ଫିଡେ ବିଶ୍ଵକପ ଜିତିଲେ ଭାରତର ଦିବ୍ୟା ଦେଶମୁଖ ।

ଜର୍ଜିଆ – (୨୮.୭.୨୫) ଜର୍ଜିଆ ର ବାତୁମି ସହର ରେ ଆୟୋଜିତ ଫିଡେ ଚେସ ବିଶ୍ଵକପ ଚମ୍ପିୟାନ ହେଲେ ଭାରତର ଦୀବ୍ୟା ଦେଶମୁଖ । ୧୯ ବର୍ଷୀୟ ଦିବ୍ୟା ନିଜ ଦେଶର କୋନେରୁ ହମ୍ପି କୁ ଟ୍ରାଇ ବ୍ରେକ ରେ ୧.୫-୦୫ ରେ ପରାସ୍ତ କରି ୨୦୨୫ ବିଶ୍ଵକପ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫାଇନାଲ ମୁକାବିଲା ଖୁବ୍ ସଂଘର୍ଷ ପୁର୍ଣ୍ଣ ହୋଇଥିଲା ଦୁଇ ଭାରତୀୟ ହମ୍ପି ଓ ଦିବ୍ୟା ଙ୍କ ମଧ୍ୟରେ ପ୍ରଥମ ଦୁଇ ରାଉଣ୍ଡ ଦ୍ର ରେ ପରିଣତ ହୋଇଥିଲା ଯାହା ଫଳରେ ନିୟମ ଅନୁସାରେ ଟ୍ରାଇ ବ୍ରେକ ହୋଇଥିଲା। ଏହି ଫାଇନାଲ ମୁକାବିଲା ଉପରେ ସାରା ବିଶ୍ଵର ନଜର ଥିଲା ସୋମବାର ୨୮ ତାରିଖରେ ହମ୍ପି ଙ୍କୁ ଟ୍ରାଇ ବ୍ରେକ ରେ ପରାସ୍ତ କରି ଦିବ୍ୟା ଭାରତକୁ ଗୌରବମୟ କରିଛନ୍ତି। ଦିବ୍ୟା ଭାରତର ୪ ର୍ଥ ମହିଳା ହିସାବରେ ଗ୍ରାଣ୍ଡ ମାଷ୍ଟର ମଧ୍ୟ ହୋଇପାରିଛନ୍ତି। ପୂର୍ବରୁ କୋନେରୁ ହମ୍ପି,ଆର ବୈଶାଳୀ ଓ ହାରିକା ଡ୍ରୋନା ଭାଲ୍ଲୀ ଗ୍ରାଣ୍ଡ ମାଷ୍ଟର ଆଖ୍ୟା ଅର୍ଜନ କରିଛନ୍ତି। ଏହି ବିଜୟୀ ସହ ଦିବ୍ୟା ୫୦ ହଜାର ଆମେରିକୀୟ ଡଲାର ସହିତ ଟ୍ରଫି ଓ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି। ସେହିଭଳି କୋନେରୁ ହାମ୍ପି ମଧ୍ୟ ରନର୍ସ ଟ୍ରଫି ସହ ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି। ଦିବ୍ୟଙ୍କ ଏହି ସଫଳତା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ମଧ୍ୟ ଦିବ୍ୟା ଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *