ସୁଟିଂ ବିଶ୍ଵକପ ରେ ଶ୍ରୀୟଙ୍କା


ରାଉରକେଲା: ଓଡ଼ିଶାର ମହିଳା ସୁଟର ଶ୍ରିୟଙ୍କା ଷଡ଼ଙ୍ଗୀ ସୁଟିଂ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ର ବୁଏନାସ ଏୟରାସ ଓ ପେରୁ ର ଲିମା ଠାରେ ଆୟୋଜିତ ହେବାକୁ ଥିବା ଆଇ ଏସ ଏସ ଏଫ୍ ସୁଟିଂ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀୟଙ୍କା। ଚକିତ ବର୍ଷ ଅପ୍ରେଲ ୧ ତାରିଖରୁ ୧୧ ତାରିଖ ଆର୍ଜେଣ୍ଟିନା ଓ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପେରୁ ରେ ଦୁଇଟି ପ୍ରତିଯୋଗିତା ଆୟୋଜିତ ହେବ ।ଏହି ଦୁଇଟି ଯାକ ପ୍ରତିଯୋଗିତାରେ ଶ୍ରୀୟଙ୍କା ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ରେ ପ୍ରତିଦ୍ବନ୍ଦିତା କରିବେ। ଶ୍ରୀୟଙ୍କା ସଂପ୍ରତି ଏହି ବର୍ଗ ର ଜାତୀୟ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଏଭଳି ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *