
ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୫ ମ ମ୍ୟାଚ୍ ଦିଲ୍ଲୀ ଏସ ଜି ପାଇପର୍ସ ଓ ହାଇଦ୍ରାବାଦ ତୁଫନ୍ସ ମଧ୍ୟରେ ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଖେଳ ଆରମ୍ବରୁ ହାଇଦ୍ରାବାଦ ତୁଫାନସ ଦଳ ଆକ୍ରମଣ ଜାରି ରଖି ୧୧ ତମ ମିନିଟ୍ ରେ ପେନାଲ୍ଟି କର୍ଣ୍ଣର ଦ୍ଵାରା ଅମନ୍ ଦୀପ ଲାକ୍ରା ଓ ପିଲେଟ୍ ଗଞ୍ଜଲୋ ଙ୍କ ଦୁଇଟି ସୁନ୍ଦର ଗୋଲ ଦଳକୁ ଅଗ୍ରଣୀ କରାଇଥିଲା।

କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦିଲ୍ଲୀ ଦଳର ଖେଳ ର ୧୯ ଓ ୫୦ ତମ ମିନିଟ୍ ରେ ଦିଲରାଜ୍ ସିଂହ ଓ ଗେରିଥ ଫ୍ଲୁଲୋଙ୍ଗ ଙ୍କ ଦୁଇଟି ଗୋଲ ଦ୍ଵାରା ଖେଳ ବରାବର ସ୍ଥିତି କୁ ଆସିଥିଲା। ଖେଳରେ ଉଭୟ ଦଳ ଙ୍କ ସୁନ୍ଦର ସ୍କିଲ ଦେଖିବାକୁ ମିଳିଥିଲା । ଶୀତୁଆ ରାତିରେ ପାଖା ପାଖି ୬ ହଜାର ଦର୍ଶକ ଉଭୟ ଦଳକୁ ସମର୍ଥନ କରିବାର ନଜର ଆସିଥିଲା।ଉଭୟ ଦଳ ୨-୨ ସ୍କୋର ଦ୍ଵାରା ଖେଳ କୁ ଅମିମାଂସିତ ରଖିବା ହେତୁ ସୁଟ ଆଉଟ୍ ହୋଇଥିଲା ସୁଟ୍ ଆଉଟ୍ ର ସଡନ୍ ଦେଥ ରେ ହାଇଦ୍ରାବାଦ ତୁଫାନସ୍ ୫-୪ ରେ ବିଜୟୀ ହୋଇଥିଲା।
