୩-୧ ରେ ୟୁପି ରୁଦ୍ରାସ ର ବାଜିମାତ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ଷ୍ଟାଡିୟମ୍ ରେ ୬ ଷ୍ଠ ସଂସ୍କରଣ ର ୪ ର୍ଥ ମ୍ୟାଚ୍ ୟୁପି ରୁଦ୍ରାସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା। ଷ୍ଟାଡିୟମ୍ ରେ ପାଖା ପାଖି ୧୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ରହି ଉଭୟ ଦଳକୁ ଉତ୍ସାହିତ କରିବାର ଦେଖାଯାଇଥିଲା।ଖେଳର ପ୍ରଥମ କ୍ୱାଟର ରେ କଳିଙ୍ଗ ଲାନସର୍ସ ର ବବି ସିଂ ଧାମି ଙ୍କ ଏକ ସୁନ୍ଦର ପାସ ର ସୁଯୋଗ ନେଇ ଏନିକ୍ ଗଞ୍ଜାଲୋଜ ଗୋଲ ମାରି ଦଳକୁ ଅଗ୍ରଣୀ କରାଇଥିଲେ। ଠିକ୍ ସେହିପରି ୪୪ ମିନିଟ୍ ରେ ୟୁପି ରୁଦ୍ରସ ଏକ ପେନାଲଟି କର୍ଣ୍ଣର ମାଧ୍ୟମରେ କେନ୍ ରସଲ୍ସ ଙ୍କ ଚମତ୍କାର ଗୋଲ ଦ୍ଵାରା ଖେଳକୁ ଡ୍ର କରାଇଥିବା ହୋଇଥିବା ବେଳେ।

୫୦ ମିନିଟ୍ ରେ ୟୁପି ରୁଦ୍ରାସ୍ ର ଫରୱାର୍ଡ ଖେଳାଳି ସୁଡ଼ିପ ଚିର୍ମାକୁ ଏକ ୱାନ ଟଚ୍ ପାସ ରେ ଆଉ ଏକ ଗୋଲ ଦେଇ ୟୁପି ରୁଦ୍ରସ୍ କୁ ଅଗ୍ରଣୀ କରାଇଥିଲେ। ସେହିପରି ଖେଳ ର ଶେଷ ୮ ସେକେଣ୍ଡ ରେ ୟୁପି ରୁଦ୍ରାସ୍ ପୁଣି ଏକ ପେଣାଲ୍ଟି କର୍ଣ୍ଣର ମାଧ୍ୟମ ରେ ଗୋଲ ଦେଇ ମ୍ୟାଚ୍ କୁ ୩-୧ ବ୍ୟବଧାନରେ ରେ ବାଜି ମାରିନେଇଥିଲ ।ଘରୋଇ କଳିଙ୍ଗ ଲାନସର୍ସ କୁ ଦର୍ଶକ ଙ୍କ ଅନେକ ସମର୍ଥ ଥାଇ ମଧ୍ୟ ଚାପ ରେ ରହି ଘରୋଇ ଦଳ ଘରୋଇ ମାଟିରେ ପରାଜୟ ବରଣ କରିଥିଲା ।

Leave a Reply

Your email address will not be published. Required fields are marked *