
ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୬ ଷ୍ଟ ମ୍ୟାଚ୍ ଟିମ୍ ଗୋନାଶିକା ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାଟର ର ୩୧ ମିନିଟ୍ ରେ ବେଙ୍ଗଲ ଟାଇଗର୍ସ ଏକ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ରୁପେନ୍ଦର୍ ପାଲ ସିଂହ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସ କୁ ଅଗ୍ରଣୀ କରାଇଥିଲା ଠିକ୍ ସେହିପରି ୩୨ ମିନିଟ୍ ରେ ଟିମ୍ ଗୋନାଶିକା ର କ୍ୟାପଟେନ ମନପ୍ରିତ୍ ସିଂହ ଙ୍କ ଚମତ୍କାର ଫିଲ୍ଡ ଗୋଲ ଖେଳକୁ ଡ୍ର ରେ ପରିଣତ କରିଥିଲା

। ସେହିପରି ୪ ର୍ଥ କ୍ୱାଟର ରେ ଗୋନାଶିକା ଖେଳାଳୀଙ୍କ ସାମାନ୍ୟ ତ୍ରୁଟି ପାଇଁ ବେଙ୍ଗଲ ଟାଇଗର୍ସ କୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା ଯାହାକୁ ଅଧିନାୟକ ରୁପେନ୍ଦର ପାଲ ସିଂହ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ କରାଇବା ସହିତ ବେଙ୍ଗଲ ଟାଇଗର୍ସ ୨-୧ ଗୋଲରେ ବିଜୟ ହାସଲ କରିଥିଲା।