ଭୁବନେଶ୍ଵର, ୨୩.୨.: ଇଟାଲୀ ର ତୁରିନ୍ ଠାରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍ ବିଶ୍ବ ଶୀତକାଳୀନ ସ୍ବତନ୍ତ୍ର ଅଲମ୍ପିକ୍ସ ପ୍ରତିଯୋଗୀତା ରେ ସ୍ବେଛାସେବୀ ପରିଚାଳନା ଓ ପ୍ରତିଯୋଗୀ ଏଵଂ ଦର୍ଶକ ସହାୟତା କାର୍ଯ୍ୟ କୁ ସୁଚାରୁ ରୂପେ ଆଗେଇ ନେବାକୁ ଏସ୍ ଓ ବି ଓଡ଼ିଶା ର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଙ୍କୁ ସେଠିକାର ସ୍ଥାନୀୟ ଆୟୋଜକ ସଂଘଟନ ଆମନ୍ତ୍ରିତ କରିଛି। ଶ୍ରୀ ରଥ ସେଠାରେ ଚଳିତ ମାର୍ଚ୍ଚ ୪ ରୁ ୧୭ ପର୍ଯ୍ୟନ୍ତ ରହି କାର୍ଯ୍ୟ ପରିଚାଳନା କରିବେ। ଶ୍ରୀ ରଥ ଙ୍କ ର ଏହି ମନୋନୟନ ଓ ନିମନ୍ତ୍ରଣ ନିମନ୍ତେ ଅନେକ ଆଡ଼ୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଜେଡ୍ ଇଷ୍ଟେଟ ର ପରିଚାଳନା ନିର୍ଦେଶକ ଶ୍ରୀ ତପନ ମହାନ୍ତି ଶ୍ରୀ ରଥ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଓ ଓଡିଶା ର ମନୋନୀତ ଜଣେ ଖେଳାଳି ଙ୍କ ର ଆବଶ୍ୟକ ଅର୍ଥ ପ୍ରାୟୋଜିତ କରିବେ ବୋଲି ଘୋଷଣା ମଧ୍ଯ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଏହି ବିଶ୍ୱ କ୍ରୀଡ଼ାରେ ୧୦୩ ଟି ରାଷ୍ଟ୍ର ର ୧୫୦୦ ପ୍ରତିଯୋଗୀ, ୬୨୧ ପ୍ରଶିକ୍ଷକ, ୩୨୦୦ ସ୍ଵେଚ୍ଛାସବୀ ଓ ପ୍ରାୟ ୧ ଲକ୍ଷ୍ୟ ଦର୍ଶକ ଭାଗ ନେବେ । ସ୍ବତନ୍ତ୍ର ଅଲିମ୍ପିକ୍ ଭାରତ ଏହା ପୂର୍ବରୁ ହୋଇଥିବା ୧୧ ଟି ସଂସ୍କରଣ ରେ ୧୬୭ ଟି ପଦକ ହାସଲ କରିଛି ଯାହା ମଧ୍ୟରେ ୭୩ ଟି ସ୍ବର୍ଣ୍ଣ, ୪୯ ଟି ରୌପ୍ୟ ଓ ୪୫ ଟି କାଂସ୍ୟ ପଦକ ଅଛି। ଶ୍ରୀ ରଥଙ୍କର ଆନ୍ତର୍ଜାତୀୟ ଅଭିଜ୍ଞତା ଯୋଗୁଁ ଏଲ ଓ ସି ତାଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ ନିମନ୍ତେ ଆମନ୍ତ୍ରଣ କରିଛି। ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ଏସ ଓ ବି ଓଡ଼ିଶା ର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ମୁଣ୍ଡ୍ ପ୍ରକାଶ କରିଛନ୍ତି। ଏସ ଓ ବି ଓଡ଼ିଶା ର ସମସ୍ତ ବୋର୍ଡ ସଦସ୍ୟ ଓ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର ମଧ୍ୟ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସଫଳ କାମନା କରିଛନ୍ତି।
ବିଶ୍ବ ଶୀତକାଳୀନ ସ୍ଵତନ୍ତ୍ର ଅଲମ୍ପିକ୍ସ କୁ ପ୍ରକାଶ ରଥ ଆମନ୍ତ୍ରିତ ।
