ରାଉରକେଲା(୧୮-୧୧-୨୫)
ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ଉଦଯାପିତ ହୋଇଥିଲା। ଏଥିରେ ହେଉଥିବା ବିଭିନ୍ନ କ୍ରୀଡ଼ାରେ ଭାଗ ନେବା ପାଇଁ ଦେଶର ୨୧ ରାଜ୍ୟରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୫ ହଜାର ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ସୁଚାରୁରୂପେ ପରିଚାଳନା ପାଇଁ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ସୂଚନା ରହିଛି ।ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଅନେକ ପଦାଧିକାରୀ ଦାୟିତ୍ବ ନେଇଥିଲେ। ଅନ୍ୟ ପକ୍ଷରେ କ୍ରୀଡା ପ୍ରତିଯୋଗିତା ମୁଖ୍ୟ ପରିଚାଳନା କରୁଥିଲେ ରାଉରକେଲା ରେ ଅବସ୍ଥାପିତ ଓଡ଼ିଶା କ୍ରୀଡା ବିଭାଗ ର ଯୁଗ୍ମ ନିର୍ଦେଶକ ସୁଦୀପ୍ତ ନାୟକ ସୂଚନା ମୁତାବକ ଶ୍ରୀ ନାୟକ ରାଉରକେଲା ସମେତ ରାଜଗାଙ୍ଗପୁର ର ଦାୟିତ୍ୱ ନିଜ ଅଧୀନରେ ରଖି ମନିଟରିଂ କରୁଥିଲାବେଳେ ସୁନ୍ଦରଗଡ଼ ସଦରରେ ଜିଲ୍ଲା କ୍ରୀଡା ଅଧିକାରୀ ତେଜ କୁମାର ଖେଶ୍ ମନିଟରିଂ କରୁଥିଲେ । ଖେଳ ଚାଲୁଥିବା ସମୟରେ ଖେଳ ପରିଚାଳକଙ୍କୁ ନେଇ ଶ୍ରୀ ନାୟକ ଙ୍କ ପାଖକୁ ଅନେକ ଅଭିଯୋଗ ଆସିଥିଲା କିନ୍ତୁ ଅଭିଯୋଗ ଶୁଣିବା ତ ଦୂରର କଥା ଖେଳାଳୀଙ୍କୁ ଠିକ୍ ସମୟରେ ପାନୀୟ ଜଳ ଓ ଖାଦ୍ୟ ଆଦି ମଧ୍ୟ ସମୟ ଅନୁସାରେ ଯୋଗାଇବା ସମ୍ଭବ ହୋଇ ନଥିଲା।

ସେହିଭଳି ସୁନ୍ଦରଗଡ଼ ସଦର ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ଏ ନେଇ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କୁ ପଚାରିବାରୁ ସେ କିଛି କହି ପାରିବେ ନାହିଁ, ସମ୍ପୂର୍ଣ୍ଣ ଦାୟିତ୍ବ ଶ୍ରୀ ନାୟକ ଙ୍କ ବୋଲି କହି ହାତ ଟେକି ଦେଉଥିଲେ ।ଅନ୍ୟ ପକ୍ଷରେ ଏହି ପରିଚାଳକଙ୍କ ଭୂମିକାକୁ ନେଇ ଅନ୍ୟ ଜଣେ କରିତକର୍ମା ଅଧିକାରୀ ତଥା ବରିଷ୍ଠ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ରହିଥିଲା। ତାଙ୍କୁ ସହଯୋଗ କରିଥିଲେ ପୂର୍ବତନ ରାଜ୍ୟ ଫୁଟବଲ ଖେଳାଳୀ ତଥା କୌଣସି ଫୁଟବଲ ଅଫିସିଆଲ୍ ଯୋଗ୍ୟତା ନଥିବା ଆୟୋଜକ କମିଟିର ମାଷ୍ଟର ମାଇଣ୍ଡ ସାଞ୍ଜୟ ବାବୁତା ଏବଂ ନିଜକୁ ଜିଲ୍ଲାର କ୍ରୀଡା ଅଧିକାରିଣୀ କହି ବୁଲୁଥିବା ପୂର୍ବତନ ଜଣେ କ୍ରୀଡା ଅଧିକାରୀଙ୍କ ଧର୍ମ ପତ୍ନୀ। ଏହି ଦୁଇଜଣ ସମସ୍ତ ବ୍ୟବସ୍ଥିତ ଓ ବିଧିବଦ୍ଧ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରି ନିଜର ମନୋମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି।
ଆମ ଅନୁସନ୍ଧାନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର କୌଣସି ନା କୌଣସି ଖେଳାଳି କ୍ରୀଡ଼ା ପରିଚାଳନା ଦାୟିତ୍ବରେ ଥିବା ଅଫିସିଆଲଙ୍କ ନିଷ୍ପତି ଉପରେ ଅଙ୍ଗୁଳି ଉଠାଇ ଥିଲେ । କିନ୍ତୁ ସମସ୍ତ ଖବର ଓ ନିଷ୍ପତି କୁ ଅଣଦେଖା କରି ଦାୟିତ୍ୱରେ ଥିବା ଶ୍ରୀ ନାୟକ ଚତୁର ତାର ସହିତ ଖେଳକୁ ସମାପ୍ତ କରି କିପରି ବା ବା ନେବେ ସେଥିପ୍ରତି ଆଗଭରା ହୋଇଥିଲେ। ଖେଳାଳି ଙ୍କ ବର୍ଷ ବର୍ଷ ର ପରିଶ୍ରମ ବୃଥା ବିଚରା ଖେଳାଳି ନୀରବ ରହି ଦୁଃଖ ର ସହିତ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। କିନ୍ତୁ ପ୍ରତିଯୋଗିତାକୁ ଆସିଥିବା କିଛି ରାଜ୍ୟର ପ୍ରଶିକ୍ଷକ ଏ ସମସ୍ତ ଅଭିଯୋଗ ଓଡ଼ିଶା ଅଲମ୍ପିକ୍ ସଂଘ୍ କୁ ଅବଗତ କରାଇଛନ୍ତି ।
କେବଳ ଜିମ୍ନାଷ୍ଟିକ୍ ଓ ବାସ୍କେଟ୍ ବଲ କୁ ଛାଡି ଦେଲେ ବାକି ସବୁ ଖେଳ ରେ ନିୟୋଜିତ ହୋଇଥିବା ୭୦ ଭାଗ ରୁ ଉର୍ଦ୍ଧ୍ବ ପରିଚାଳକ ଆବଶ୍ୟକ ଯୋଗ୍ୟତା ବା ଅଭିଜ୍ଞତା ନ ଥାଇ ମଧ୍ୟ କ୍ରୀଡ଼ା ପରିଚାଳନା କରୁଥିଲେ। ସାମାନ୍ୟ କିଛି ଅର୍ଥ ଲୋଭ ରେ ଓଡ଼ିଶାର ସମ୍ମାନ କୁ ଜଳାଞ୍ଜଳି ଦେବାକୁ ପଛାଇ ନାହାନ୍ତି ଏହି ବାବୁମାନେ। ତେଣୁ ଏସବୁ କୁ ସୁଧାର ଆଣିବା ଓ ଜାଲିଆତି କରିଥିବା ଅଧିକାରୀ , କୋଚ୍ ଓ କିଛି ଅଭିଜ୍ଞ ଓ ବାହାସ୍ପଟିଆ ଖେଳାଳି ଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ପାଇଁ ରାଉରକେଲା ର ଅନେକ କ୍ରୀଡା ସଂଘଟନ ଦାବି କରିବା ସହ କ୍ରୀଡା ବିଭାଗ ଏବଂ ଅଲମ୍ପିକ୍ ସଂଘ ର ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନୁସନ୍ଧାନ ଅନୁଯାୟୀ ଫୁଟବଲ, ଖୋ ଖୋ , କବାଡି ,ଭଲିବଲ୍ , ସନ୍ତରଣ , ଟେନିସ ,ଚେସ, ଆଥଲେଟିକ ଇତ୍ୟାଦି ଖେଳରେ ଅନେକ ଅନିୟମିତା ଅଭିଯୋଗ ହୋଇଛି। ଏନେଇ ଓଡ଼ିଶା ଅଲିମ୍ପିକ୍ ସଂଘ ସଭାପତି ସମୀର ମହାନ୍ତି ନିଜ ପ୍ରତିକ୍ରିୟାରେ ଆମ ପାଖରେ ରାଉରକେଲା ରେ ହୋଇଥିବା ଏକଲବ୍ୟ ଖେଳ ସମ୍ପର୍କିତ ଅନେକ ଅଭିଯୋଗ ଆସିଛି , ଏନେଇ ଆମେ ଖୁବ୍ ଶୀଘ୍ର କ୍ରୀଡା ବିଭାଗ ସହିତ ବିଚାର ବିମର୍ଶ କରି ଜାଲିଆତି କରିଥିବା ସରକାରୀ ଓ ବେସରକାରୀ ବ୍ୟକ୍ତି ଙ୍କ ଉପରେ କାର୍ଯ୍ୟନୁଷ୍ଟାନ୍ ନେବୁ। ଆଗାମୀ ଦିନରେ ଏହା ଯେମିତି ପୁନରାବୃତ୍ତି ନହେବ ସେ ପ୍ରତି ମଧ୍ୟ ବିଚାର କରିବୁ। ସେହିପରି ଅଲମ୍ପିକ ସଂଘ ର ସମ୍ପାଦକ ଅଭିଜିତ ପାଲ୍ କହିଛନ୍ତି ମୁଁ ପୂର୍ବରୁ ଏଭଳି ଅଭିଯୋଗ ଶୁଣିଥିଲି ଏବେ ମଧ୍ୟ ଶେଷ ହୋଇଥିବା ଏକଲବ୍ୟ ଜାତୀୟ ଖେଳରେ ଅଫିସିଆଲ୍ ଗାଇଡ ଲାଇନ୍ ଉପରେ ଜାଲିଆତି ମଧ୍ୟ ଶୁଣିଛି ତେଣୁ ଖୁବ୍ ଶୀଘ୍ର ଏକ ବୈଠକ କରି ଏକ ବଡ଼ ନିଷ୍ପତି ସହିତ ଜାଲିଆତି କରିଥିବା ବ୍ୟକ୍ତି ଙ୍କ ଉପରେ କିଛି ନା କିଛି କାର୍ଯ୍ୟାନୁଷ୍ଠାନ ନେବୁ।
