ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୫.୧୫ ମିନିଟ୍ ରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଖେଳ ଆରମ୍ବରୁ ଭାରତୀୟ ମହିଳା ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ନିଜ ଅଧୀନରେ ବଲ ରଖି ଖେଳିବାର ଦେଖା ଯାଇଥିଲା। ଖେଳର ୬ ଷ୍ଠ ମିନିଟ୍ ରେ ଭାରତର ର ବୈଷ୍ଣବୀ ଭିତଲ ଏକ ସୁନ୍ଦର ଗୋଲ କରି ଭାରତକୁ କୁ ଅଗ୍ରଣୀ କରାଇଥିଲେ।ସେହିପରି ୧୨ ତମ ମିନିଟ୍ ରେ ଇଂଲଣ୍ଡ ର ଡେସୀ ବ୍ରାଉନି ଏକ ସୁନ୍ଦର ଫିଲ୍ଡ ଗୋଲ ଦ୍ଵାରା ଖେଳକୁ ବରାବର ସ୍ଥିତିକୁ ଆଣିଥିଲେ।

ଖେଳ ୨୫ ତମ ମିନିଟ୍ ରେ ଦୀପିକା ଏକ ପେନାଲ୍ଟି କର୍ଣ୍ଣର ଦ୍ବାରା ଏକ ଗୋଲ ମାରି ଭାରତକୁ ଅଗ୍ରଣୀ କରାଇଥିବା ବେଳେ ଖେଳର ୫୮ ତମ ମିନିଟ୍ ରେ ଇଂଲଣ୍ଡ ର ଫିଓନା କ୍ରକ୍ଲେସ ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ପୁଣି ଖେଳକୁ ବରାବର ସ୍ଥିତି କୁ ଆଣିଥିଲେ । ଖେଳର ଶେଷ ମିନିଟ୍ ରେ ଭାରତୀୟ ଦଳର ଉପ ଅଧିନାୟିକା ନବନିତ୍ କୌର ଏକ ସୁନ୍ଦର୍ ଗୋଲ ଦେବ ଫଳରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। ଭାରତର ସୁନିଲିତା ଟପ୍ପ ମ୍ୟାଚ୍ ର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଖେଳରେ ଆମେ ଭଲ ପ୍ରଦର୍ଶନ କଲୁ ନବନିତ ଙ୍କ ଶେଷ ଗୋଲ ଆମକୁ ବିଜୟୀ କରାଇଥିଲା ତେଣୁ ଏହିଭଳି ପ୍ରଦର୍ଶନ ହେଲେ ଆଗକୁ ଥିବା ଅନ୍ୟ ମ୍ୟାଚ୍ ମଧ୍ୟ ଜିତିବୁ ବୋଲି ଖେଳାଳି ଭାରତୀୟ ଦଳର ମଧ୍ୟ ଭାଗ ଖେଳାଳି ବନ୍ଦନା କଟରୀୟ କହିଥିଲେ। ଭାରତୀୟ ଦଳ କାମଚଳା ଦ୍ରାଗ୍ ଫ୍ଲିକର ନେଇ ପଡିଆ କୁ ଓହ୍ଲାଇ ଥିଲା ହେଲେ ଆମେ ଭଲ ପ୍ରଦର୍ଶନ କଲୁ ମ୍ୟାଚ୍ ଜିତିଲୁ । ଏହି ବିଜୟୀ ନିଶ୍ଚିତ ଖେଳାଳୀଙ୍କ ଦୃଢ ମନବଳ କୁ ମଜବୁତ୍ କରିବା ସହିତ ଆଗକୁ ଥିବା ଅନ୍ୟ ମ୍ୟାଚ୍ ଗୁଡ଼ିକ ଜିତିବା ପାଇଁ ପ୍ରେରଣା ଦାୟୀ ହେବ । ଦଳ ବିଜୟୀ ହୋଇ ୩ ପଏଣ୍ଟ ପାଇ ଶ୍ରେଷ୍ଟ ପ୍ରଦର୍ଶନ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି ଭାରତୀୟ ଦଳର ଅଧିନାୟିକା ସଲିମା ଟେଟେ କହିଛନ୍ତି।
