ମିଆମି ପୁରୁଷ ଓପନ ଟାଇଟଲ ଜିତିଲେ ଜେକବ ମେନସିକ।


ମିଆମି: (୩୧ ମାର୍ଚ୍ଚ) ଫ୍ଲୋରିଡା ର ମିଆମି ଗାର୍ଡେନ ରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ ୧୮ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ପୁରୁଷ ଓ ମହିଳା ମିଆମି ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲସ୍ ଫାଇନାଲ ମୁକାବିଲା ୩୦ ମାର୍ଚ୍ଚ ମଧ୍ୟ ରାତ୍ରୀରେ ବର୍ଷା ଯୋଗୁଁ ୨ ଘଣ୍ଟା ବିଳମ୍ବରେ ବିଶ୍ବର ୪ ନଂ ପୁରୁଷ ଟେନିସ ଖେଳାଳି ନୋଭାକ ଡି ଯୋକୋଭିକ୍ ଓ ୫୪ ନଂ ରେକିଙ୍ଗ ଜେକବ ମେନସିକ ଙ୍କ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଯୋଗିତା ଦେଖିବା ପାଇଁ ଷ୍ଟାଡିୟମ୍ ଖଚା ଖଚ ଭିଡ ହୋଇଥିଲା ହେଲେ ବର୍ଷା କାରଣରୁ ଦର୍ଶକ ଙ୍କ ସଂଖ୍ୟା କମିଯାଇଥିଲା । ପ୍ରାୟ ୨ ଘଣ୍ଟା ଚାଲିଥିବା ଏହି ଫାଇନାଲ ମୁକାବିଲା ୭-୬ ଓ ୭-୬ ଟ୍ରାଇବେକ୍ ସେଟ୍ ରେ ନୋଭାକ ଙ୍କୁ ପରାସ୍ତ କରି ଜେକବ ୨୦୨୫ ମିଆମି ଓପନ ଟାଇଟଲ ହାସଲ କରିଥିଲେ। ଫାଇନାଲ ମୁକାବିଲା ର ଦୁଇଟି ଯାକ ସେଟ୍ ଖୁବ୍ ସଂଘର୍ଷ ପୁର୍ଣ୍ଣ ହୋଇଥିଲା । ମିଆମି ଓପନ ସିଙ୍ଗଲସ୍ ଚମ୍ପିୟାନ ହେଲା ପରେ ମେନସିକ୍ ଷ୍ଟାଡିୟମ୍ ରେ ଉପସ୍ଥିତ ଥିବା ତାଙ୍କ କୋଚ୍ ଓ ଫିଜିଓ ଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ। ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ପ୍ରତିଯୋଗିତା ରେ ସମସ୍ତ ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ମୋତେ ମଧ୍ୟ ଉତ୍ସାହିତ କରିଥିବାରୁ ଅଶେଷ ଧନ୍ୟବାଦ୍ ଏବଂ ବିଶ୍ୱରେ ଘରେ ବସି ଟିଭି ରେ ଦେଖୁଥିବା ଦର୍ଶକ ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଥିଲେ।

Leave a Reply

Your email address will not be published. Required fields are marked *