କଳିଙ୍ଗ ରେ ଆରମ୍ଭ ହେଲା ହକି ପ୍ରୋ ଲିଗ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ପ୍ରଥମ ମ୍ୟାଚ୍ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା ।

ଖେଳ ଆରମ୍ବାରୁ ସ୍ପେନ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ନିଜ ଅଧୀନରେ ବଲ ରଖି ଖେଳିବାର ଦେଖା ଯାଇଥିଲା। ଖେଳର ୩୫ ମିନିଟ୍ ରେ ସ୍ପେନ ର ପିଚାମେ ଏସିଲ ଏକ ସୁନ୍ଦର ଫିଲ୍ଡ ଗୋଲ କରି ସ୍ପେନ କୁ ଅଗ୍ରଣୀ କରାଇଥିଲେ।ସେହିପରି ୪୪ ତମ ମିନିଟ୍ ରେ ଜର୍ମାନୀ ର ସୋଫିଆ ସିଚୁଆମ୍ବେ ଏକ ସୁନ୍ଦର ଫିଲ୍ଡ ଗୋଲ ଦ୍ଵାରା ଖେଳକୁ ବରାବର ସ୍ଥିତିକୁ ଆଣିଥିଲେ। ଖେଳ ଶେଷ ହେବାକୁ ଥିଲାବେଳେ ଖେଳ ର ୫୯ ତମ ମିନିଟ୍ ରେ ସ୍ପେନ ର ବେର୍ଟା ଆଗୁଲୋ ବିଜୟ ସୂଚକ ଗୋଲ ମାରି ସ୍ପେନ ଦଳକୁ ବିଜୟୀ କରିବା ସହିତ ମ୍ୟାଚ୍ ର ପ୍ଲେୟାର ଏଫ୍ ଦି ମ୍ୟାଚ୍ ହୋଇଥିଲେ। ସ୍ପେନ ୨-୧ ଗୋଲରେ ଏହି ମ୍ୟାଚ୍ ଜିତି ତାର ବିଜୟ ଅଭିଯାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *