ଆଜି ଠୁ ଆଇ ପି ଏଲ୍ ଟକ୍କର।


ରାଉରକେଲା: ଆଜିଠାରୁ ଆରମ୍ୱ ହେବାକୁ ଯାଉଛି, ବିଶ୍ବର ଲୋକ ପ୍ରିୟ କ୍ରିକେଟ ପ୍ରତିଯୋଗୀତା ଆଇ ପି ଏଲ ( ଇଣ୍ଡିଆନ୍ ପ୍ରୀମୀୟର ଲିଗ୍) ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏହି ପ୍ରତିଯୋଗିତା ର ଖେଳ ଗୁଡ଼ିକ ଆୟୋଜିତ ହେବ। ଦୁଇଟି ଗ୍ରୁପରେ ବିଭକ୍ତ ୧୦ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର୍। ଚେନ୍ନାଇ ସୁପର କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲ, ରୟାଲ ଚ୍ୟାଲେଞ୍ଜରସ୍ ବେଙ୍ଗଲୁରୁ, ଗୁଜୁରାଟ ଟାଇଟନ୍ସ୍, ଲକ୍ଷ୍ନୌ ସୁପର ଜାଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜ ହାଇଦ୍ରାବାଦ୍ ଆଦି ଦଳ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଆଜି ଉଦ୍ଘାଟନ ମ୍ୟାଚ୍ କେ କେ ଆର ଓ ଆର ସି ବି ମଧ୍ୟରେ ମୁକାବିଲା ହେବ । ଏହି ମୁକାବିଲା ରେ କଡ଼ା ଟକ୍କର ହେବ ବୋଲି ଆକଳନ କରାଯାଉଛି। ରଜତ ପଟିଦାର ଓ ଆଜିକ୍ୟ ରାହାଣେ ଉଭୟ ଦଳର ଅଧିନାୟକ ରହିଛନ୍ତି। ଉଭୟ ଦଳ ନିଜ ଫିଟନେସ କୁ ନଜର ରେ ରଖି ପଡିଆକୁ ଓହ୍ଲାଇବେ। ଉଭୟ ଦଳର କୋଚ୍ ମ୍ୟାଚ୍ ବିଜୟୀ ହେବେ ବୋଲି ଦୃଢ଼ତି ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା କିଏ ପ୍ରଥମ ମ୍ୟାଚ୍ ବାଜିମାତ କରିବ।

Leave a Reply

Your email address will not be published. Required fields are marked *