ବଲ ବୟ ରୁ ଏଚ୍ ଆଇ ଏଲ ଖେଳାଳି ।


ରାଉରକେଲା : ପ୍ରଥମ ଥର ପାଇଁ ଏଚ୍ ଆଇ ଏଲ ଖେଳୁଛନ୍ତି ସୁନିତ ଲାକ୍ରା(୨୧) । ଝୁର ମୂର୍ ,ଘୁସୁରା ଟୋଲୀ ଗ୍ରାମ ର ଚାଷୀ ରାଜେଶ ଲାକ୍ରା ଙ୍କ ବଡ ପୁଅ ସୁନିତ। ମାଆ ହିଲଦା ଲାକ୍ରା (ଗୃହିଣୀ)ଛୋଟ ବେଳୁ ହକି ପ୍ରତି ଆଗ୍ରହ ଦେଖି ବାପା ହକି ଖେଳିବାକୁ ଉତ୍ସାହିତ କରିଥିଲେ କେବଳ ସୁନିତ ନୁହେଁ ବାପା ରାଜେଶ୍ ଓ ଅନ୍ୟ ଦୁଇ ଭାଇ ସୁଦୀପ ଲାକ୍ରା(୧୭) ଓ ସୁବୋଧ ଲାକ୍ରା (୧୫) ମଧ୍ୟ ଭଲ ହକି ଖେଳନ୍ତି। ସୁବୋଧ ଓ ସୁନିତ ପାନପୋଷ କ୍ରୀଡା ଛାତ୍ରାବାସ ର ଖେଳାଳି ହୋଇଥିବା ବେଳେ ସୁଦୀପ ଭୁବନେଶ୍ବର ନାଭାଲ ଟାଟା ଏକାଡେମୀ ର । ତିନି ଭାଇ ଙ୍କର ପ୍ରଥମ ଗୁରୁ ବାପା ରାଜେଶ୍ ଲାକ୍ରା। ଛୋଟ ବେଳୁ କିପରି ଶୃଙ୍ଖଳୀତ ହୋଇ ଗୁରୁ ଙ୍କୁ ସମ୍ମାନ ଦେଇ ଆଗକୁ ବଢିବ ଏସବୁ ଶିଖାଇଛନ୍ତି ସୁନିତ୍ ଙ୍କ ପ୍ରଥମ ଗୁରୁ ବାପା ରାଜେଶ୍। ସୁନିତ ପଡ଼ିଆରେ ମିଡ ଫିଲ୍ଡର ହିସାବରେ ଖେଳୁଥିବା ବେଳେ ଅନ୍ୟ ଦୁଇ ଭାଇ ଫରୱାର୍ଡ ଓ ଡିଫେଣ୍ଡର ହିସାବରେ ଖେଳନ୍ତି। ସୁନିତ ଓଡ଼ିଶା ଦଳ ତରଫରୁ ଖେଳି ନିଜର ଦକ୍ଷତା ଅନୁସାରେ ଭାରତୀୟ ଚୟନ ଶିବିର ଓ ପରେ ଜାତୀୟ ଜୁନିୟର ଦଳ ପାଇଁ ଆର୍ନ୍ତଜାତୀକ ମ୍ୟାଚ୍ ଖେଳି ୨୦୨୩ ରେ ଜୁନିୟର ଏସିଆ କପ୍ ରେ ସ୍ଵର୍ଣ୍ଣ ପଦକ, ସୁଲତାନ ଯୋହର କପ୍ ରେ କାଂସ୍ୟ ପଦକ, ୪ ଦେଶୀୟ ପ୍ରତିଯୋଗିତା ରେ ଉପ ବିଜେତା ଓ ଜୁନିୟର ବିଶ୍ଵକପ ରେ ୪ ର୍ଥ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଦଳରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ। ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ତଥା ମିଡ ଫିଲ୍ଡର ହାର୍ଦ୍ଦିକ ସିଂ ଙ୍କୁ ନିଜର ଆଦର୍ଶ ଖେଳାଳି ହିସାବରେ ଦେଖିଥାନ୍ତି ବୋଲି କୁହନ୍ତି ସୁନିତ୍। ବାପା ରାଜେଶ୍ ଜଣେ ଚାଷୀ ହୋଇଥିବାରୁ ବହୁତ୍ କଷ୍ଟ କରି ମୋତେ ହକି ଶିଖାଇଛନ୍ତି ସେଥିରେ ମାଆ ଙ୍କ ଅବଦାନ ମଧ୍ୟ କମ୍ ନୁହେଁ , ମୁଁ ଏବେ ରାଞ୍ଚି ରେଳବାଇ ରେ କାର୍ଯ୍ୟରତ ବୋଲି କୁହନ୍ତି ସୁନିତ । ଏଚ୍ ଆଇ ଏଲ ନିଲାମୀ ରେ ମୁଁ ସୁରମା ହକି କ୍ଳବ୍ ପାଇଁ ଏକମାତ୍ର ଓଡ଼ିଆ ହିସାବରେ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି।ମୋର ପ୍ରଥମ ଏଚ୍ ଆଇ ଏଲ ପ୍ରତିଯୋଗିତା ନିହାତି ଏଥିରେ ବହୁତ୍ କିଛି ଶିଖିବାକୁ ମିଳିଛି ଯାହା ଆଗାମୀ ପ୍ରତିଯୋଗିତାରେ କାର୍ଯ୍ୟ ରେ ଆସିବ। ସୁରମା ହକି କ୍ଳବ୍ ରେ ଅନେକ ତାରକା ଖେଳାଳି ଏଭଳି କି ଭାରତୀୟ ଦଳର ଅଧିନାୟକ ହର୍ମନ ପ୍ରୀତ ସିଂ ଆମ ସୁରମା ଦଳର ବି ଅଧିନାୟକ ତାଙ୍କ ପାଖରୁ ବହୁତ୍ କିଛି ଶିଖୁଛି ସେ ବି ମୋତେ ବହୁତ୍ ଭଲ ପାଆନ୍ତି । ସମୟ ଥିଲା ମୁଁ ୨୦୧୮ ପୁରୁଷ ହକି ବିଶ୍ଵକପ ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ବଲ ବୟ ହିସାବରେ ପଡିଆ ରେ କାର୍ଯ୍ୟ କରୁଥିଲି ସେହି ସମୟରେ ବିଦେଶୀ ଖେଳାଳୀଙ୍କ ସ୍କିଲ , ରନିଙ୍ଗ, ଥ୍ରି ଡି ସ୍କିଲ ବିଭିନ୍ନ ପ୍ରକାର ସଟ ସବୁ ଦେଖି ମନେ ରଖି ଧୀରେ ଧୀରେ ସମୟ ଅନୁସାରେ ତା ଉପରେ ଅଭ୍ୟାସ କରି ଆଜି ମୁଁ ଏତେ ବାଟ ପହଞ୍ଚିଛି। ତେଣୁ ବଲ ବୟ କାର୍ଯ୍ୟ ମୋ ସଫଳତା ର ଆଶୀର୍ବାଦ ବୋଲି କୁହନ୍ତି ସୁନିତ୍। ଏବେ ରାଉରକେଲା ରେ ମୋ ସାନ ଭାଇ ମଧ୍ୟ ବଲ ବୟ କାର୍ଯ୍ୟ କରୁଛି ଏବଂ ସେ ମଧ୍ୟ ମୋ ପଥକୁ ଅନୁସରଣ କରୁଛି। ଆସନ୍ତା ଫେବୃୟାରୀ ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ପ୍ରୋ ଲିଗ୍ ଖେଳାଯିବ ଆଶା କରୁଛି ମୁଁ ବି ସ୍ଥାନ ପାଇବି। ଆଗକୁ ପୁରୁଷ ହକି ବିଶ୍ଵକପ ଓ ଆଲମ୍ପିକ୍ ଖେଳିବାର ଲକ୍ଷ ରଖି ନିଜର ଅଭ୍ୟାସ ଜାରି ରଖିଛି।

ବାପା ରାଜେଶ୍ ଙ୍କ କହିବା ଅନୁଯାୟୀ ସୁନିତ୍, ସୁଦୀପ ଓ ସୁବୋଧ ସମସ୍ତେ ଖୁବ୍ ଶୃଖଳିତ ଛୋଟ ବେଳୁ ସେମାନେ ହକି ପ୍ରତି ଆକୃଷ୍ଟ ଦେଖି ମୁଁ ନିଜେ ତାଙ୍କୁ ପ୍ରଶିକ୍ଷଣ ଦେଇ ଅନେକ କିଛି ଶିଖାଇଛି ଏଭଳି କି ଆଖ ପାଖ ଗ୍ରାମ ରେ ଖାସି ପ୍ରତିଯୋଗିତା ମୁଁ ଖେଳିବାକୁ ଯାଏ ସାଙ୍ଗରେ ସେମାନଙ୍କୁ ମଧ୍ୟ ସାଙ୍ଗରେ ନିଏ ଦେଖିକି ଶିଖିବା ପାଇଁ।ବିଶେଷ କରି ସୁନିତ୍ ଅନେକ ଖାସି ପ୍ରତିଯୋଗିତା ଖେଳିଛି। ମୋର ବିଶ୍ବାସ ମୋ ତିନି ପୁଅ ନିଶ୍ଚୟ ଦିନେ ନା ଦିନେ ଆଲମ୍ପିକ୍ ଖେଳିବେ । ଗୋଟିଏ ଘରୁ ଫରୱାର୍ଡ ,ମିଡ ଫିଲ୍ଡର ଓ ଡିଫେଣ୍ଡର ହକି ଖେଳାଳୀ ବାହାରି ଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ସ୍ପୋର୍ଟସ ହଷ୍ଟେଲ ହେଉ ବା ଭାରତୀୟ ଚୟନ ଶିବିର ହେଉ ଯେଉଁ କୋଚ୍ ମାନେ ମୋ ଛୁଆ ଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସେମାନେ ମୋ ପାଇଁ ସଦା ସର୍ବଦା ପୂଜନୀୟ ବୋଲି କହିଛନ୍ତି ରାଜେଶ୍ ଲାକ୍ରା।

Leave a Reply

Your email address will not be published. Required fields are marked *