ମିଆମି: (୩୦ ମାର୍ଚ୍ଚ) ଫ୍ଲୋରିଡା ର ମିଆମି ଗାର୍ଡେନ ରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ ୧୮ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ପୁରୁଷ ଓ ମହିଳା ମିଆମି ଓପନ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲସ୍ ଫାଇନାଲ ମୁକାବିଲା ୨୯ ମାର୍ଚ୍ଚ ମଧ୍ୟ ରାତ୍ରୀରେ ବିଶ୍ବର ୧ ନଂ ମହିଳା ଟେନିସ ଖେଳାଳି ଆରୀୟନ୍ ସାବାଲିଙ୍କା ଓ ୪ ର୍ଥ ସ୍ଥାନରେ ଥିବା ଜେଶିକା ପେଗୁଲୁ ଙ୍କ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଯୋଗିତା ଦେଖିବା ପାଇଁ ଷ୍ଟାଡିୟମ୍ ଖଚା ଖଚ ଭିଡ ହୋଇଥିଲା । ୧ ଘଣ୍ଟା ୨୯ ମିନିଟ୍ ଚାଲିଥିବା ଏହି ଫାଇନାଲ ମୁକାବିଲା ୭-୫ ଓ ୬-୨ ସେଟ୍ ରେ ପେଗଲୁ ଙ୍କୁ ପରାସ୍ତ କରି ସାବାଲିଙ୍କା ୨୦୨୫ ମିଆମି ଓପନ ଟାଇଟଲ ହାସଲ କରିଥିଲେ। ଫାଇନାଲ ମୁକାବିଲା ର ପ୍ରଥମ ସେଟ୍ ଖୁବ୍ ସଂଘର୍ଷ ପୁର୍ଣ୍ଣ ହୋଇଥିଲା । ମିଆମି ଓପନ ସିଙ୍ଗଲସ୍ ଚମ୍ପିୟାନ ହେଲା ପରେ ସାବାଲିଙ୍କା ଷ୍ଟାଡିୟମ୍ ରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ତାଙ୍କୁ ପ୍ରତିଯୋଗିତା ରେ ଉତ୍ସାହିତ କରିଥିବାରୁ ଧନ୍ୟବାଦ୍ ଜଣାଇଥିଲେ ସେହିପରି ବିଶେଷ ଧନ୍ୟବାଦ୍ ବ୍ରାଜିଲ ପ୍ରସଂଶଙ୍କୁ ଜଣାଇଥିଲେ।

ନିଜର ପରିବାର , ସପୋର୍ଟିଂ ଷ୍ଟାଫ୍ ଓ ମ୍ୟାଚ୍ ଅଫିସିଆଲ୍ ଙ୍କୁ ମଧ୍ୟ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜଣାଇଥିଲେ ଶେଷରେ ଷ୍ଟାଡିୟମ ରେ ଉପସ୍ଥିତ ଥିବା ନିଜର ପୁରୁଷ ବନ୍ଧୁ ଙ୍କୁ ଅନେକ ପ୍ରଶଂସା କରିଥିଲେ। ଚଳିତ ସିଜିନ ରେ ଶେଷ ୪ ଟି ହାର୍ଡ କୋର୍ଟ ପ୍ରତି ଯୋଗିତାରୁ ସିନସିନାଟି ଓପନ,ୟୁ ଏସ ଓପନ ଓ ମିଆମି ଓପନ ରେ ଜେସିକା ପେଗୁଲୁ ଙ୍କୁ ପରାସ୍ତ କରି ଟାଇଟାଲ ହାସଲ କରିଥିବାରୁ ସେ ହସି ହସି ନିଜକୁ କ୍ଷମା ମାଗିବା ସହିତ ଏହି ଟ୍ରଫି ମୋ ପାଇଁ ସ୍ପେଶିଆଲ୍ ଟ୍ରଫି ବୋଲି କହିଥିଲେ।