ଆନ୍ତର୍ଜାତୀୟ ହକି ରୁ ଅବସର ନେଲେ ବନ୍ଦନା ।


ରାଉରକେଲା: (୧.ଅପ୍ରେଲ) ଉତ୍ତରପ୍ରଦେଶ ରୋସନାବାଦ ଗ୍ରାମର ଏକ ଗରିବ ପରିବାର ରେ ଜନ୍ମିତ ଝିଅ ବନ୍ଦନା କାଟରିଆ (୩୨))। ଫରୱାର୍ଡ ଖେଳାଳି ହିସାବରେ ଭାରତ ପାଇଁ ଅନେକ ଆନ୍ତର୍ଜାତିକ ହକି ପ୍ରତିଯୋଗୀତା ଖେଳି ଭାରତକୁ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ନିଜର ହକି କେରିୟର ଭିତରେ ୩୨୦ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୯୮ ଟି ଗୋଲ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହିତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ୨୦୧୬ ଆଲମ୍ପିକ୍ସ ରେ ଖୁବ୍ ଦମ୍ ଦାର ପ୍ରଦର୍ଶନ କରି ଦେଶବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବନ୍ଦନା। ଏସିଆନ୍ ଗେମ୍ସ, ଏସିଆ କପ୍, ଏସିଆନ ଚାମ୍ପିୟନସ ଟ୍ରଫି, ରାଜ୍ୟଗୋଷ୍ଠୀ କ୍ରୀଡା,ଏଫ୍ ଆଇ ଏଚ୍ ନେସନ୍ କପ୍, ଏଫ୍ ଆଇ ଏଚ ପ୍ରୋ ଲିଗ୍ ଓ ହକି ବିଶ୍ଵକପ ପ୍ରଭୁତି ପ୍ରତିଯୋଗିତା ଖେଳି ଦେଶ ପାଇଁ ଜଣେ ଫରୱାର୍ଡ ଖେଳାଳି ହିସାବରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ଓଡ଼ିଶାରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ବନ୍ଦନା ବେଙ୍ଗାଳୁରୁ ଏୟାର ପୋର୍ଟ ରୁ Smsportz.in ସହିତ ସିଧାସଳଖ କଥାବାର୍ତ୍ତା… ପ୍ରଶ୍ନ: ଆପଣଙ୍କ ଅବସର ଶୁଣି ଅର୍ଶ୍ଚର୍ୟ୍ଯ ଲାଗିଲା ଓ ଅନେକ ଦୁଃଖ ମଧ୍ୟ ଲାଗିଲା କାରଣ ଆପଣଙ୍କ ଭଳି ଫରୱାର୍ଡ ଖେଳାଳି ଦେଶ କୁ ମିଳିବା କଷ୍ଟକର?
ଉତ୍ତର: ଭାବ ବିହୋଳ ସ୍ଵରରେ ସାର ମୁଁ ଏବେ ଏୟାର ପୋର୍ଟ ରେ ଅଛି । ହଁ ମୁଁ ଆନ୍ତର୍ଜାତୀୟ ହକି ରୁ ଅବସର ନେଇଛି କାହିଁକି ମୋ ପାଇଁ ଏଇଟା ଠିକ୍ ସମୟ ଭାବି ଏଭଳି ନିଷ୍ପତ୍ତି ନେଇଛି। ଆପଣଙ୍କୁ ଯେତେ ଦୁଃଖ ଲାଗିଛି ମୋତେ କେତେ ଦୁଃଖ ଲାଗୁଥିବ ଆପଣ ବି ଭାବି ପାରୁଥିବେ କାରଣ ହକି ଇଣ୍ଡିଆ ମୋ ପାଇଁ ଏକ ପରିବାର ଭଳି ଥିଲା ମୋର ଦୁଃଖ ଓ ସୁଖ ସମୟ ରେ ସମସ୍ତ ଖେଳାଳି କୋଚ୍ ମୋ ପାଖରେ ରହି ଥାନ୍ତି ଯାହା ମନେ ପଡିଲେ ଦୁଃଖ ଲାଗୁଛି ଓ ମନ ବ୍ୟତିବ୍ୟସ୍ତ ହେଉଛି ଯାହା ମୁଁ ଶଦ୍ଦ ରେ କହି ପାରୁନାହିଁ। ହଁ ମୋ ଭଳି ଖେଳାଳି କଣ ମୋ ଠାରୁ ଭଲ ଖେଳାଳି ଦେଶକୁ ମିଳିବେ ଓ ଦେଶ ପାଇଁ ଖେଳିବେ ସମୟ ର ପରିବର୍ତ୍ତନ ଖେଳାଳି ଙ୍କୁ ବହୁତ୍ କିଛି ଶିଖାଇ ଥାଏ।


ପ୍ରଶ୍ନ: ଆପଣଙ୍କ ଅବସର ନୂତନ ଯୁବ ପିଢ଼ି କୁ କଣ ଶିକ୍ଷା ଦେବ ଓ ଆପଣ ସେମାନଙ୍କୁ କଣ ମେସେଜ ଦେବେ?
ଉତ୍ତର: ମୋତେ ଯେଉଁ ଯୁବ ଖେଳାଳି ଅନୁସରଣ କରୁଥିବେ ସେମାନେ ନିଶ୍ଚିତ ଜାଣୁ ଥିବେ ଏବେ ର ମଡର୍ନ ହକି ଖେଳିବାକୁ ହେଲେ କେତେ ପରିଶ୍ରମ କରିବାକୁ ପଡେ। ତେଣୁ ଏବେ ର ଯୁବ ପିଢ଼ି ଙ୍କୁ କହିବି ଦଳରେ ଶ୍ରୁଖଳିତ ହୋଇ କୋଚ୍ ଙ୍କ କଥା ଶୁଣିବା, ଦଳର ବରିଷ୍ଠ ଖେଳାଳି ଙ୍କୁ ସମ୍ମାନ ଦେବା , ତାଙ୍କ ର କୌଶଳ କୁ ଦେଖି ନିଜର କୌଶଳ ରେ ସୁଧାର ଆଣି ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବା ତା ସହିତ ହକି ଇଣ୍ଡିଆ କୁ ନିଜର ପରିବାର ଭଳି ଭାବି ଆଗକୁ ବଢିବା ହେଉଛି ଯୁବ ପିଢ଼ି ଙ୍କ ବଡ କର୍ତ୍ତବ୍ୟ। ଦଳ ଯେତେବେଳେ ଯେଉଁ ସମୟରେ ଯୁବ ଖେଳାଳୀଙ୍କୁ ଯେଁଉ ଗୁରୁ ଦାୟିତ୍ଵ ଦେବ ନିଜର କର୍ତ୍ତବ୍ୟ ଭାବି ଦେଶ ପାଇଁ ପଡ଼ିଆରେ ଲଢ଼ି ସଫଳତା ଆଣିବା ଓ ଦେଶକୁ ଗୌରବାନିତ୍ୱ କରିବା ଯୁବ ପିଢ଼ି ଙ୍କ ମୁଖ୍ୟ ଭୂମିକା ରହିବା ନିତ୍ୟାନ୍ତ ଆବଶ୍ୟକ।
ପ୍ରଶ୍ନ: ହକି ଇଣ୍ଡିଆ ଏକ ଘଡି ସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ଓଡ଼ିଶା ସରକାର ହକି ଇଣ୍ଡିଆ ର ପ୍ରାୟୋଜକ ହେବା ଦଳର ଖେଳାଳି ଙ୍କୁ କେତେ ପ୍ରେରଣା ଦାୟୀ ଓ କେତେ ଲାଭବାନ କରିଛି।
ଉତ୍ତର:ନିଶ୍ଚିତ ଓଡ଼ିଶା ସରକାର ହକି ଇଣ୍ଡିଆ ର ପ୍ରାୟୋଜକ ହେଲା ପରେ ଆମେ ଅନେକ ସଫଳତା ପାଇବା ସହିତ ଆର୍ଥିକ ସ୍ତରରେ ମଧ୍ୟ ଖୁବ୍ ମଜବୁତ୍ ହୋଇଛୁ।ସେହିଭଳି ମହିଳା ହକି ଦଳ ଅଲମ୍ପିକ୍ସ ସମେତ ଅନ୍ୟ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ରେ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଛନ୍ତି । ପୁରୁଷ ହକି ଦଳ ମଧ୍ୟ ଦୁଇ ଦୁଇ ଥର ଅଲମ୍ପିକ୍ସ ରେ ପଦକ ଜିତି ପାରିଛନ୍ତି । ତେଣୁ ଓଡ଼ିଶା ସରକାର ଙ୍କ ର ହକି ପ୍ରତି ପ୍ରେମ ଓ ପ୍ରାୟଜୋକ ର ଅବଦାନ ଭାରତର ଏବେ ର କୌଣସି ଖେଳାଳି ଭୁଲି ପାରିବେ ନାହିଁ।ତେଣୁ ମୁଁ ଓଡ଼ିଶା ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।

ପ୍ରଶ୍ନ: ହକି ଇଣ୍ଡିଆ ର ଅବଦାନ ଏବେ କିପରି ରହିଛି ,ଆଗକୁ ଆପଣ ହକି ଖେଳିବେ କି?
ଉତ୍ତର: ହକି ଇଣ୍ଡିଆ ମୋ ପାଇଁ ଏକ ପରିବାର ଥିଲା ଆଗକୁ ରହିବ ହକି ଇଣ୍ଡିଆ ର ସମସ୍ତ ସଦସ୍ୟ ଖୁବ୍ ଭଲ ଓ ହକି ଇଣ୍ଡିଆ ଙ୍କୁ ସପୋର୍ଟ କରୁଥିବା ସମସ୍ତେ ଖୁବ୍ ଭଲ ବିଶେଷ କରି ହକି କୁ ଭଲ ପାଉଥିବା ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ୍। ପୁଣି ଥରେ ଭାବ ବିହୋଳ ସ୍ଵରରେ ଏବେ ଏୟାର ପୋର୍ଟ ରେ ଅଛି ଆଗକୁ ନିଶ୍ଚିତ ହକି ସହିତ ସମ୍ପର୍କ ରଖିବି। ସମୟ ହେଲାଣି ରହିଲି ନମସ୍କାର ସାର।

Leave a Reply

Your email address will not be published. Required fields are marked *