ଆରମ୍ୱ ହେଲା ଆଇ ପି ଏଲ, ପ୍ରଥମ ମ୍ୟାଚ୍ ରେ କେ କେ ଆର କୁ ୭ ୱିକେଟ୍ ରେ ପରାସ୍ତ କଲା ଆର ସି ବି।


ରାଉରକେଲା: କୋଲକାତା ରେ ଆରମ୍ୱ ହେଲା ବିଶ୍ବର ଲୋକ ପ୍ରିୟ କ୍ରିକେଟ ପ୍ରତିଯୋଗୀତା ଆଇ ପି ଏଲ ( ଇଣ୍ଡିଆନ୍ ପ୍ରୀମୀୟର ଲିଗ୍) ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ଷ୍ଟାଡିୟମ ରେ ଏହି ପ୍ରତିଯୋଗିତା ର ଖେଳ ଗୁଡ଼ିକ ଆୟୋଜିତ ହେବ। ୧୦ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର୍। ଚେନ୍ନାଇ ସୁପର କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲ, ରୟାଲ ଚ୍ୟାଲେଞ୍ଜରସ୍ ବେଙ୍ଗଲୁରୁ, ଗୁଜୁରାଟ ଟାଇଟନ୍ସ୍, ଲକ୍ଷ୍ନୌ ସୁପର ଜାଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜ ହାଇଦ୍ରାବାଦ୍ ଆଦି ଦଳ ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି।

ଉଦ୍ଘାଟନ ମ୍ୟାଚ୍ କେ କେ ଆର ଓ ଆର ସି ବି ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମୁକାବିଲା ରେ ପ୍ରଥମେ ଟସ୍ ଜିତି କେ କେ ଆର କୁ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲେ ଆର ସି ବି ର ଅଧିନାୟକ ରଜତ ପଟିଦାର । କେ କେ ଆର୍ ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭର ରେ ୧୭୪/୮ ରନ୍ ବିନି ମୟରେ ନିଜର ପାଳି ସମାପ୍ତ କରିଥିଲା। କେ କେ ଆର୍ ର ଅଧିନାୟକ ଆଜିକ୍ୟ ରାହାନେ ସର୍ବାଧିକ ୫୬(୩୧) ରନ୍ କରିଥିଲେ । ଆର ସି ବି ନିଜ ପାଳି ଆରମ୍ଭ କରି ୧୬.୨ ଓଭର ରେ ୧୭୭/୩ ରନ୍ କରି ଏକ ତରଫା ଭାବେ ୭ ୱିକେଟ୍ ରେ ବିଜୟୀ ହୋଇଥିଲେ। ଆର ସି ବି ର ବିରାଟ କୋହଲି ସର୍ବାଧିକ ୫୬*(୩୧)ରନ୍ କରି ଦଳ ବିଜୟ ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆର୍ ସି ବି ର ୩ ୱିକେଟ୍ ନେଇଥିବା କ୍ରୁନାଲ ପାଣ୍ଡିଆ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *