ପ୍ରୋ ଲିଗ୍ ରେ ଏଚ ଆଇ ଏଲ ଝଲକ


ରାଉରକେଲା: ଆସନ୍ତା ଫେବୃୟାରୀ ୧୫ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ଖେଳାଯିବ ଏଫ୍ ଆଇ ଏଚ୍ ପ୍ରୋଲିଗ୍ ଉଭୟ ପୁରୁଷ ଓ ମହିଳା ହକି ପ୍ରତିଯୋଗୀତା। ଏଥିରେ ବିଶ୍ବର ଶ୍ରେଷ୍ଠ ୯ ଟି ଦଳ ଭାଗ ନେବେ। କିନ୍ତୁ ସମାନ ସ୍ତରରେ ଏବେ ରାଉରକେଲା ରେ ଚାଲିଛି ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତା । ପ୍ରୋଲିଗ୍ ଓ ଏଚ୍ ଆଇ ଏଲ ର ନିୟମାବଳୀ ପାଖା ପାଖି ସମାନ ତେଣୁ ଏଚ୍ ଆଇ ଏଲ ଖେଳୁଥିବା ଖେଳାଳି ନିଜ ନିଜ ଦେଶ ପାଇଁ ପ୍ରୋ ଲିଗ୍ ଖେଳିବାର ଦେଖିବାକୁ ମିଳିବ ସମାନ ନିୟମାବଳୀ ଥିବାରୁ ଭୁବନେଶ୍ଵର କଳିଙ୍ଗ ରେ ଏହାର ଝଲକ ଦେଖିବାକୁ ମିଳିବ । ପ୍ରୋଲିଗ କୁ ନେଇ ମହିଳା ଖେଳାଳୀଙ୍କ ଭିତରେ ଅନେକ ଉତ୍ସାହ।
ଏନେଇ ଭାରତୀୟ ଦଳର ତଥା ସୁରମା ହକି କ୍ଳବ୍ ର ଖେଳାଳି ଶର୍ମିଲା ଦେବୀ କହିଛନ୍ତି ୨୦୨୪ ରେ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ କୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରତିଯୋଗିତାରେ ଦମ୍ ଦାର ପ୍ରଦର୍ଶନ କରି ପଦକ ହାସଲ କରିବାରେ ସଫଳ ହୋଇଛି ତେଣୁ ଏଚ୍ ଆଇ ଏଲ ପରେ ପୁଣି ଥରେ ସମାନ ନିୟମାବଳୀ ର ପ୍ରୋଲିଗ୍ ଖେଳ ଖେଳାଳୀଙ୍କ ମନୋବଳ କୁ ଶକ୍ତିଶାଳୀ କରିବା ସହିତ ନିଜର ଦକ୍ଷତା ର ଝଲକ ପଡ଼ିଆରେ ଦେଖେଇବାର ସୁଯୋଗ ସୃଷ୍ଟି କରିବା ସହିତ ନିଜ ଦେଶକୁ ମ୍ୟାଚ୍ ଜିତାଇବାରେ ସହାୟକ ହେବ।

ସେହିପରି ଭାରତୀୟ ଦଳର ତଥା ସୁରମା ହକି କ୍ଳବ୍ ର ଅଧିନାୟିକା ସଲିମା ଟେଟେ କୁହନ୍ତି ଆମେ ଜୁନିୟର ସ୍ତରରେ ଲଗାତାର ସଫଳତା ପାଉଛୁ ସେହିଭଳି ମହିଳା ସିନିୟର୍ ଦଳ କୌଣସି କ୍ଷେତ୍ରରେ ମଧ୍ୟ କମ୍ ନାହିଁ। ନିକଟରେ ରାଜଗିରି ରେ ଏସିଆନ୍ ଚମ୍ପିୟାନସ ଟ୍ରଫି ରେ ଆମେ ଭଲ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲୁ। ଏବେ ପ୍ରଥମ ଥର ପାଇଁ ଆମେ ମହିଳା ଏଚ ଆଇ ଏଲ ପ୍ରତିଯୋଗିତା ଖେଳୁଛୁ ଯାହା ର ନିୟମ ପ୍ରୋ ଲିଗ୍ ର ନିୟମ ସହିତ ସମାନ ତେଣୁ ଆମକୁ ବିଶେଷ କିଛି ଅସୁବିଧା ହେବ ନାହିଁ ।ହଁ ପ୍ରୋ ଲିଗ୍ ର ପ୍ରଥମ ମ୍ୟାଚ୍ ଶକ୍ତିଶାଳୀ ଇଂଲଣ୍ଡ ସହିତ ଅଛି ନୂଆ କୋଚ୍ ଙ୍କ ନେତୃତ୍ୱରେ ଆମେ ପଡିଆକୁ ଓହ୍ଲାଇବୁ ନିଜର ବେଷ୍ଟ ମଧ୍ୟ ଦେବୁ ସେହିଭଳି ଅଧିନାୟିକା ହିସାବରେ ମୋତେ ଦଳର ସମସ୍ତ ଖେଳାଳୀଙ୍କ ସହଯୋଗ ଅଧିକ ଉତ୍ସାହିତ କରୁଛି। ଏଚ ଆଇ ଏଲ ପରେ ପରେ ପ୍ରୋ ଲିଗ୍ ପାଇଁ ଆମର ପ୍ରଶିକ୍ଷଣ ଶିବିର ଲାଗିବ।

ସଙ୍ଗୀତା କୁମାରୀ ଙ୍କ କହିବା ଅନୁସାରେ ସମସ୍ତ ପ୍ରତିଯୋଗିତା ଆମ ପାଇଁ ନୂଆ ଚ୍ୟାଲେଞ୍ଜ । ଏବେ ମୁଁ ଦିଲ୍ଲୀ ପାଇପର୍ସ ପାଇଁ ଏଚ ଆଇ ଏଲ ଖେଳୁଛି ।ବିଦେଶୀ ଖେଳାଳି ଙ୍କ ସହିତ ମିଶି ଖେଳିବାର ମଜ୍ଜା କିଛି ନୂଆ ଅନୁଭୂତି । ତେଣୁ ଏହି ପ୍ରତିଯୋଗିତା ପରେ ଆମକୁ ପ୍ରୋ ଲିଗ୍ ହକି ପ୍ରତିଯୋଗୀତା ପାଇଁ ପଡିଆକୁ ଓହ୍ଲାଇ ବାକୁ ପଡ଼ିବ ସମାନ ନିୟମ ର ପ୍ରତିଯୋଗିତା ନିଶ୍ଚିତ ଆଉ କିଛି ନୂଆ ଶିଖିବାକୁ ମିଳିବ।ବିଦେଶୀ ଖେଳାଳୀଙ୍କ ସହିତ ଏବେ ମିଶିକି ଖେଲୁଛୁ ପ୍ରୋ ଲିଗ୍ ରେ ବିଦେଶୀ ଦଳ ବିରୁଦ୍ଧରେ ଝଲକ ଦେଖାଇବୁ ତେଣୁ ଏଚ୍ ଆଇ ଏଲ ରୁ ଶିଖିଥିବା ସ୍କିଲ୍ ପ୍ରୋ ଲିଗ୍ ରେ କାର୍ଯ୍ୟକାରୀ କରି ସଫଳତା ହାସଲ କରିବୁ ଏହା ମୋର ବିଶ୍ବାସ।

ଦ୍ରାଗ୍ ଫ୍ଲିକର ଦୀପିକା ଙ୍କ କହିବା ଅନୁଯାୟୀ ମୁଁ ଏବେ ଜୁନିୟର ଓ ସିନିୟର୍ ଉଭୟ ଦଳରେ ଖେଳି ସଫଳତା ପାଉଛି।ଯାହା ପ୍ରୋ ଲିଗ୍ ପାଇଁ ସହାୟକ ହେବ । ଏଚ ଆଇ ଏଲ ବିଶ୍ଵ ସ୍ତରରେ ଏକ ବଡ଼ ପ୍ରତିଯୋଗିତା ,ଯାହାକୁ ସମଗ୍ର ବିଶ୍ବର ହକି ଖେଳାଳୀ ଲାଇଭ୍ ଦେଖୁଛନ୍ତି ତେଣୁ ଏଚ ଆଇ ଏଲ ଆମକୁ ଅନେକ କିଛି ଶିଖାଉଛି।ପ୍ରୋ ଲିଗ୍ ଆମ ପାଇଁ ଏକ ନୂଆ ଚାଲେଞ୍ଜ ବିଶ୍ବର ଶ୍ରେଷ୍ଠ ଦଳ ସହିତ ଖେଲିବୁ ମୋତେ କୋଚ୍ ମୋର ଦକ୍ଷତା ଉପରେ ବହୁତ୍ କିଛି ଶିଖେଇ ଛନ୍ତି ତେଣୁ ସେସବୁ କୌଶଳ କୁ ପଡ଼ିଆରେ ଠିକ୍ ଯାଗାରେ ପ୍ରୟୋଗ କରି ନିଜ ଦେଶକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବି ବୋଲି ମୋର ଦୃଢ ବିଶ୍ବାସ ଅଛି। ସିନିୟର୍ ଖେଳାଳି ଙ୍କ ପାଖରୁ ଅନେକ କିଛି ଶିଖୁଚି ଏବେ ମୁଁ ଦିଲ୍ଲୀ ପାଇପର୍ସ୍ ପାଇଁ ଏଚ ଆଇ ଏଲ ଖେଳୁଛି। ଏଚ୍ ରେ ଖେଳୁଥିବା ସମସ୍ତ ଦଳ ବିଦେଶୀ କୋଚ୍ ରଖିଥିବାରୁ ୟୁରୋପୀୟ ସ୍କିଲ ଶିଖିବାର ଆମକୁ ସୁଯୋଗ ମିଳୁଛି ଯାହା ପ୍ରୋ ଲିଗ୍ ରେ ଝଲକ ଆସିବ।

Leave a Reply

Your email address will not be published. Required fields are marked *