ରାଉରକେଲା ରେ ହେବ ହକି ର ଉତ୍କର୍ଷ ସାଧନ କେନ୍ଦ୍ର।ସୂଚନା ଦେଲେ ଏଫ ଆଇ ଏଚ୍ ସଭାପତି ତାୟବ୍ ଇକ୍ରମ ।

ରାଉରକେଲା: ଆଜି ସନ୍ଧ୍ୟାରେ ବୀର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଉତ୍କର୍ଷ କେନ୍ଦ୍ର କୁ ନେଇ ସୂଚନା ଦେଲେ ବିଶ୍ଵ ହକି ମହାସଂଘ୍ ର ସଭାପତି ତାୟବ ଇକ୍ରମ୍। ରାଉରକେଲା ର ବିଶ୍ଵ ସ୍ତରୀୟ ବିର୍ଷାମୁଣ୍ଡ ହକି ଷ୍ଟାଡିୟମ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛି। ୨୦୨୩ ରେ ପୁରୁଷ ହକି ବିଶ୍ଵକପ ପରେ ପରେ ହକି ପ୍ରୋ ଲିଗ୍ ଭଳି ଦୁଇଟି ବଡ ପ୍ରତିଯୋଗିତା ସଫଳତା ର ସହିତ ଆୟୋଜନ କରି ନୂଆ ଇତିହାସ ରଚିଛି। ସେହିଭଳି ୨୦୨୪/୨୫ ପୁଣି ଥରେ ହକି ଇଣ୍ଡିଆ ଲିଗ୍ ର ଆୟୋଜନ ବିଶ୍ଵ ବାସୀଙ୍କୁ ଚକିତ କରିଛି ଏସବୁ କୁ ଆଖି ଆଗରେ ହକି ଇଣ୍ଡିଆ ଓ କେନ୍ଦ୍ର ସରକାର ଙ୍କ ପ୍ରଚେଷ୍ଟା ରେ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ୨୦୨୫ ରେ ହେବାକୁ ଯାଉଛି ହକି ଉତ୍କର୍ଷ ସାଧନା କେନ୍ଦ୍ର।

ଏହା ଦ୍ବାରା ରାଉରକେଲା ତଥା ଆଖ ପାଖ ରେ ଥିବା ବିଭିନ୍ନ କ୍ରୀଡା ଛାତ୍ରାବାସ ର ହକି ଖେଳାଳୀ ଅନେକ ଲାଭବାନ ହୋଇ ପାରିବେ ଉନ୍ନତ ମାନର ବିଦେଶୀ କୋଚ୍ ସାଙ୍ଗକୁ ବିଦେଶୀ ଟେକ୍ନିକାଲ ସ୍କିଲ୍ ମଧ୍ୟ ଶିଖିବାର ସୁଯୋଗ ପାଇବେ ଖେଳାଳି ।l ସେହିଭଳି ଉନ୍ନତ ମାନର ଖାଦ୍ୟ ସାଙ୍ଗକୁ ମେଡିକାଲ ସୁବିଧା ମଧ୍ୟ ପାଇବେ ଖେଳାଳି । ଉତ୍କର୍ଷ କେନ୍ଦ୍ର ଓଡ଼ିଶା ର ଖେଳାଳି ଙ୍କୁ ନୂଆ ଉଦ୍ଦୀପନା ସହିତ ଆଉ ଏକ ନୂଆ ପରିଚୟ ଦେବାରେ ସହାୟକ ହେବ ବୋଲି କହିଲେ ଶ୍ରୀ ଇକ୍ରମ। ୨୦୨୫ ଆରମ୍ଭରୁ ଏଭଳି ଘୋଷଣା ଓଡ଼ିଶା ହକି ପ୍ରେମୀ ଙ୍କ ମନରେ ଖୁସି ର ଲହରୀ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *