ଆସନ୍ତା ୨୦୨୬ ବର୍ଷରେ ସ୍କଟ୍ଲ୍ୟାଣ୍ଡ୍ର ଗ୍ଲାସଗୋ ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରତିଯୋଗିତା ରେ ଖେଳା ଯିବାକୁ ଥିବା ଅନେକ କ୍ରୀଡା କୁ ଏଥର ବାଦ୍ ଦିଆଯାଇଛି। ବିଶେଷ କରି ହକି, ବେଡମିଣ୍ଟନ୍, କୁସ୍ତି,ଟେବୁଲ୍ ଟେନିସ, କ୍ରିକେଟ,ବନ୍ଧୁକ ଚାଳନା , ଟ୍ରାଇ ଥିଲନ, ରଗବି ୭ଏସ ପ୍ରବୃତ୍ତି ଖେଳ କୁ ବାଦ୍ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ୨୦୨୨ ମସିହାରେ ହୋଇଥିବା ରାଜ୍ୟଗୋଷ୍ଟୀ କ୍ରୀଡାରେ ମୋଟ ୧୯ଟି କ୍ରୀଡ଼ା ସାମିଲ ଥିଲା। କିନ୍ତୁ ୨୦୨୬ ମସିହାରେ ରାଜ୍ୟଗୋଷ୍ଠୀ ମହାସଂଘ ପକ୍ଷରୁ ପ୍ରଦତ ସୂଚନା ମୁତାବକ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏକାଧିକ କ୍ରୀଡ଼ାକୁ ବାଦ୍ ଦିଆଯାଇଛି। ପୂର୍ବ ଘୋଷିତ ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାକୁ ଥିଲା, କିନ୍ତୁ ଗତ ବର୍ଷ ଭିକ୍ଟୋରିଆ ଆୟୋଜନରୁ ଓହରି ଯାଇଥିଲା। ଏହାପରେ ପ୍ରତିଯୋଗିତା ଗ୍ଲାସଗୋ ରେ ଆୟୋଜିତ ହେବ। ଏଥିପାଇଁ ରାଜ୍ୟଗୋଷ୍ଟି ମହାସଂଘ ପୂର୍ବରୁ ଘୋଷଣା ମୁତାବକ ଏହା ୨୬ ଜୁଲାଇ ରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ହକି ଓ ସୁଟିଂ ଆଦି କ୍ରୀଡ଼ାକୁ ନେଇ ଭାରତ ପଦକ ଆଶାବାଦୀ ଥିଲାବେଳେ ରାଜ୍ୟଗୋଷ୍ଟି ମହାସଂଘ ର ଏହି କ୍ରୀଡା କୁ ପ୍ରତିଯୋଗିତାରେ ବାଦ୍ ଦିଆଯିବା ଘୋଷଣା ଭାରତୀୟ କ୍ରୀଡା ପ୍ରେମୀ ଙ୍କୁ ନିରାଶ କରିଛି। ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି କ୍ରୀଡ଼ାପ୍ରେମୀମାନେ କହିଛନ୍ତି।
୨୦୨୬ରେ ହେବାକୁ ଥିବା ରାଜ୍ୟଗୋଷ୍ଟି କ୍ରୀଡା ପାଇଁ ଚର୍ଚ୍ଚା
