ବିଶ୍ଵକପ ବିଜୟୀ ଭାରତ


ନୂଆଦିଲ୍ଲୀ: କୁଆଲମ୍ପୁର ରେ ରବିବାର ଖେଳା ଯାଇଥିବା ୧୯ ବର୍ଷରୁ କମ ବର୍ଗ ର ମହିଳା ବିଶ୍ୱକପ କ୍ରିକେଟ ରେ ବିଜୟୀ ହେଲା ଭାରତ। ସକାଳୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକା ୮୨ ରନରେ ଅଲ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ କେବଳ ମିଲ ଭାନ ଭୋଷ୍ଟ ସର୍ବାଧିକ ୨୩ ରନ୍ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ର ଭାନ୍ ଙ୍କ ବ୍ୟତୀତ ଆଉ ୩ ଜ ଦେଣ ବ୍ୟାଟସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ।ଭାରତ ପକ୍ଷରୁ ବୋଲର ଙ୍କ ଚମତ୍କାର ବୋଲିଂ ପାଇଁ ଭାରତ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି। ତ୍ରିଶା ସର୍ବାଧିକ ୧୫ ରନରେ ୩ ଟି ଉଇକେଟ ନେଇ ଭାରତକୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ସେହିପରି ଭାରତର ପାରନିକ୍ ସିଶୋଦିଆ, ଆୟୁଶି ଶୁକ୍ଳା ଓ ବୈଷ୍ଣବି ଶର୍ମା ସମସ୍ତେ ଦୁଇଟି ଲେଖାଏଁ ଉଇକେଟ୍ ନେଇଥଲେ।

ସେହିଭଳି ଭାରତ ୮୨ ରନର ପିଛା କରି ୧୧.୨ ଓଭର ରେ ୧ ଉଇକେଟ୍ ହରାଇ ୮୪ ରନ୍ କରି ଏକ ସହଜ ବିଜୟ ହାସଲ କରିଥିଲା। ଭାରତ ଏହା ପୂର୍ବରୁ ୨୦୨୩ ରେ ମଧ୍ୟ ବିଶ୍ଵକପ ହାତେଇ ଥିଲା । ଦକ୍ଷିଣ ଆଫ୍ରିକା କୁ ୯ ଉଇକେଟ୍ ରେ ପରାସ୍ତ କରିବାରେ ଭାରତୀୟ ବୋଲର ଙ୍କ ଚମତ୍କାର ବୋଲିଙ୍ଗ ର ଅବଦାନ ଥିଲା।

Leave a Reply

Your email address will not be published. Required fields are marked *