ବାସ୍କେଟବଲ୍ ଜାତୀୟ ଚାମ୍ପିଅନସିପ୍ ଉଦଘାଟିତ।

ଭୁବନେଶ୍ୱର, ୬-୧୦-୨୫.: ଭୁବନେଶ୍ୱର ସ୍ତିତ କେଟି ଗ୍ଲୋବାଲ୍ ସ୍କୁଲ ପରିସରରେ ଥିବା କ୍ରିକେଟ୍ ଗ୍ରାଉଣ୍ଡରେ ବରୁଣେଇ ପାହାଡ଼ର ମନୋରମ ପୃଷ୍ଠଭୂମିରେ ଆୟୋଜିତ ହୋଇଛି ସ୍ପେଶାଲ ଅଲମ୍ପିକ୍ସ ର ବସ୍କେଟ ବଲ ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ୨୫୦ କ୍ୟାମ୍ପର (ପ୍ରତିଯୋଗୀ )ଭାଗ ନେଇଛନ୍ତି।ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ବାରା ଆଜି ଏହି ଜାତୀୟ ପ୍ରତିଯୋଗୀତା ର ଶୁଭ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାୟ 16 ଟି ରାଜ୍ୟର ଖେଳାଳି, ପ୍ରଶିକ୍ଷକ, ଅଂଶୀଦାର, ଅଧିକାରୀ ଏବଂ ଅଭିଭାବକମାନେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି ।କର୍ଣ୍ଣେଲ (ଅବସରପ୍ରାପ୍ତ) ଡକ୍ଟର କେଦାରନାଥ ଦାଶଙ୍କ ଦ୍ୱାରା ପତାକା ଉତ୍ତୋଳନ ମଧ୍ୟମ ରେ ଏହି ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ନେଇ ଏକ ମାର୍ଚ୍ଚ ଫାଷ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ମାର୍ଚ୍ଚ ପାଷ୍ଟରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ଜାତୀୟ ବୋର୍ଡ ସଦସ୍ୟ ଶ୍ରୀ ରାଜଶେଖର ଚେଲି, ଏସବିଆଇ ର ଶ୍ରୀ ଗୋକୁଳାନନ୍ଦ ଦାଶ, ଉପାଧ୍ୟକ୍ଷ ଶ୍ରୀ ଉମାକାନ୍ତ ସାରଙ୍ଗୀ, କ୍ଷେତ୍ର ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ରଥ, କେଟି ଗ୍ଲୋବାଲ୍ ସ୍କୁଲର ସିଇଓ ଶ୍ରୀ ସିଦ୍ଧାର୍ଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତୀୟ ସ୍ୱତନ୍ତ୍ର ଅଲିମ୍ପିଆନ୍, ସରିତା ରାଉତରାୟ, ଅରିଦିତା ଚକ୍ରବର୍ତ୍ତୀ ଏବଂ ବୈଷ୍ଣବ ରାଜପାଲିଆ ସମସ୍ତ ଅତିଥି ଏବଂ କ୍ୟାମ୍ପର(ପ୍ରତିଯୋଗୀ )ମାନଙ୍କୁ ଶପଥ ପାଠ କରାଇଥିଲେ।

ମଧ୍ୟାହ୍ନ ରେ ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ର ଓଏସଡି ଶ୍ରୀମତୀ ସୋନାଲି ଚାନ୍ଦ ଭାଗ ନେଉଥିବା ପ୍ରତିଯୋଗୀ ଙ୍କ ଜର୍ସି ଉନ୍ମୋଚନ କରିଥିଲେ। ଗୁଜୁରାଟ ଏବଂ ମହାରାଷ୍ଟ୍ରର ମହିଳା ଦଳ ମଧ୍ୟରେ ପ୍ରଥମ ଲିଗ୍ ମ୍ୟାଚ୍ ଆରମ୍ଭ କରିବା ପାଇଁ ବଲ୍ ଟସ୍ ମଧ୍ୟ କରିଥିଲେ।

ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ଶ୍ରୀମତୀ ସୁରେଶ କୁମାର ଏବଂ ଶ୍ରୀମତୀ ଓମଶ୍ରୀଙ୍କ ଦ୍ୱାରା ଏକ ଜାତୀୟ ଯୁବ ତାଲିମ କାର୍ଯ୍ୟକ୍ରମ ଓ ପରିବାର ଫୋରମ୍ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଇଥିଲା। ଏହି ପ୍ରତିଯୋଗିତା ଅକ୍ଟୋବର ୬ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।୧୬ ଟି ରାଜ୍ୟରୁ ଆସିଥିବା ସମସ୍ତ କ୍ୟାମ୍ପର୍, ଅଫିସିଆଲ୍ ଓ ଅଭିଭାବକ ମାନଙ୍କ ପାଇଁ ରହିବା,ଉତ୍ତମ ଖାଦ୍ୟ , ମେଡିକାଲ ଓ ସୁରକ୍ଷା କୁ ଆୟୋଜକ ଙ୍କ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି ବୋଲି ପ୍ରତିଯୋଗିତା ସଂଯୋଜିକା ଅର୍ପିତା ମହାପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *