ଓଡ଼ିଶାରେ ହେବ ମହା ଦେଶୀୟ କାଂସ୍ୟ ଦୌଡକୁଦ ପ୍ରତିଯୋଗିତା: ଆୟୋଜନର ସଫଳତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର:(୪-୮-୨୫) କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ଵର ରେ ଚଳିତ ମାସ ୧୦ ତାରିଖ ରେ ହେବାକୁ ଯାଉଛି ବିଶ୍ବ ମହାଦେଶିୟ କାଂସ୍ୟ ଦୌଡ କୁଦ ପ୍ରତିଯୋଗିତା। ରାଜ୍ୟ କ୍ରୀଡା ବିଭାଗ ର ପୂର୍ବ ସୂଚନା ମୁତାବକ ପ୍ରାୟ ୧୦ ରୁ ଉର୍ଦ୍ଧୁ ଦେଶର ଖେଳାଳୀଙ୍କୁ ନେଇ ଏଥିରେ ପ୍ରାୟ ୧୫ ଟି ଟ୍ରାକ ପ୍ରତିଯୋଗିତା ଆୟୋଜିତ ହେବ। ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ଚଳିତ ୭/୮ ତାରିଖରେ ଭୁବନେଶ୍ଵର ରେ ପହଞ୍ଚିବାର ସୂଚନା ରହିଛି। ଓଡ଼ିଶା କ୍ରୀଡା ବିଭାଗ ପକ୍ଷରୁ ପ୍ରତିଯୋଗୀଙ୍କ ରହିବା ,ଖାଇବା , ମେଡିକାଲ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆବଶ୍ୟକ ବ୍ୟବସ୍ଥା ହେଉଛି । ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଷ୍ଟାଡିୟମ୍ ପରିଦର୍ଶନ ସହିତ ସମୀକ୍ଷା ବୈଠକ ମଧ୍ୟ ସରିଛି। କିନ୍ତୁ ଏଯାଏଁ ରାଜ୍ୟ କ୍ରୀଡା ବିଭାଗ ୱେବ୍ ସାଇଟ୍ ହେଉ ବା ଏ ଏଫ୍ ଆଇ ୱେବ୍ ସାଇଟ୍ ହେଉ ଏଥିରେ କେଉଁ ଦେଶର କେଉଁ ପ୍ରତିଯୋଗୀ ଆସୁଛନ୍ତି ତାହାର କୌଣସି ସୂଚନା ନାହିଁ କି କୌଣସି ବିଜ୍ଞପ୍ତି ମଧ୍ୟ ଜାରି କରାଯାଇ ନାହିଁ। ବିଶ୍ବ ଦୌଡକୁଦ ସଂଘର ନିୟମ ଅନୁଯାୟୀ ଅତି କମ୍‌ରେ ଏକ ମାସ ପୂର୍ବରୁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ସମ୍ପର୍କୀତ ସମସ୍ତ ସୂଚନା ୱେବ୍ ସାଇଟ୍ ରେ ଉପଲବ୍ଧ ରହିବା କଥା । ଏହା ଦ୍ବାରା ସ୍ଥାନୀୟ ଖେଳାଳି ଓ ପ୍ରଶଂସକ ମଧ୍ୟରେ ଉତ୍ସାହ ପୁର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ। କିନ୍ତୁ ତାହା ଏବେ ଦେଖିବାକୁ ମିଳୁ ନାହିଁ। ପ୍ରତିଯୋଗିତା ପାଇଁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ଭାଗ ନେଉଥିବା ପ୍ରତିଯୋଗୀ ବା ଦେଶ ସମ୍ପର୍କରେ କୌଣସି ସୂଚନା ନ ପାଇ ସ୍ଥାନୀୟ ଖେଳାଳି ଓ ସମର୍ଥକ ନିରାଶ ହେବା ସହିତ ପ୍ରତିଯୋଗିତା ଆୟୋଜନ କୁ ନେଇ ଟୁପୂର୍ ଟାପର ଆରମ୍ଭ କଲେଣି।

ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡିୟମ ରେ ବିଛାଯାଇଥିବା ଟ୍ରାକ ଗୁଡ଼ିକ ଫାଟି ଥିବା ଓ ବର୍ଷା ପାଣି ଜମୁଥିବ ଫୋଟୋ ଓ ଭିଡିଓ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବେ ବି ହେଉଛି। ଟ୍ରାକ ମରାମତି କାର୍ଯ୍ୟ ସରିଛି ସତ୍ୟ, କିନ୍ତୁ ଦର୍ଶକ ଓ ଭାଗ ନେଉଥିବା ପ୍ରତିଯୋଗୀଙ୍କ ମନରେ କେଉଁଠି ନା କେଉଁଠି ଏସବୁ ସମସ୍ୟାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି, କାରଣ ହକି ,ଫୁଟବଲ ବା ଦୌଡ କୁଦ ହେଉ ପ୍ରତ୍ୟେକ ଟର୍ଫ ବ୍ୟବହାରର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଥାଏ ଯାହା କଳିଙ୍ଗ ଷ୍ଟାଡିୟମ୍‌ ଦୌଡକୁଦ ଟ୍ରାକ ରେ ତାହା ଦେଖା ଦେଇଛି ବୋଲି ଆନ୍ତର୍ଜାତିକ ଖେଳାଳି ଚର୍ଚ୍ଚା କରିବା ସହିତ ଜାତୀୟ ଗଣ ମାଧ୍ୟମ ମଧ୍ୟ ଚର୍ଚ୍ଚା ହେଉଛି।


କିଛି ଅନ୍ତର୍ଜାତୀୟ ଖେଳାଳି ଙ୍କ କହିବା ଅନୁଯାୟୀ ଟ୍ରାକ ପୁରୁଣା ହେଲେ ସେଥିରେ ଦୌଡ଼ିଲେ ଖେଳାଳିଙ୍କ ଟାଇମ୍ ର ପରିବର୍ତ୍ତନ ସମସ୍ୟା ଦେଖା ଦେଇଥାଏ। ପୁରୁଣା ଟ୍ରାକ ହେଲେ ଖେଳାଳି ଦୌଡ଼ିବା ସମୟରେ ବିଭିନ୍ନ ଯନ୍ତ୍ରଣା ର ସମସ୍ୟା ମଧ୍ୟ ହୋଇଥାଏ। ତେଣୁ ଏସବୁ ସମସ୍ୟା କୁ ଆଖି ଆଗରେ ରଖି ଏତେ ବଡ ପ୍ରତିଯୋଗିତାରେ ନାମୀ ଦାମୀ ଖେଳାଳି ନ ଆସିବାର ସମ୍ଭାବନା ଅଧିକ ରହିଛି। ପୂର୍ବରୁ ଆୟୋଜିତ ହୋଇ ସାରିଥିବା ନୀରଜ ଚୋପ୍ରା କ୍ଲାସିକ ରେ ମଧ୍ୟ ଅନେକ କାରଣ ପାଇଁ ନାମୀ ଦାମୀ ଖେଳାଳି ଆସି ନଥିଲେ। ତେଣୁ ଏସବୁ ଅସଫଳ ପାଇଁ ଅନେକ କୋଚ୍ ଓ ଖେଳାଳି ଏ ଏଫ୍ ଆଇ ର ଟେକ୍ନିକାଲ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ କ୍ରୀଡା ବିଭାଗ ସବୁ ପ୍ରକାର ଚେଷ୍ଟା ଜାରି ରଖି ସଫଳ ପ୍ରତିଯୋଗିତା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏ ଏଫ୍ ଆଇ ତରଫରୁ ହେଉଥିବା ତ୍ରୁଟି ବିଚ୍ୟୁତିକୁ ନେଇ ସ୍ଥାନୀୟ ପ୍ରଶଂସକ ଙ୍କ ମଧ୍ୟରେ ସାଧାରଣତ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏ ଏଫ୍ ଆଇ ର ଏଭଳି କାର୍ଯ୍ୟକୁ ନେଇ ଅନେକ ଜାତୀୟ ଓ ଅର୍ନ୍ତଜାତୀୟ ଗଣ ମାଧ୍ୟମ ପ୍ରତିନିଧି ନିଜର ନାମ ପଞ୍ଜୀକରଣ ମଧ୍ୟ କରି ନଥିବା ସୂଚନା ମିଳିଛି । ଏହି ଘଟଣା ଓଡ଼ିଶା କ୍ରୀଡା ବିଭାଗ ପାଇଁ ଲଜ୍ଜ୍ୟା ର ବିଷୟ। ପ୍ରତିଯୋଗିତା କୁ ଆଉ ମାତ୍ର କେଇଟା ଦିନ ଥିଲା ବେଳେ ଏ ଏଫ୍ ଆଇ ରାଜ୍ୟ କ୍ରୀଡା ବିଭାଗ କୁ ସାଥିରେ ନେଇ ପ୍ରତିଯୋଗୀତା କୁ କେତେ ସଫଳ କରାଇବ ତାହା ଏବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *