ପ୍ରୋ ଲିଗ୍ ମହିଳା ହକି ରେ ସ୍ପେନ ଓ ଇଂଲଣ୍ଡ ବିଜୟ।


ଭୁବନେଶ୍ବର: ପ୍ରୋ ଲିଗ୍ ହକି ର ଦ୍ୱିତୀୟ ଦିବସରେ ମହିଳା ବର୍ଗ ରେ ପ୍ରଥମ ମ୍ୟାଚ୍ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ସଂଘର୍ଷ ପୁର୍ଣ୍ଣ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ସ୍ପେନ ପ୍ରଥମରୁ ସୁନ୍ଦର ଖେଳ ପ୍ରଦର୍ଶନ କରି ୫ ମ ମିନିଟ୍ ରେ ଶୋଫିଆ ରୋଦସ୍କି ଙ୍କ ସୁନ୍ଦର ଫିଲ୍ଡ ଗୋଲ ଦଳକୁ ଅଗ୍ରଣୀ କରାଇଥିଲା । ସେହିପରି ଖେଳର ୧୨ ତମ ମିନିଟ୍ ରେ ଜର୍ମାନୀ ର ଏଇନା କିରେସ୍କିଁ ଙ୍କ ସୁନ୍ଦର ଗୋଲ ଦଳକୁ ବରାବର କରାଇଥିଲା । ପ୍ରଥମାର୍ଦ୍ଧରେ ଖେଳ ୧-୧ ରେ ସମାପ୍ତ ହୋଇଥିଲା ।

ଦିତିୟାର୍ଦ୍ଧ ରେ ୩୮ ମିନିଟ୍ ସମୟରେ ଲୁସିଆନ ମଳିନ ସ୍ପେନ ପକ୍ଷରୁ ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଦଳକୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦୁଇଟି ମ୍ୟାଚ୍ ଜିତି ୬ ପଏଣ୍ଟ ପାଇ ଦଳ ଏକ ମଜବୁତ୍ ସ୍ଥିତିରେ ରହିଛି। ସେହିପରି ମହିଳା ବର୍ଗ ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଖେଳଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା ଉଭୟ ଦଳ ୨-୨ ଗୋଲରେ ଖେଳ ସମାପ୍ତ କରିଥିଲେ ଭାରତ ପକ୍ଷରୁ ୫୩ ଓ ୫୭ ମିନିଟ୍ ରେ ନବନିତ୍ କୌର ଓ ଋତୁଜା ଦଣ୍ଡସ ପିସଲ ଯଥାକ୍ରମେ ଦୁଇଟି ଗୋଲ ମାରିଥିବା ବେଳେ ।ଇଂଲଣ୍ଡ ପକ୍ଷରୁ ୪୦ ଓ ୫୬ ମିନିଟ୍ ରେ ପେଗ ଗିଲୋଟ ଓ ଟିସା ହୱାର୍ଡ ଯଥାକ୍ରମେ ଦୁଇଟି ଗୋଲ ମାରିଥିଲେ। ୨-୨ ଅମିମାଂସିତ ପରେ ଖେଳ ଟି ସୂଟ୍ ଆଉଟ୍ କୁ ଯାଇଥିଲା ସୂଟ୍ ଆଉଟ୍ ରେ ଇଂଲଣ୍ଡ ୨-୧ ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ କୁ କଳିଙ୍ଗ ରେ ପାଖା ପାଖି ୭ ରୁ ୮ ହଜାର ଦର୍ଶକ ବସି ଉପଭୋଗ କରିବା ସହିତ ସମସ୍ତ ଦଳକୁ ଚିୟର କରିଥିଲେ।

Leave a Reply

Your email address will not be published. Required fields are marked *