
ରାଉରକେଲା: ଗୁଜରାଟର ସୁରତ ସହରରେ ଆରମ୍ଭ ହୋଇଥିବା ପୁରୁଷ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଟିମ୍ ଇଭେଣ୍ଟ ର ହାସଲ କଲେ କାଂସ୍ୟ ପଦକ। ସୁରତ ରେ ଜାନୁୟାରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଆଟିଷ୍ଟିକ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଆଜି ଓଡିଶା ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରିବାର ନଜର ଆସିଥିଲା ।

ବିଦେଶୀ କୋଚ୍ ଥିଏରି ଆଇମସ ଓ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଶିକ୍ଷଣ ରେ ଯାଇଥିବା ଜିମ୍ନାଷ୍ଟ ଆଜି ସୁନ୍ଦର ପ୍ରଦର୍ଶନ କରି ଥିଲେ ଦଳରେ ଓଡ଼ିଶାର ତପେସ୍ଵର ନାଥ ଦାସ, ଜଗଦୀଶ ବାରିକ, ମୃତ୍ୟୁଞ୍ଜୟ ପଟ୍ଟନାୟକ,ମୋହିତ କୁମାର, ମହମ୍ମଦ ଅନାଜ୍ ଓ ସୁମିତ୍ ଢାଳି ଙ୍କ ଟିମ୍ ପ୍ରଦର୍ଶନ ରେ ଓଡ଼ିଶାକୁ ମିଳିଛି କାଂସ୍ୟ ପଦକ। ସେହିପରି ରେଳବାଇ ସ୍ବର୍ଣ୍ଣ ଓ ସର୍ଭିସେସ ରୌପ୍ୟ ପଦକ ହାସଲ କରିଛନ୍ତି।ରେଳବାଇ ୨୯୦.୧୦, ସର୍ଭିସେସ ୨୮୬.୬୫ ଓ ଓଡ଼ିଶା ୨୮୧.୮୦ ପଏଣ୍ଟ ପାଇଁ ନିଜର ପଦକ ଯାତ୍ରା ଆରମ୍ଭ କରିଛନ୍ତି।ଓଡ଼ିଶା ଏଚ ପି ସି କେନ୍ଦ୍ର ର ମୁଖ୍ୟ କୋଚ୍ ଅଶୋକ ମିଶ୍ର ଓଡ଼ିଶା ଖେଳାଳିଙ୍କ ସଫଳତା ପାଇଁ ଶୁଭେଛା ଜଣାଇ ଛନ୍ତି।
