କାନଭାସ ପକ୍ଷରୁ ରାଉରକେଲା ଦିବସ।ଦୌଡିଲା ରାଉରକେଲା


ରାଉରକେଲା: (ବ୍ୟୁରୋ ) ରାଉରକେଲା ସ୍ଥାପନା ଦିବସ ଉପଲକ୍ଷେ ସ୍ଥାନୀୟ ସେକ୍ଟର-୧୩ ମେଲଣ ପଡ଼ିଆରୁ ସେକ୍ଟର-୧୯ ଆମ୍ବବାଗନ ଛକ ପର୍ଯ୍ୟନ୍ତ କାନଭାସ ପକ୍ଷରୁ ଏକ ଗଣ ଦୌଡ ଆୟୋଜିତ ହୋଇଯାଇଛି। ଏହି ଗଣ ଦୌଡ ରେ ୧ ହଜାର ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଭାଗ ନେଇଥିଲେ। ସକାଳ ୭ ଟା ସମୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ , ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଉପସ୍ଥିତ ରହି ସବୁଜ ପତାକା ହଲାଇ ଦୌଡ ର ଶୁଭାରମ୍ଭ କରିଥିଲେ। ଏହି ଦୌଡ କେବଳ ପୁରୁଷ ଓ ମହିଳା ବର୍ଗ ରେ ଆୟୋଜିତ ହୋଇଥିଲା । ପୁରସ୍କାର ରୂପେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ଙ୍କୁ ଯଥାକ୍ରମେ ଟ ୩ ହଜାର, ୨ ହଜାର ଓ ୧ ହଜାର ଆର୍ଥିକ ସହିତ ଟ୍ରଫି ଚଳିତ ମାସ ୨୯ ତାରିଖ ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ପ୍ରଦାନ କରାଯିବ ଓ ଆଗକୁ ଅନେକ କ୍ରୀଡା ଭିତ୍ତିକ କାର୍ଯ୍ୟକ୍ରମ ହେବ ବୋଲି କାନଭାସ ର ଉପଦେଷ୍ଟା ପ୍ରଭୁ ପାତ୍ର କହିଛନ୍ତି।

ଏକ ସୁସ୍ଥ ସମାଜ ଗଠନ ସହିତ ମଣିଷ ସବୁବେଳେ ଫିଟ୍ ରହି କିପରି ଆଗକୁ ବଢିବ ଓ ରାଉରକେଲାର ବିକାଶ ରେ ସହଭାଗୀ ହେବ ସେ ନେଇ ଏଭଳି ଏକ ଗଣ ଦୌଡ ର ପରିକଳ୍ପନା ବୋଲି କାନଭାସ ର ଆବାହକ ସୁରେଶ ପ୍ରଧାନ କହିଛନ୍ତି। ରାଉରକେଲା ର ଅନେକ କ୍ରୀଡା ଅନୁଷ୍ଠାନ ,ଶିକ୍ଷା ଅନୁଷ୍ଠାନ, ସାମାଜିକ ସଂଘଟନ ଓ ସାହିତ୍ୟ ସଂଘଟନ ର କର୍ମକର୍ତ୍ତା ପ୍ରଭୁତି ଏହି ଦୌଡ଼ରେ ଭାଗ ନେଇଥିଲେ। ପୂର୍ବତନ ଆଥଲେଟ୍ ନିଖିଲ କଳାକାର ପ୍ରଧାନ ଓ ପୂର୍ବତନ ଜାତୀୟ ଫୁଟବଲ୍ ରେଫ୍ରି ଭାସ୍କର ନନ୍ଦ ଏହି ଦୌଡର ବିଚାରକ ରୂପେ କାର୍ଯୟନିର୍ବାହ କରିଥିଲେ। ଏହି ଦୌଡ ରେ ସେକ୍ଟର -୧୪ ରେ ରହୁଥିବା ଉର୍ମିଳା ଦାସ(୭୪) ଭାଗ ନେଇ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଓ ଆୟୋଜକ ଙ୍କ ପ୍ରଶଂସା ସାଉଁଟି ଥିବା ସହିତ କିଭଳି ସୁସ୍ଥ ରହିବା ପାଇଁ ଦୌଡ ର ଆବଶ୍ୟକତା ରହିଛି ତାହା ପ୍ରମାଣିତ କରିବା ସହିତ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ଅନୁଷ୍ଠାନ ର ନିରାକାର ଲେଙ୍କା,ସନ୍ତୋଷ ବିଶ୍ଵାଳ,ସୁଧାଂଶୁ ରାଉତ,ରଞ୍ଜିତ ନାୟକ ଓ ସଂଗ୍ରାମ ମହାନ୍ତି ପ୍ରଭୁତି ଗଣ ଦୌଡ କୁ ସଫଳ କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *