
ରାଉରକେଲା: ଆସନ୍ତା ଫେବୃୟାରୀ ୧୫ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ଏଫ୍ ଆଇ ଏଚ୍ ପ୍ରୋଲିଗ ହକି ଆରମ୍ଭ ହେବ।ଉଭୟ ପୁରୁଷ ଓ ମହିଳା ବର୍ଗ ରେ ଏହି ପ୍ରତିଯୋଗିତା ହେବ। ବିଶ୍ବର ରେଙ୍କିଂ ଅନୁଯାୟୀ ବେଷ୍ଟ ୯ ଟି ଦେଶ ଏହି ସମୟରେ ପ୍ରତିଯୋଗିତାରେ ଭାଗ ନିଅନ୍ତି। ପୁରୁଷ ରେ ଆରଜେଣ୍ଟିନା,ଅଷ୍ଟ୍ରେଲିଆ, ବେଲଜିୟମ, ଇଂଲଣ୍ଡ, ଜର୍ମାନୀ,ଭାରତ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ସ୍ପେନ ଆଦି ଦେଶ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ବର୍ଗ ରେ ଆରଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚୀନ,ଇଂଲଣ୍ଡ, ଜର୍ମାନୀ,ଭାରତ, ନେଦରଲ୍ୟାଣ୍ଡ ଓ ସ୍ପେନ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଭାରତ କଳିଙ୍ଗ ଷ୍ଟାଡିୟମ୍ ରେ ତାର ପ୍ରଥମ ମ୍ୟାଚ୍ ସ୍ପେନ ସହିତ ଖେଳିବାକୁ ଥିଲାବେଳେ ମହିଳା ଦଳ ପ୍ରଥମ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ ରେ ଇଂଲଣ୍ଡ ସହିତ ଖେଳିବ । କଳିଙ୍ଗ ରେ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପ୍ରୋଲିଗ୍ ରେ ପ୍ରତ୍ୟେକ ଦଳ ଗୋଟିଏ ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରୋଲିଗ୍ ର ସମସ୍ତ ମ୍ୟାଚ୍ ସଂଘର୍ଷ ପୁର୍ଣ୍ଣ ଓ ରୋମାଞ୍ଚକର ହେବ ବୋଲି ହକି ପ୍ରଶଂସକ ମାନେ ଆଲୋଚନା କରୁଛନ୍ତି।