ଜାତୀୟ ବାସ୍କେଟ୍ ବଲ ଚାମ୍ପିଅନସିପରେ ଦିଲ୍ଲୀ , କେରଳ, ପୁଡୁଚେରୀ ର ସ୍ବର୍ଣ୍ଣ ପଦକ ସହିତ ଓଡ଼ିଶା ମହିଳା ଙ୍କ ରୌପ୍ୟ ଓ କାଂସ୍ୟ ପଦକ ହାସଲ।

ଭୁବନେଶ୍ୱର, ୯.୧୦.୨୫: ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଦ୍ୱାରା ଆୟୋଜିତ ମହିଳା ଜାତୀୟ ବାସ୍କେଟ ବଲ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଚଳିତ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାର କେଟି ଗ୍ଲୋବାଲ୍ ସ୍କୁଲରେ ଅନୁଷ୍ଠିତ ହୋଇଥିବା ଏହି ଜାତୀୟ ବାସ୍କେଟ୍ ବଲ ଚମ୍ପିଆନ ସିପରେ ଓଡ଼ିଶା ମହିଳା ଦଳ ଦୁଇଟି ବର୍ଗ ଏଫ୍ ୩ ଓ ଏଫ୍ ୨ ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟ ଦଳଗୁଡ଼ିକ ଦକ୍ଷତା ମୂଲ୍ୟାଙ୍କନରେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରତିଯୋଗିତା ପର୍ଯ୍ୟାୟରେ ଓଡ଼ିଶା ଏ ୟୁନିଫାଏଡ୍ ମହିଳା ଦଳ ପଞ୍ଜାବ ବିପକ୍ଷରେ ୨୩-୮ ଏବଂ ଗୁଜରାଟ ବିପକ୍ଷରେ ୨୬-୬ରେ ବିଜୟୀ ହୋଇଥିଲା ବେଳେ ଏହା କର୍ଣ୍ଣାଟକ ବିପକ୍ଷରେ ପରାସ୍ତ ହୋଇଥିଲା।

ଏହାଦ୍ୱାରା ଓଡ଼ିଶା ଏ ରୌପ୍ୟ ପଦକ ଜିତିଥିଲା। ଦଳରେ ସରିତା ରାଉତରାୟ (ଅଧିନାୟିକା), ଅରିଦିତା ଚକ୍ରବର୍ତ୍ତୀ, ସଂଗୀତା ନାୟକ, ଆଦ୍ୟାଶା ଅଦିତି ବେହେରା, ସୁନ୍ୟା ସକ୍ତା ବାରିକ ଏବଂ ସସ୍ମିତା ମହାପାତ୍ର (କୋଚ୍) ଥିଲେ। ଗ୍ରୁପ୍ ବିରେ, ଓଡ଼ିଶା ମହିଳା ଦଳ ପୁଡୁଚେରୀ ଏବଂ ତାମିଲନାଡୁ ବିପକ୍ଷରେ ହାରି ତିନୋଟି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିଥିଲେ କିନ୍ତୁ ରାଜସ୍ଥାନ ବିପକ୍ଷରେ ୨୮-୮ରେ ଜିତି କାଂସ୍ୟ ପଦକ ହାସଲ କରିଛନ୍ତି। ଦଳରେ ରାଜଶ୍ରୀ ମହାପାତ୍ର (ଅଧିନାୟିକା), ସାଗରିକା, ଅସୀମା ଐଶ୍ୱର୍ଯ୍ୟ, ଦୀପ୍ତିମୟୀ ଦାସ, ଶୁଭଶ୍ରୀ ଦାସ ଏବଂ ଅର୍ପିତା ମହାପାତ୍ର (ପ୍ରଶିକ୍ଷକ) ଥିଲେ। ଉଭୟ ପ୍ରଶିକ୍ଷକଙ୍କ କଠିନ ପରିଶ୍ରମ ଏବଂ ଖେଳାଳିଙ୍କ ଦୃଢ଼ ପ୍ରୟାସ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି । ଓଡ଼ିଶା ବି ଦଳ ଏହି ଜାତୀୟ ପ୍ରତିଯୋଗୀତା ପ୍ରଥମ ଥର କରି ଭାଗ ନେଇ ସଫଳତା ଅର୍ଜନ କରିଥିବାରୁ ଦଳ ର କୋଚ ଖୁସି ବ୍ୟକ୍ତ କରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ର ମୁଖ୍ୟ ଦିଲ୍ଲୀପ ହିଆଲ ଉଦଯାପନୀ ଦିବସର ମୂଖ୍ୟ ଅତିଥି ଭାବରେ ବିଜେତାମାନଙ୍କୁ ପଦକ ଏବଂ ପ୍ରମାଣପତ୍ର ବଣ୍ଟନ କରିଥିଲେ।

ଉପସ୍ଥିତ ଅନ୍ୟ ଅତିଥିମାନେ ଥିଲେ କର୍ଣ୍ଣେଲ (ଅବସରପ୍ରାପ୍ତ) ଡକ୍ଟର କେଦାରନାଥ ଦାଶ ଏବଂ ଶ୍ରୀମତୀ ରୀତା ଦାଶ, ଗୋକୁଳାନନ୍ଦ ଦାଶ, ଅବସରପ୍ରାପ୍ତ ଏସ ବି ଆଇ ଉପ ପ୍ରବନ୍ଧକ ଓ ଶ୍ରୀମତୀ ରାଣୀ ଦାଶ ପ୍ରମୂଖ ଉପସ୍ଥିତ ରହି ଖେଳାଳି ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ୩ ଦିନ ଧରି ଚାଲିଥିବା ଏହି ଜାତୀୟ ପ୍ରତିଯୋଗିତା କୁ ସଫଳ କରିବା ପାଇଁ ଓଡ଼ିଶା ସ୍ପେଶାଲ୍ ଭାରତ ମହା ନିର୍ଦ୍ଦେଶକ ପ୍ରକାଶ ରଥ(ବାବୁ) ମୁଖ୍ୟ ସଂଯୋଜୀକା ଅର୍ପିତା ମହାପାତ୍ର, ଉମାକାନ୍ତ ଷଡ଼ଙ୍ଗୀ, ସସ୍ମିତା ମହାପାତ୍ର,ବିବେକା ନନ୍ଦ ମହାନ୍ତି, ଜ୍ୟୋତି ଶଙ୍କର ନନ୍ଦ, ଅଂଶୁମାନ ନାୟକ ଓ ପ୍ରିତି ସୁଷମା ପ୍ରମୁଖ ସହଯୋଗ କରିଥିଲେ।

ସ୍ପେଶାଲ୍ ଭାରତ ବାସ୍କେଟ୍ ବଲ ପ୍ରକାଶିତ ଫଳ:

ଏଫ୍ ୩ ମହିଳା ବର୍ଗ ରେ – ଦିଲ୍ଲୀ (ସ୍ଵର୍ଣ୍ଣ ପଦକ), ଓଡ଼ିଶା( ରୌପ୍ୟ ପଦକ)ତାମିଲ ନାଡୁ (କାଂସ୍ୟ ପଦକ)
ଏଫ୍ ୨ ମହିଳା ବର୍ଗ ରେ – କେରଳ ( ସ୍ବର୍ଣ୍ଣ ପଦକ), କର୍ଣ୍ଣାଟକ(ରୌପ୍ୟ ପଦକ) ଓଡିଶା ( କାଂସ୍ୟ ପଦକ)

ପୁରୁଷ ବର୍ଗ ରେ – ପୁଡୁଚେରୀ ( ସ୍ୱର୍ଣ୍ଣ ପଦକ), ତାମିଲନାଡୁ(ରୌପ୍ୟ ପଦକ),ରାଜସ୍ଥାନ ( କାଂସ୍ୟ ପଦକ)।

Leave a Reply

Your email address will not be published. Required fields are marked *