬ ବର୍ଷରୁ କମ ବର୍ଗ ରେ ଲିସେଷ୍ଟର ଦଳରୁ ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଆନ୍ତର୍ଜାତିକ କ୍ଳବ୍ ପ୍ରତିଯୋଗିତା ଖେଳିଲେ ଠିକ୍ ସେହିପରି ୧୮ ବର୍ଷରୁ କମ ଓ ୨୧ ବର୍ଷରୁ କମ ମଧ୍ୟ ସେ ଲିସେଷ୍ଟର କ୍ଳବ୍ ପକ୍ଷରୁ ନିଜର ହକି ଖେଳକୁ ଜାରି ରଖି ଧୀରେ ଧୀରେ ଆଗକୁ ବଢ଼ିଲେ।୨୦୨୩ ମସିହାରେ ଗ୍ରେଟ ବ୍ରିଟେନ ଦଳରେ ସ୍ଥାନ ପାଇଁ ମାଲେସିଆ ରେ ଆୟୋଜିତ ସୁଲତାନ ଜୋହର କପ୍ ପ୍ରତିଯୋଗିତା ରେ ଭାଗ ନେଇ ଉଚ୍ଚ କୋଟୀର ପ୍ରଦର୍ଶନ କରିବା ଦ୍ୱାରା ପରେ ପରେ ଏଫ୍ ଆଇ ଏଚ ପ୍ରୋ ଲିଗ୍ ଖେଳିବା ପାଇଁ ସୁଯୋଗ ପାଇଲେ। ଲିସେଷ୍ଟାର ଦଳରୁ ଖେଳି ଥିବା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ନେଦରଲ୍ୟଣ୍ଡ ବିପକ୍ଷରେ କ୍ୟାରିୟର ର ପ୍ରଥମ ଗୋଲ ମାରିଥିଲେ ବୋଲି କୁହନ୍ତି ରୋହନ। ନିଜର ସାନ ଭାଇ ମଧ୍ୟ ଜଣେ ଭଲ ଗୋଲ କିପର ହିସାବରେ ୨୧ ବର୍ଷରୁ କମ ବର୍ଗ ରେ ଇଂଲଣ୍ଡ ଦଳ ପକ୍ଷରୁ ଖେଳୁଛନ୍ତି।

ରୋହନ ଇଂଲଣ୍ଡ ଦଳର ମଧ୍ୟଭାଗ ଖେଳାଳି। ମାଲେସିଆ ର ଫରୱାର୍ଡ ଖେଳାଳି ନିଶାଲ୍ କୁମାର ତାଙ୍କର ଆଦର୍ଶ ଖେଳାଳି ସେହିଭଳି ଭାରତର ଅନେକ ଲିଜେଣ୍ଡ ଖେଳାଳି ତାଙ୍କର ରୋଲ୍ ମଡେଲ ବୋଲି କୁହନ୍ତି ରୋହନ। ପଞ୍ଜାବ ର ଜଳନ୍ଧର ରେ ତାଙ୍କର ପରିବାର ରୁହନ୍ତି ତେଣୁ ସେ ବେଳେ ବେଳେ ଭାରତକୁ ନିଜର ପରିବାର ସଦସ୍ୟ ସହିତ ଭେଟିବାକୁ ଆସିଥାନ୍ତି। ଜଣେ ହକି ଖେଳାଳି ହିସାବରେ ପ୍ରଥମ ଥର ଭାରତକୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାକୁ ଆସିଛି। ତେଣୁ ଶୁଣିଥିଲି ଓଡ଼ିଶାରେ ଅନେକ ଆନ୍ତର୍ଜାତିକ ହକି ଷ୍ଟାଡିୟମ ଅଛି କିନ୍ତୁ ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଭାରତ ବିପକ୍ଷରେ ମୋର ଆନ୍ତର୍ଜାତିକ ମ୍ୟାଚ୍ ଖେଳିଲି ଏହି ମ୍ୟାଚ୍ ମୋ ପାଇଁ ସ୍ମରଣୀୟ ହୋଇ ରହିବ। ଖୁବ୍ ସୁନ୍ଦର ଷ୍ଟାଡିୟମ୍ ସାଙ୍ଗକୁ ଦର୍ଶକ ମଧ୍ୟ ଖୁବ୍ ଭଲ ବୋଲି ପ୍ରଶଂସା କରିଛନ୍ତି ରୋହନ।