ସେହିପରି ଓଡ଼ିଶା ଫୁଟବଲ ସଂଘର ଜାତୀୟ ବୈଷୟିକ ଅଧିକାରୀ ଦୁର୍ଗା ମାଧବ ନାୟକ ମଧ୍ୟ କହିଛନ୍ତି ପୂର୍ବରୁ ଫୁଟବଲ ଉପରେ ଅନେକ ଅଭିଯୋଗ ଆସିଥିଲା ଏବେ ଆସିଥିବା ଅଭିଯୋଗ ଉପରେ ମୁଁ ଫାଓ ର ସମସ୍ତ ଅଧିକାରୀ ସହିତ ବିଚାର ବିମର୍ଶ କରି ଉଚିତ୍ ପଦକ୍ଷେପ ନେବି। ନିର୍ଦ୍ଧିଷ୍ଟ ଜଣେ ଅଭିଜ୍ଞ ବ୍ୟକ୍ତି ପାଇଁ ଫୁଟବଲ ସବୁବେଳେ ବାଦବିବାଦ ଭିତରେ ରହୁଛି ଯାହା ରାଉରକେଲା ପାଇଁ ଶୁଭଙ୍କର ନୁହେଁ। ନିଜକୁ ମୁଖ୍ୟ ବୈଷୟିକ ଅଧିକାରୀ କହୁଥିବା ଶ୍ରୀ ମିଶ୍ର ଅଫିସିଆଲଙ୍କ ସହିତ ଆୟୋଜିତ ପ୍ରତିଯୋଗିତାରେ ଅନେକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ ଦ୍ଵାରା ବାହାରୁ ଆସିଥିବା ଅଫିସିଆଲ୍ ଙ୍କୁ କାର୍ଯ୍ୟ କରିବା ପାଇଁ ଅଧିକ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡିଥିଲା। ନିୟମ ଅନୁଯାୟୀ ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳି ଙ୍କ ଡୋପ ଟେଷ୍ଟ , ଖେଳାଳି ଙ୍କ ସାର୍ଟିଫିକେଟ ଯାଞ୍ଚ , ମେଡିକାଲ ଟେଷ୍ଟ ଭଳି ଅନେକ ନିୟମ କୁ ବେଖାତିର କରାଯାଇଥିଲା , ସେହିଭଳି ହକି ରେ ବିନା ନଂ ରେ ଜର୍ସି ପିନ୍ଧି ଖେଳାଳି ଖେଳିଥିଲେ ଯାହା ଦ୍ଵାରା ଅଫିସିଆଲ୍ ଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା ,ସେହିଭଳି ଫୁଟବଲ ର ଜାଲିଆତି ତ ଶେଷ ସୀମା ପାର କରିଥିଲା ।
ସୂଚନା ମୁତାବକ ଆୟୋଜକ ଙ୍କ ପକ୍ଷରୁ ସାମ୍ବାଦିକ ଙ୍କୁ ସମ୍ପୂର୍ଣ ବିଷୟରେ ଅବଗତ କରାଇବା ପାଇଁ ସାମ୍ବାଦିକ ସମ୍ମିଳନୀ ଟିଏ ମଧ୍ୟ କରିନଥିଲେ। ଯାହା ଦ୍ଵାରା ଏତେ ବଡ ପ୍ରତିଯୋଗିତା ସମ୍ପର୍କିତ କୌଣସି ଖବର ରାଜ୍ୟ ବା ଜାତୀୟ ପୃଷ୍ଟ ରେ ଦେଖିବାକୁ ମିଳିନଥିଲା। ପ୍ରଥମେ ଛତିଶଗଡ଼ ଓ ପରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ହେବାକୁ ଥିବା ଏହି ପ୍ରତିଯୋଗିତା ଶେଷ ସମୟରେ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଆୟୋଜିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଖେଳକୁଦ ପ୍ରତିଯୋଗିତାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଦିନକୁ ଦିନ ବିରୋଧ ଓ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି
