କାନଭାସ ପକ୍ଷରୁ କବାଡି ପ୍ରତିଯୋଗିତା ଓ ସାଇକେଲ ରାଲି।


ରାଉରକେଲା: (୨୮.ମାର୍ଚ୍ଚ)ରାଉରକେଲା ଦିବସ ପାଳନ କମିଟି କାନଭାସ୍ ପକ୍ଷରୁ ଆଜି ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ରାଉରକେଲା ର ବିଭିନ୍ନ ସ୍କୁଲ କଲେଜ ର ପାଖା ପାଖି ୩ ଶହ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ସକାଳ ୭ ଟାରେ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକରେ କାନଭାସ ସଙ୍ଗଟନ୍ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଦିଲ୍ଲୀପ ରାୟ ପତକା ହଲାଇ ଏହି ରାଲି କୁ ଶୁଭାରମ୍ଭ କରିଥିଲେ । ଆନ୍ତର୍ଜାତିକ ସାଇକ୍ଲିଷ୍ଟ୍ ସୁଶିଲ ଦାସ ଓ ସ୍ବସ୍ତି ସିଂ ମଧ୍ୟ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସନ୍ଧ୍ୟାରେ ସ୍ଥାନୀୟ ସେକ୍ଟର -୧୩ ମେଲଣ ପଡ଼ିଆରେ କାନଭାସ ପକ୍ଷରୁ ମହିଳା ମାନଙ୍କ ଦ୍ୱାରା ମ୍ୟୁଜିକ ଚେୟାର ଏବଂ ୧୨ ପୁରୁଷ ଓ ୧୦ ମହିଳା ଦଳ ଙ୍କୁ ନେଇ ଏକ ଦିବରାତ୍ରି କବାଡି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି କବାଡି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଜେତା ଦଳକୁ ଓ ଉପ ବିଜେତା ଦଳ କୁ ଆର୍ଥିକ ରାଶି ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟିର ଆବାହକ ସୁରେଶ ପ୍ରଧାନ କହିଛନ୍ତି। ରାଉରକେଲା ଦିବସ ପାଳନ ମାର୍ଚ୍ଚ ୯ ରେ ହୋଇଥାଏ କିନ୍ତୁ ସ୍କୁଲ ଓ କଲେଜ ପିଲାଙ୍କର ପରୀକ୍ଷା କୁ ଆଖି ଆଗରେ ରଖି ସମସ୍ତ ପ୍ରତିଯୋଗିତା ମାର୍ଚ୍ଚ ଶେଷ ସପ୍ତାହରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି କାନ ଭାସ ର ସଂଯୋଜକ ପ୍ରଭୁ ପାତ୍ର କହିଛନ୍ତି। ମାର୍ଚ୍ଚ ୩ ରେ ହୋଇଥିବା ଗଣଦୌଡ ସାଙ୍ଗକୁ ଆଜିର ସମସ୍ତ ପ୍ରତିଯୋଗିତାର ପୁରସ୍କାର ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏକ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ପ୍ରଦାନ କରାଯିବ। ରାଉରକେଲା ଦିବସକୁ ଏକ ସଫଳ ରୂପାୟନ ଦେବା ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ । ବିମଳ ବିଶି, ଅମିତାଭ ସାମଲ, ସୁଧାଂଶୁ ରାଉତ , ନୃସିଂହ ସାହୁ, ବଜରଙ୍ଗ ବାଗ ,ବିଘ୍ନେଶ୍ୱର କବି ଓ ଗୋପାଳ ଜେନା ପ୍ରମୁଖ ଏହି ପ୍ରତିଯୋଗିତା ମାନ କୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *