ହକି ଇଣ୍ଡିଆ ଲିଗ୍ ବିଶ୍ୱରେ ୧ ନଂ ।


ରାଉରକେଲା: ନିକଟରେ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ସମାପ୍ତ ହୋଇଛି ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତା । ରାଜ୍ୟ କ୍ରୀଡା ବିଭାଗ ଓ ହକି ଇଣ୍ଡିଆ ର ମିଳିତ ସହଯୋଗ ରେ ସଫଳ ହୋଇଛି ହକି ଇଣ୍ଡିଆ ଲିଗ୍ । ସଫଳତା କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଖୁବ୍ ପ୍ରଶଂସା କରିଛନ୍ତି । ହକି ଇଣ୍ଡିଆ ଲିଗ୍ ଖେଳିଥିବା ଓଡ଼ିଶାର ସମସ୍ତ ଯୁବ ଖେଳାଳୀଙ୍କୁ ଶୁଭେଛା ମଧ୍ୟ ଜଣାଇଛନ୍ତି। ଏଚ୍ ଆଇ ଏଲ କୁ ନେଇ ଭାରତୀୟ ହକି ଦଳ ତଥା ଦିଲ୍ଲୀ ପାଇପର୍ସ ର କୁଲ ମାଷ୍ଟର ଜର୍ମନ ପ୍ରୀତ ସିଂହ କହିଛନ୍ତି ହକି ଇଣ୍ଡିଆ ଲିଗ୍ ଯୁବ ଖେଳାଳୀଙ୍କ ପାଇଁ ନିଜର ଦକ୍ଷତା କୁ ପ୍ରମାଣିତ କରି ଜାତୀୟ ସିନିୟର୍ ଦଳକୁ ଆସିବା ପାଇଁ ସୁବର୍ଣ୍ଣ ସୁଯୋଗ । ହେବାକୁ ଥିବା ପ୍ରୋ ଲିଗ୍ ହକି ର ଫର୍ମାଟ ଓ ହକି ଇଣ୍ଡିଆ ଲିଗ୍ ର ନିୟମ ଏକ ପ୍ରକାର ସମାନ ହୋଇଥିବାରୁ ଏଚ୍ ଆଇ ଏଲ ଖେଳୁଥିବା ଖେଳାଳି ଯଦି ପ୍ରୋ ଲିଗ ର ସୁଯୋଗ ପାଆନ୍ତି ତାହାଲେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ।ହକି ଇଣ୍ଡିଆ ଲିଗ୍ ବିଶ୍ୱରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିଛି। ଏହି ଲିଗ୍ ଖେଳିଥିବା ସମସ୍ତ ଖେଳାଳି ନିଶ୍ଚୟ କିଛି ଭଲ ରଣକୌଶଳ ଶିଖିଥିବେ ଯାହା ପ୍ରୋ ଲିଗ୍ ରେ ଦେଖିବାକୁ ମିଳିବ। ସେହିଭଳି ୟୁପି ଋଦ୍ରସ ଦଳର ଖେଳାଳି ଲଲିତ ଉପାଧ୍ୟାୟ କହିଛନ୍ତି ଏଚ୍ ଆଇ ଏଲ ରେ ବହୁତ୍ କିଛି ଶିଖିବାକୁ ମିଳିଥାଏ ପୂର୍ବରୁ ହେଉଥିବା ହକି ଇଣ୍ଡିଆ ଲିଗ୍ ଖେଳି ଅନେକ ଖେଳାଳି ଏବେ ଭାରତୀୟ ଦଳରେ ଖେଳୁଛନ୍ତି ।

ଯୁବ ଖେଳାଳି ନିଜର ଦକ୍ଷତା ବଳରେ ନିଜର ଆର୍ଥିକ ସ୍ଥିତି କୁ ସୁଧାରିବା ସହିତ ଜାତୀୟ ଦଳକୁ ଆସିବାର ଏହା ହେଉଛି ସଠିକ୍ ମାର୍ଗ। ବିଶ୍ଵରେ ଅନେକ ଲୋକ ଏହି ପ୍ରତିଯୋଗିତା କୁ ଦେଖିଛନ୍ତି ଯାହା ଏଚ୍ ଆଇ ଏଲ ର ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ମୁଁ ବି ଏହି ପ୍ରତିଯୋଗିତାରେ ଖେଳାଳି ହିସାବରେ ଅନେକ କିଛି ଶିଖିବାକୁ ପାଇଲି। ଏହା ଆଗକୁ ଭୁବନେଶ୍ବର ଥିବା ପ୍ରୋ ଲିଗ୍ ରେ କାମ ରେ ଆସିବ। ସେହିପରି ସୁରମା ହକି କ୍ଳବ୍ ପାଇଁ ଖେଳୁଥିବା ମିଡଫିଲ୍ଡ ଖେଳାଳି ବିବେକ ସାଗର ପ୍ରସାଦ କୁହନ୍ତି ହକି ଇଣ୍ଡିଆ ଲିଗ୍ ବିଶ୍ୱରେ ୧ ନଂ ପ୍ରତିଯୋଗିତା ଏହି ପ୍ରତିଯୋଗିତା ରେ ଖେଳିବା ସମସ୍ତ ଖେଳାଳୀଙ୍କ ଇଚ୍ଛା ଥାଏ ଏହି ପ୍ରତିଯୋଗିତାରୁ ଅନେକ କିଛି ଶିଖିବାକୁ ମିଳିଥାଏ ମୁଁ ବି ପୂର୍ବରୁ ଏହି ପ୍ରତିଯୋଗିତା ଖେଳି ଜାତୀୟ ଦଳକୁ ଆସିଛି ତେଣୁ ଏହି ପ୍ରତିଯୋଗିତାରେ ଖେଳିଥିବା ଅନେକ ଯୁବ ଖେଳାଳି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ଯାହା ଆଗକୁ ହେବାକୁ ଥିବା ହକି ପ୍ରତିଯୋଗିତାରେ ସେମାନଙ୍କର ସଫଳତାର ମାଧ୍ୟମ ହେବ। ଏଚ୍ ଆଇ ଏଲ କୁ ନେଇ ଦ୍ରାଗ୍ ଫ୍ଲିକର ତଥା ବିଶ୍ବର ୧ ନଂ ରସର୍ ତାମିଲନାଡୁ ଦ୍ରାଗନ୍ସ ର ଅଧିନାୟକ ଅମିତ୍ ରୋହି ଦାସ କୁହନ୍ତି ଏଚ୍ ଆଇ ଏଲ ରୁ ଅନେକ ନୂଆ ଖେଳାଳି ବାହାରିଛନ୍ତି ବିଶେଷ କରି ବିକ୍ରମ ଜିତ୍ ସିଂ ଭଳି ଗୋଲ କିପର ଓ ଅମନ ଦୀପ ଲାକ୍ରା ଭଳି ଦ୍ରାଗ୍ ଫ୍ଲିକର ଦର୍ଶକ ଙ୍କ ହୃଦୟ ଜିତିଛନ୍ତି ବିକ୍ରମ ଜିତ ବିଶ୍ବର ଶ୍ରେଷ୍ଟ ଦ୍ରାଗ୍ ଫ୍ଲିକର ଙ୍କ ବଲ ସମେତ ଚତୁର ତାର ସହିତ ସୁଟ୍ ଆଉଟ୍ କୁ ସାମ୍ନା କରିବା ଓ ନିଜ ଟିମ୍ କୁ ଫାଇନାଲ କୁ ନେବା ନିହାତି ସମସ୍ତଙ୍କୁ ଉତ୍ସାହିତ କରିଛି ତାଙ୍କର ପ୍ରଦର୍ଶନ ଖୁବ୍ ଉଚ୍ଚ କୋଟୀର ଥିଲା। ସେହିପରି ଅମନ୍ ଦୀପ ବିଶ୍ଵ ତଥା ଅଲମ୍ପିକ୍ସ ଚମ୍ପିୟାନ ଭିଂସେଣ୍ଟ ଭେଞ୍ଚ ଭଳି ଗୋଲ କିପରକୁ ଚକମା ଦେଇ ଗୋଲ ଦେଇ ନିଜ ଦଳକୁ ଜିତାଇବାରେ ଓ ଫାଇନାଲ ଫହଞ୍ଚାଇବରେ ତାଙ୍କର ଭୂମିକା ପ୍ରଶଂସନୀୟ।

ଆଗକୁ ଅମନ୍ ଭବିଷ୍ୟତ ଉଜ୍ଜ୍ୱଳ ରହିଛି। ତୁଫାନ୍ସ ର ଅଧିନାୟକ ସୁମିତ୍ ବାଲ୍ମୀକି ଙ୍କ ମତରେ ହକି ଇଣ୍ଡିଆ ଲିଗ୍ ବିଶ୍ବର ସର୍ବଶ୍ରେଷ୍ଠ ପ୍ରତି ଯୋଗିତା ଏଥିରେ ବିଦେଶୀ ଖେଳାଳି ଙ୍କ ପାଖରୁ ଯୁବ ଖେଳାଳି ସମେତ ଆମେ ମଧ୍ୟ ଅନେକ କିଛି ଶିଖିବାକୁ ପାଇଛୁ। ଆମ ଦଳର ଅମନ ଦୀପ ଲାକ୍ରା ଙ୍କ ଦ୍ରାଗ୍ ଓ ବିକ୍ରମ ଜିତ ଙ୍କ ଗୋଲ କିପିଙ୍ଗ ନିହାତି ଉଚ୍ଚ କୋଟୀର ଥିଲା ଯାହା ଆମ ଦଳକୁ ଫାଇନାଲ ରେ ପହଞ୍ଚାଇଥିଲା । ସେହିଭଳି ଆଗକୁ ହେବାକୁ ଥିବା ପ୍ରୋ ଲିଗ୍ ଆମ ପାଇଁ ବଡ ଚ୍ୟାଲେଞ୍ଚ ।ହେଲେ ହକି ଇଣ୍ଡିଆ ଲିଗ୍ ଖେଳି ଥିବାରୁ ଆମକୁ ପ୍ରୋ ଲିଗ୍ ରେ ଆସିଥିବା ଦେଶ କୁ ସାମ୍ନା କରି ସଫଳତା ଆଣିବାରେ ଅନେକ ସହାୟକ ହେବ। ସେହିପରି ନିଲକାନ୍ତା ଶର୍ମା ମଧ୍ୟ ହକି ଇଣ୍ଡିଆ ଲିଗ୍ କୁ ଶ୍ରେଷ୍ଠ ପ୍ରତିଯୋଗିତା କହିଥିବା ବେଳେ ଏହା ଆଗକୁ ହେବାକୁ ଥିବା ବଡ ପ୍ରତିଯୋଗିତାରେ ଆମକୁ ନିଶ୍ଚିତ ଭଲ ଖେଳ ପ୍ରଦର୍ଶନ କରିବାରେ ସହାୟକ ହେବ। ବିଶ୍ୱରେ ଏହି ପ୍ରତିଯୋଗିତା ନିଶ୍ଚିତ ସଫଳତା ପାଇଛି। ମୁଁ ମଧ୍ୟ ପୂର୍ବରୁ ଏହି ଲିଗ୍ ମାଧ୍ୟମ ରେ ଜାତୀୟ ଦଳକୁ ଆସିଥିଲି। ତେଣୁ ଏହି ଲିଗ୍ ଖେଳିଥିବା ସମସ୍ତ ଖେଳାଳି କିଛି ଭଲ ଶିଖିବା ସହିତ ଆଗାମୀ ଦିନରେ ହକି ସଫଳତାର ମାଗଦର୍ଶକ ହୋଇ ରହିବେ।

Leave a Reply

Your email address will not be published. Required fields are marked *